ETV Bharat / bharat

‘ସ୍ବାସ୍ଥ୍ୟସେବାରେ ଖର୍ଚ୍ଚ ବଢୁଛି, ଶୀଘ୍ର ଲାଗୁ ହେଉ ନୂଆ ଘୋଷଣା’ - health services

ବର୍ତ୍ତମାନର ସଙ୍କଟ ସମୟରେ ସ୍ବାସ୍ଥ୍ୟ ସେବାକୁ ମଜବୁତ ପାଇଁ ଦରକାର ରହିଛି ଅନେକ ରିଲିଫ । ପ୍ରଥମତଃ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜକୁ ଶୀଘ୍ର ଲାଗୁ ପାଇଁ ଫିକ୍କି ସମିତି କହିଛି । ଅଧିକ ପଢନ୍ତୁ...

ficci committee
‘ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ ବଢୁଛି, ଶୀଘ୍ର ଲାଗୁ ହେଉ ନୂଆ ଘୋଷଣା’
author img

By

Published : May 21, 2020, 7:08 PM IST

ନୂଆଦିଲ୍ଲୀ: ସାର୍ବଜନୀନ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ସୁଦୃଢ ପାଇଁ ଅର୍ଥମନ୍ତ୍ରୀ କରିଥିବା ଘୋଷଣାକୁ ସ୍ବାଗତ କରିଛି ଫିକ୍କି । ତେବେ କୋରୋନା ମହାମାରୀ ମଧ୍ୟରେ ସ୍ବାସ୍ଥ୍ୟ ସେବା ପାଇଁ ଖର୍ଚ୍ଚକୁ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ସର୍ବନିମ୍ନ ଅଢେଇ ପ୍ରତିଶତ ବଢାଇବା ଦରକାର ରହିଛି ବୋଲି ଫିକି କହିଛି ।

ଫିକ୍କି ସ୍ବାସ୍ଥ୍ୟ ସେବା ସମିତିର ଅଧ୍ୟକ୍ଷ ଡ. ଅଲୋକ ରାୟ କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଘୋଷିତ ‘ଆତ୍ମନିର୍ଭର ଭାରତ’ ଅଭିଯାନର ସଫଳ ପାଇଁ ଶୀଘ୍ର ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଦରକାର । ଯେପରି ଆସନ୍ତା 3ରୁ 5 ବର୍ଷ ମଧ୍ୟରେ ଏହାର ଫାଇଦା ଦେଖିବାକୁ ମିଳିବ ।

ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଖର୍ଚ୍ଚରେ ଜିଡିପିର ସର୍ବନିମ୍ନ 2.5 ପ୍ରତିଶତ ବୃଦ୍ଧି ନେି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ନୀତି 2017ରେ କୁହାଯାଇଥିଲା ।

ଫିକ୍କି ସ୍ବାସ୍ଥ୍ୟ ସେବା ସମିତି କହିଛି ଯେ, କୃଷି କ୍ଷେତ୍ର ପ୍ରତି ତାର ସହାନୁଭୂତି ରହିଛି । ହେଲେ ବର୍ତ୍ତମାନ ସଙ୍କଟ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଣଦେଖିବା କରିବା ଠିକ ନୁହେଁ । ଏଥିସହ ସମିତି ପକ୍ଷରୁ ସ୍ବଳ୍ପ ଅବଧି ପାଇଁ ବିନା ସୁଧରେ ବା ରିହାତି ଦେଇ ନଗଦ ଉପଲବ୍ଧ ପାଇଁ ଦାବି ହୋଇଛି । ଯାହା ଦ୍ବାରା ପରିଚାଳନା ଘାଟା ନ ହେବ ।

ଡ ଆଲୋକ ମେଡିକା ଗ୍ରୁ ଅଫ ହସ୍ପିଟାଲ୍ସର ମଧ୍ୟ ଚେୟାରମ୍ୟାନ । ସେ କହିଛନ୍ତି ଯେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ, ଉପଯୋଗୀ ସାମଗ୍ରୀ ଏବଂ ଯନ୍ତ୍ରପାତି ଉପରେ କଷ୍ଟମ ଡ୍ୟୁଟି ବା ଜିଏଏସଟି ମୁକ୍ତ କରାଯିବା ଉଚିତ ଏବଂ ସମସ୍ତ ବାଧ୍ୟତାମୂଳକ ଚିକିତ୍ସା ଉପକରଣରେ ଉପରେ ସ୍ୱାସ୍ଥ୍ୟ ସେସ ଛାଡ କରାଯିବା ଆବଶ୍ୟକ ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.