ETV Bharat / bharat

ରଣକ୍ଷେତ୍ର ପାଲଟିଲା ବିହାର ବିଜେପି କାର୍ଯ୍ୟାଳୟ

author img

By

Published : Sep 28, 2020, 7:24 AM IST

ବିହାର ନିର୍ବାଚନ ପାଖେଇ ଆସିଲାଣି । ଟିକଟ ପାଇଁ ବିହାର ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ମଧ୍ୟରେ ଜୋରଦାର ହାଙ୍ଗାମା କରିଛନ୍ତି । ସେଠାରେ ସୁରକ୍ଷା କର୍ମୀ ମାନଙ୍କ ସହିତ ମଧ୍ୟ ମାରପିଟ ହୋଇଥିବା ସୂଚନା ରହିଛି । ଏହି ସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କ କାରକେଡକୁ ଦଳୀୟ କର୍ମକର୍ତ୍ତା ଅଧ ଘଣ୍ଟା ରୋକି ଦେଇଛନ୍ତି । ଅଧିକ ପଢନ୍ତୁ...

ରଣକ୍ଷେତ୍ର ପାଲଟିଲା ବିହାର ବିଜେପି କାର୍ଯ୍ୟାଳୟ,ଉପମୁଖ୍ୟମନ୍ତ୍ରଙ୍କ କାରକେଡକୁ ରୋକିଲେ କାର୍ଯ୍ୟକର୍ତ୍ତା

ପାଟନା: ବିହାର ନିର୍ବାଚନା ବିଗୁଲ ବାଜିଲାଣି । ନିର୍ବାଚନ ଘୋଷଣା ହେବା ମାତ୍ରେ ବିଜେପି କାର୍ଯ୍ୟାଳୟ ରଣ କ୍ଷେତ୍ରରେ ପରିଣତ ହୋଇଛି। ବିହାର ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ହାଙ୍ଗାମା କରିଛନ୍ତି । ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା।

ଲକ୍ଷ୍ମୀସରାଇରୁ ଶତାଧିକ ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟକୁ ଉତ୍ପାତ ମଚାଇଥିଲେ । ଏହି କାରଣରୁ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟ ବାହାରେ ରହିବାକୁ ପଡିଲା। ଏଥିସହ ସୁରକ୍ଷା କର୍ମୀ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିବା ସୂଚନା ରହିଛି । ସୂଚନାଥାଉକି ରାଜ୍ୟ ଶ୍ରମସମ୍ପଦ ମନ୍ତ୍ରୀ ବିଜୟ ସିହ୍ନାଙ୍କ ବିରୋଧରେ ଶତାଧିକ କାର୍ଯ୍ୟକର୍ତ୍ତା ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସ୍ଥାନରେ ବବିତା କୁମାରୀଙ୍କୁ ଟିକେଟ ପାଇଁ ଦାବି କରିଛନ୍ତି। କାର୍ଯ୍ୟକର୍ତ୍ତାମାନେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ କାର ଆଗରେ ଶୋଇଥିଲେ। ସୁରକ୍ଷା କର୍ମୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଉପୁଜିଥିଲା।

ରାଜ୍ୟ ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲ କହିଛନ୍ତି ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାଁନ୍ତି ବୋଲି କହିଛନ୍ତି। ସମୟ ଆସିଲେ ସବୁକିଛି ଠିକ ହୋଇଯିବ। ଉପଯୁକ୍ତ ସମୟରେ ଦଳ ନିଷ୍ପତ୍ତି ନେବ। କାର୍ଯ୍ୟକର୍ତ୍ତାମାନେ ସଞ୍ଜମତା ରକ୍ଷା କରିବା ଉଚିତ ବୋଲି କହିଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.