ETV Bharat / bharat

ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ, 2 ମୃତ

କୋଲକାତାର ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ । 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ନିଆଁ ଲିଭା କାର୍ଯ୍ୟରେ 10ଟି ଦମକଳ ଗାଡି ନିୟୋଜିତ ।

Fire breaks out in residential building in Kolkata, 10 fire tenders at spot, 2 dead
ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ, 2 ମୃତ
author img

By

Published : Oct 17, 2020, 8:07 AM IST

କୋଲକାତା : କୋଲକାତାର ଏକ ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ, 2 ମୃତ

ମୃତକଙ୍କ ମଧ୍ୟରେ ଜଣେ 12 ବର୍ଷର ନାବାଳକ ଥିବାବେଳେ ଜଣେ ବୃଦ୍ଧା ରହିଛନ୍ତି । ତେବେ, ଅଗ୍ନିକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ପାଞ୍ଚ ମହଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ କୌଣସି କାରଣରୁ ନିଆଁ ଲାଗିଥିଲା । ପରେ ଏହା ପୁରା ବିଲଡିଂକୁ ବ୍ୟାପି ଯାଇଥିଲା । ନିଆଁ ବ୍ୟାପୁଥିବା ଦେଖି 12 ବର୍ଷର ନାବାଳକ ଜୀବନ ବଞ୍ଚାଇବା ପାଇଁ କୋଠା ଉପରୁ ଡେଇଁ ପଡିଥିଲା । ପରେ, ଗୁରୁତର ଅବସ୍ଥାରେ ତାଙ୍କୁ ମେ଼ଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି ବୃଦ୍ଧା ଜଣକ ଗାଧୁଆ ଘରେ ଥିବା ସମୟରେ ପୋଡି ଯାଇଥିଲେ । ଅନ୍ୟ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ, ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ 10ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.