ETV Bharat / bharat

ହତ୍ୟା ଷଡଯନ୍ତ୍ର ଅଭିଯୋଗ, ତେଜସ୍ବୀ-ତେଜପ୍ରତାପଙ୍କ ବିରୋଧରେ ଏତଲା - Bihar assembly election

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଓ ତାଙ୍କ ବଡଭାଇ ତେଜ ପ୍ରତାପ ଯାଦବଙ୍କ ସମେତ ଦଳର 6 ନେତାଙ୍କ ବିରୋଧରେ FIR ରୁଜୁ ହୋଇଛି । ସମସ୍ତଙ୍କ ଉପରେ ହତ୍ୟା ଷଡଯନ୍ତ୍ରର ଅଭିଯୋଗ ରହିଛି ।

ହତ୍ୟା ଷଡଯନ୍ତ୍ର ଅଭିଯୋଗ
ହତ୍ୟା ଷଡଯନ୍ତ୍ର ଅଭିଯୋଗ
author img

By

Published : Oct 5, 2020, 7:00 AM IST

ପାଟଣା:ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)କୁ ଝଟକା । ଆରଜେଡି ନେତା ତେଜସ୍ବୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ସହିତ ଦଳର 6 ନେତାଙ୍କ ବିରୋଧରେ FIR ରୁଜୁ ହୋଇଛି । ଦଳର ପୂର୍ବ ଏସସି ଓ ଏସଟି ଶାଖା ସଚିବ ଶକ୍ତି ମଲ୍ଲିକଙ୍କ ହତ୍ୟା କରିବାର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ FIR ରୁଜୁ ହୋଇଛି ।

ରବିବାର ଶକ୍ତି ମଲ୍ଲିକଙ୍କ ହତ୍ୟା କରାଯାଇଥିବାବେଳେ ତାଙ୍କ ପତ୍ନୀଙ୍କ ଅଭିଯୋଗ ମୁତାବକ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଥାନା ରୁଜୁ ହୋଇଥିବା FIRରେ ଦର୍ଶାଯାଇଛି ଯେ, ଶକ୍ତି ମଲ୍ଲିକଙ୍କ ହତ୍ୟା ଷଡଯନ୍ତ୍ର ପଛରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ହାତ ରହିଛି ।

ରବିବାର ଶକ୍ତିଙ୍କୁ ତିନି ଦୁର୍ବୃତ୍ତ ଘରେ ପସି ଅଚାନକ ଗୁଳି କରିଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମାମଲା ରୁଜୁ ପରେ ତଦନ୍ତ ଚାଲୁଥିବା ସ୍ଥାନୀୟ ଏସପି କହିଛନ୍ତି ।

ଟିକେଟ ମାଗିବାରୁ ହତ୍ୟା କରାଯାଇଥିବା ଅଭିଯୋଗ

ମୃତକ ଶକ୍ତିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାଣୀଗଞ୍ଜ ବିଧାନସଭାରୁ ଶକ୍ତି ଲଢିବାର ଥିଲା । ଯେଉଁଥିଲାଗି ଆରଜେଡି ନେତାମାନେ ତାଙ୍କୁ ହତ୍ୟା କରିଛନ୍ତି । କିଛି ଦିନ ତଳେ ରାଣଇଗଞ୍ଜରୁ ଟିକେଟ ନେବା ପାଇଁ ତେଜସ୍ବୀ ଯାଦବ ତାଙ୍କୁ 50 ଲକ୍ଷ ଟଙ୍କା ମାଗିଥିବାର ସେ ଅଭିଯୋଗ କରିଥିଲେ । 2019ରେ ଶକ୍ତି ଆରଜେଡିରେ ସାମିଲ ହୋଇଥିଲେ । ତାଙ୍କୁ ଏସସି ଓ ଏସଟି ଶାଖାର ରାଜ୍ୟ ସଚିବ ଭାବେ ଦଳ ଦାୟିତ୍ବ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.