ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାର ସମସୀ ସ୍ଥିତ ଏକ କାର୍ଟୁନ ଫ୍ୟାକ୍ଟ୍ରିରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ହୋଇଛି । ଏହା ଯୋଗୁଁ ପ୍ରାୟ 2 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ, ଏଥିରେ କେହି ମୃତାହତ ହୋଇନାହାଁନ୍ତି ।
ଏହି କମ୍ପାନୀର ସମସ୍ତ ସାମଗ୍ରୀ ସହ 5ଟି ମେସିନ ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପଟେ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।