ETV Bharat / bharat

କେରଳ ସଚିବାଳୟରେ ଅଗ୍ନିକାଣ୍ଡ; ବିରୋଧୀ କହିଲେ ପ୍ରମାଣ ନଷ୍ଟ ପାଇଁ ଷଡଯନ୍ତ୍ର - କେରଳରେ ସରକାର

କେରଳ ସୁନା ଚୋରା ଚାଳଣାରେ ଭିନ୍ନ ମୋଡ । ପ୍ରମାଣ ନଷ୍ଟ ଅଭିଯୋଗ ଆଣିଲେ ବିରୋଧୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଚିବାଳୟରେ ଅଗ୍ନିକାଣ୍ଡ
ସଚିବାଳୟରେ ଅଗ୍ନିକାଣ୍ଡ
author img

By

Published : Aug 25, 2020, 10:44 PM IST

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ଘଟଣା ଏବେ ଭିନ୍ନ ମୋଡ ନେଇଛି । ଏହି ଘଟଣାକୁ ନେଇ କେରଳରେ ସରକାର ବିରୋଧୀ ମହାଁମୁହିଁ ଥିବାବେଳେ ମଙ୍ଗଳବାର ସଚିବାଳୟରେ ଲାଗିଛି ନିଆଁ । ଅଗ୍ନିକାଣ୍ଡ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଫାଇଲ ପୋଡି ଯାଇଥିବାବେଳେ ଏହାକୁ ଯୋଜନାବଦ୍ଧ ଯଡଯନ୍ତ୍ର କହିଛନ୍ତି ବିରୋଧୀ ।

ବହୁ ଚର୍ଚ୍ଚିତ ସୁନା ଚୋରା ଚାଳଣା ମାମଲାରେ ପ୍ରମାଣ ନଷ୍ଟ ପାଇଁ ଏହା ଏକ ଯୋଜନା ବୋଲି ବିରୋଧୀ ବିଜେପି ସମେତ ଅନ୍ୟ ରାଜନୈତିକ ଦଳ ବିକ୍ଷୋଭ କରିଛନ୍ତି । ସୁନା ଚୋରା ଚାଳଣା କାରବାରରେ ସରକାରଙ୍କ ସଂପୃକ୍ତି ଥିବାରୁ ଜାଣିଶୁଣି ପ୍ରମାଣ ନଷ୍ଟ ପାଇଁ ସଚିବାଳୟରେ ନିଆଁ ଲଗାଯାଇଛି ବୋଲି ବିରୋଧୀ ବିଜେପି କଂଗ୍ରେସ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନରେ ସଚିବାଳୟର ସାଉତ ସାଣ୍ଡୱିଚ ବ୍ଲକରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ବିଭିନ୍ନ ବିଭାଗର ଅନେକ ଫାଇଲ ପୋଡି ଯାଇଛି । କିନ୍ତୁ ଘଟଣାକୁ ବିରୋଧୀ ପ୍ରମାଣ ନଷ୍ଟ ଷଡଯନ୍ତ୍ର ଅଭିଯୋଗ କରି ସଚିବାଳୟ ବାହାରେ ବିକ୍ଷୋଭ କରିଥିଲେ । ବିକ୍ଷୋଭ ବ୍ୟାପକ ହେବାରୁ ପୋଲିସ ବିଜେପି ଓ କଂଗ୍ରେସ ନେତାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.