ETV Bharat / bharat

କ୍ବାରେଣ୍ଟାଇନରେ ରହିବାକୁ ମନା କରିବାରୁ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା - କ୍ବାରେଣ୍ଟାଇନରେ ରହିବାକୁ ମନା କରିବାରୁ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା

କୋରୋନା ଗାଇଡ ଲାଇନ ଉଲଘଂନ । କ୍ବାରେଣ୍ଟାଇନରେ ରହିବାକୁ ମନା କରିବାରୁ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା । ଅଧିକ ପଢନ୍ତୁ....

FIR against 31-year-old for refusing institutional quarantine on return from abroad
କ୍ବାରେଣ୍ଟାଇନରେ ରହିବାକୁ ମନା କରିବାରୁ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା
author img

By

Published : Jun 20, 2020, 10:19 AM IST

ମୁମ୍ବାଇ : କ୍ବାରେଣ୍ଟାଇନରେ ରହିବାକୁ ମନା କରିବାରୁ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା । ଏଭଳି ଏଭିଯୋଗ ଆସିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ । ପୁଣେର ଅଶ୍ବିନୀ କୁମାର ନାମକ ଜଣେ ବ୍ୟକ୍ତି କିଛି ଦିନ ପୂର୍ବେ ଲଣ୍ଡନରୁ ମୁମ୍ବାଇକୁ ଫେରିଥିଲେ । ପରେ ନିଜ ସହର ପୁଣେକୁ ଫେରିଥିଲେ। ପରେ ସ୍ଥାନୀୟ ପ୍ରଶାସନ ଦ୍ବାରା କ୍ବାରେଣ୍ଟାଇନରେ ରହିବା ପାଇଁ ତାଙ୍କୁ କୁହାଯାଇଥିଲା । କିନ୍ତୁ ସେ କ୍ବାରେଣ୍ଟାଇନରେ ରହିବାକୁ ରୋକଠୋକ ମନା କରି ଦେଇଥିଲେ । ପରେ ଏନେଇ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ ପୁଣେ ଥାନାରେ ମାମଲା ରୁଜୁ କରିଛି ।

ତେବେ ସୂଚନା ଅନୁସାରେ, ଯେ କୌଣସି ବ୍ୟକ୍ତି ରାଜ୍ୟ ବାହାରୁ କି ବିଦେଶରୁ ନିଜ ରାଜ୍ୟ କି ଘରକୁ ଫେରିବେ ସେମାନେ କ୍ବାରେଣ୍ଟାଇନରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କୋରୋନା କାୟା ବିସ୍ତାର କରିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଭାରତରେ ପଜେଟିଭଙ୍କ ସଂଖ୍ୟା 380532 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 12573 ରହିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ପଜେଟିଭ 120504 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 5751 ରହିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.