ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥମିବାର ନାଁ ଧରୁନାହିଁ ଅଗ୍ନିକାଣ୍ଡ । ନିୟମିତ ବ୍ୟବଧାନରେ ଏଠାରେ ଘଟୁଛି ଏଭଳି ଘଟଣା । ଶୁକ୍ରବାର ଦିଲ୍ଲୀର ରୋହତକ ରୋଡର ସରାୟ ରୋହିଲ୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।
ଏଠାରେ ଥିବା ଝୁମ୍ପୁଡିରେ ଖବର ନିଆଁ ଲାଗିଯାଇଥିବା ଜଣାପଡିଥିଲା । ଏ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହାଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ।
ସରାୟ ରୋହିଲ୍ଲା ଅଞ୍ଚଳରେ ଅବୈଧ ଭାବେ ଗଢି ଉଠିଥିବା 67ଟି ଝୁମ୍ପୁଡି ଘରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା କ୍ଷଣି ଅଗ୍ନିଶମ ବିଭାଗର 5ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କେଉଁ କାରଣରୁ ନିଆଁ ଲାଗିଛି ତାହାର ତଦନ୍ତ କରାଯାଉଛି । ସଟସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।