ETV Bharat / bharat

50 ଓଡିଆ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ - ଆନ୍ଧ୍ରପ୍ରଦେଶ ଯାଉଥିବା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ଓଡ଼ିଶାରୁ 50 ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

Fire broke out in private bus at Payakaraopeta National Highway carrying 50 passengers
50 ଓଡିଆ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ
author img

By

Published : Feb 9, 2021, 4:07 PM IST

Updated : Feb 9, 2021, 4:30 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ପୟାକାରାଓପେଟା ଜାତୀୟ ରାଜପଥରେ ବିଶାଖାରୁ 50 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଏହି ବସ୍‌ରେ ଥିବା 50 ଜଣ ଶ୍ରମିକ ଓଡ଼ିଶାରୁ ଥିବାବେଳେ ସେମାନେ ପୂର୍ବ ଗୋଦାବରୀର ଜଗମପେଟାରେ ଥିବା ସାମୁଦ୍ରିକ ତଥା ସାମୁଦ୍ରିକ ଶିଳ୍ପ ପାଇଁ ଉତ୍ପାଦ ଏବଂ ସେବା ଯୋଗାଣକାରୀ ସଂସ୍ଥା SNG ଅଭିମୁଖେ ଯାଉଥିଲେ । ତେବେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି ।

50 ଓଡିଆ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ

ଏହି ଘରୋଇ ସଂସ୍ଥାକୁ ଯାଉଥିବା ସମୟରେ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ତେବେ ବସ୍‌ଟି ପୟାକାରାଓପେଟାଠାରେ ପହଞ୍ଚିବା ମାତ୍ରେ ଅଚାନକ ଟାୟାର ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଘଟଣା ଘଟିବାବେଳେ ବସ୍‌ ଚାଳକ ଯାତ୍ରୀମାନଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବା ପରେ ସମସ୍ତ ଯାତ୍ରୀ ବସ୍‌ରୁ ଓହ୍ଲାଇ ପଡି ନିଜର ଜୀବନ ରକ୍ଷା କରିଛନ୍ତି ।

ଏହି ଦୁର୍ଘଟଣାରେ ବସ୍‌ରେ ସମ୍ପୂର୍ଣ୍ଣ ଭାବରେ ନିଆଁ ଲାଗିଯାଇଥିବା ଜଣାପଡିଛି । ତେବେ ଦୁର୍ଘଟଣାସ୍ଥଳରେ ତୁନି, ନକ୍କାପଲ୍ଲୀ ଓ ୟାଲାମାନଚିଲ୍ଲୀର ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ 1 ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2021, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.