ଡେରାଡୁନ: ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ଏଥିଲାଗି ନେତାମାନେ ଯେତିକି ତତ୍ପର ଭୋଟରମାନେ ମଧ୍ୟ ସେତିକି ଇଚ୍ଛୁକ ନିଜର ମନ ପସନ୍ଦର ନେତାଙ୍କୁ ଜିତାଇବା ପାଇଁ । ନିର୍ବାଚନୀ ଘଡିରେ ବହୁ ନେତା ବିବାଦୀୟ ବୟାନ ଦେଇ ନିଜ ଜାଲରେ ନିଜେ ଫଶିଯାଆନ୍ତି । ଏଭଳି ଏକ ବିବାଦୀୟ ବୟାନ ଦେଇ ଫଶିିଗଲେ ସିିପିଆଇ(ଏମ) ନେତା ସୀତାରାମ ୟେଚୁରୀ । ଧାର୍ମିକ ଭାବନାକୁ ଉସୁକାଉଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।
ଯୋଗଗୁରୁ ବାବା ରାମଦେବ ହରିଦ୍ବାର ଥାନାରେ ଏନେଇ ଅଭିଯୋଗ କରିଥିଲେ । ୟେଚୁରୀ ହିନ୍ଦୁତ୍ବକୁ ହିଂସା ସହ ଯୋଡିଥିଲେ । ଯାହା ପୁରା ଦେଶର ହିନ୍ଦୁଙ୍କ ଭାବନାକୁ କ୍ଷତି ପହଞ୍ଚାଇଥିବା ନିଜ ଅଭିଯୋଗରେ କହିଛନ୍ତି ରାମଦେବ ।
ସୂଚନା ଯୋଗ୍ୟ ଯେ, ସୀତାରାମ ୟେଚୁରୀ ହିନ୍ଦୁ ଶାସକଙ୍କୁ ହିଂସ୍ର କହିଥିଲେ । ଏକ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ, ରାମାୟଣ ଏବଂ ମହାଭାରତ ଭଳି ଗ୍ରନ୍ଥରୁ ପ୍ରମାଣିତ ହେଉଛି ଯେ ହିନ୍ଦୁ ମଧ୍ୟ ହିଂସ୍ର ହୋଇପାରନ୍ତି ।