ETV Bharat / bharat

3 ଦିନ ମଧ୍ୟରେ ବିକ୍ରମର ସୂଚନା ଦେବ ଅର୍ବିଟର

author img

By

Published : Sep 8, 2019, 12:20 PM IST

ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ବିଚ୍ଛିନ୍ନ ହେବା ପରେ ତଥ୍ୟ ସଂଗ୍ରହରେ ଲାଗି ପଡିଛନ୍ତି ଇସ୍ରୋ ବୈଜ୍ଞାନିକ । ଅର୍ବିଟରରେ ଖଞ୍ଜା ଯାଇଥିବା ଅତ୍ୟାଧୁନିକ ଉପକରଣରୁ ହିଁ ଜଣାପଡିବ ବିକ୍ରମର ସ୍ଥିତି।

ଡିଜାଇନ ଫଟୋ

ହାଇଦ୍ରାବାଦ: ବାସ୍ତବରେ ବିକ୍ରମ ସହ କ'ଣ ଘଟିଲା । କାହିଁକି ଶେଷ ମୁହୁର୍ତ୍ତରେ ଯୋଗାଯୋଗ ବିଚ୍ଛିନ୍ନ ହେଲା । ଏବେ ବିକ୍ରମର ଅବସ୍ଥା କିପରି କେଉଁଠି ରହିଛି । ଇସ୍ରୋ ବୈଜ୍ଞାନିକଙ୍କ ମତରେ ଆସନ୍ତା 3 ଦିନ ଭିତରେ ଲ୍ୟାଣ୍ଡର ବିକ୍ରମର ସୂଚନା ମିଳିବା ସମ୍ଭାବନା ରହିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଇସ୍ରୋର ଜଣେ ବୈଜ୍ଞାନିକ ।

ଯେଉଁ ସ୍ଥାନରେ ବିକ୍ରମ ସହ ସମ୍ପର୍କ ତୁଟିଥିଲା ସେଠାରେ ଅର୍ବିଟର ପହଞ୍ଚିବାକୁ 3 ଦିନ ନେବ । ଲ୍ୟାଣ୍ଡିଂ ସାଇଟର ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଛି । ଶେଷ ପର୍ଯ୍ୟାୟରେ ବିକ୍ରମ ଲକ୍ଷ୍ୟ ପଥରୁ ଦୂରେଇ ଯାଇଥିଲା । ଏଥିପାଇଁ ଅର୍ବିଟରର 3 ଉପକରଣ ଏସଆର(ସିନ୍ଥେଟିକ ଅପର୍ଚର ରାଡର) , ଆଇଆର ସ୍ପେକ୍ଟ୍ରମ ଓ କ୍ୟାମେରା ସାହାଯ୍ୟରେ 10x10 କି.ମି. ଅଞ୍ଚଳ ଯାଏ ନିରୀକ୍ଷଣ କରିବ । ବିକ୍ରମର ପ୍ରକୃତ ସ୍ଥିତି ଜାଣିବା ପାଇଁ ହାଇ ରିଜ୍ୟୁଲେସନର ଫଟୋ ମଧ୍ୟ ନିଆଯିବ ।

ବୈଜ୍ଞାନିକମାନେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି, ଯଦି ଲ୍ୟାଣ୍ଡିଂ ପୂର୍ବରୁ ବିକ୍ରମ ନଷ୍ଟ ହୋଇଯାଇଥାଏ ତେବେ ତାହା ମିଳିବା ସମ୍ଭବ ନୁହେଁ । ଆଉ ଯଦି ଠିକଠାକ ଥାଏ, ତେବେ ହାଇ ରିଜ୍ୟୁଲେସନର ଫଟୋ ଏହାର ସୂଚନା ଦେଇପାରିବ । ଇସ୍ରୋ ମୁଖ୍ୟ କେ.ଶିବନଙ୍କ କହିବାନୁଯାୟୀ, ଆଗାମୀ 14 ଦିନଯାଏ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ଲାଗି ଲଗାତାର ପ୍ରୟାସ ଜାରି ରହିବ । କାରଣ ବିକ୍ରମର ସମୟ ଗୋଟିଏ ଚନ୍ଦ୍ରମା ବା 14 ଦିନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.