ହାଇଦ୍ରାବାଦ: ଟିକାକରଣର ପାର୍ଶ୍ବପ୍ରତିକ୍ରିୟାକୁ ନେଇ ତେଲେଙ୍ଗାନାର ୱାରେଙ୍ଗଲରୁ ସାମ୍ନାକୁ ଆସିଛି ବଡ ଖବର । କୋଭିଡ ଟିକା ନେବାର 5 ଦିନ ପରେ ରବିବାର ୱାରେଙ୍ଗଲର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଛି ସୂଚନା ।
ତେବେ ଘଟଣାକୁ ନେଇ ଜିଲ୍ଲା ଏଇଏଫଆଇ କମିଟି ଯାଞ୍ଚ କରୁଛି । ଖୁବ ଶିଘ୍ର ଏନେଇ ରାଜ୍ୟ ଏଇଏଫଆଇ କମିଟି ରିପୋର୍ଟ ଦିଆଯିବ । 19 ଜାନୁଆରୀରେ ମୃତ ସ୍ବାସ୍ଥ୍ୟକର୍ମୀ ଜଣକ ଟିକା ମନେଇଥିବା ଜଣାପଡିଛି ।
ଜାନୁଆରୀ 16ରେ ଦେଶବ୍ୟାପି ଟିକାକରଣ ଆରମ୍ଭ ହୋଇଥିଲା । ପ୍ରାଥମିକତା ଆଧାରରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ଆସନ୍ତା ସପ୍ତାହରୁ ଆହୁରି ସାତୋଟି ରାଜ୍ୟରେ ସ୍ବଦେଶୀ 'କୋଭାକ୍ସିନ' ଟିକା ଦିଆଯିବ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଚଳିତ ମାସ ଆରମ୍ଭରେ ଅକ୍ସଫୋର୍ଡ କୋଭିଡ -19 ଟିକା 'କୋଭିସିଲ୍ଡ' ଏବଂ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ 'କୋଭାକ୍ସିନକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପ୍ରଦାନ କରିଥିଲା।