ETV Bharat / bharat

କୋଭିଡ୍‌ ୧୯: ୟୁଏସ୍‌ର ଦୋଷ ଦେଶକୁ ପଛକୁ ନେଇପାରେ

author img

By

Published : Apr 4, 2020, 8:37 PM IST

ବିଶ୍ଵ ଯେଉଁ କୋରୋନା ଭୂତାଣୁ ସଂକ୍ରମଣରେ ଏବେ ଘାଣ୍ଟି ହେଉଛି ତାହାର ମୂଳ କେନ୍ଦ୍ର ହେଉଛି ଚୀନର ଉହାନ୍ ସହର । ଏହା ଚୀନଠାରୁ ଅନେକ କିଲୋମିଟର ଦୂର । କିନ୍ତୁ ଏବେ ଆମେରିକାରେ କୋରୋନାଜନିତ ମୃତ୍ୟୁ ରେକର୍ଡ ଚୀନଠୁ ବି ବଳିଯାଇଛି ।

କୋଭିଡ୍‌ ୧୯: ୟୁଏସ୍‌ର ଦୋଷ ଦେଶକୁ ପଛକୁ ନେଇପାରେ
କୋଭିଡ୍‌ ୧୯: ୟୁଏସ୍‌ର ଦୋଷ ଦେଶକୁ ପଛକୁ ନେଇପାରେ

କୋଭିଡ୍ ୧୯ର ସଂକ୍ରମଣକୁ ରୋକିବା ଲାଗି ଯୁକ୍ତରାଷ୍ଠ୍ର ଆମେରିକା ଆରମ୍ଭରୁ ଦେଶବାସୀଙ୍କୁ ଆଶ୍ଵାସନା ଦେଇଥିଲେ ମଧ୍ୟ ଯେଉଁଭଳି ଭାବେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଦିନକୁ ଦିନ ରକେଟ୍ ବେଗରେ ବଢ଼ୁଛି ସେଥିରୁ ଆମେରିକାର କୋରୋନା ମୁକାବିଲା ସ୍ପଷ୍ଟ ହେଉଛି । ଅର୍ଥାତ୍ ଯେଉଁ ଆଗୁଆ ପ୍ରସ୍ତୁତି କଥା ୟୁଏସ୍ କହୁଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି ।

ବିଶ୍ଵ ଯେଉଁ କୋରୋନା ଭୂତାଣୁ ସଂକ୍ରମଣରେ ଏବେ ଘାଣ୍ଟି ହେଉଛି ତାହାର ମୂଳ କେନ୍ଦ୍ର ହେଉଛି ଚୀନର ଉହାନ୍ ସହର । ଏହା ଚୀନଠାରୁ ଅନେକ କିଲୋମିଟର ଦୂର । କିନ୍ତୁ ଏବେ ଆମେରିକାରେ କୋରୋନାଜନିତ ମୃତ୍ୟୁ ରେକର୍ଡ ଚୀନଠୁ ବି ବଳିଯାଇଛି । ଆମେରିକାରେ ଏବେ ଅଢ଼େଇ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଥିବାବେଳେ ଏଠାରେ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ।

ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବାବଦରେ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାରେ ଅବହେଳା, ସ୍ଵଳ୍ପ ସନ୍ଦିଗ୍ଧଙ୍କୁ ପରୀକ୍ଷଣ ଏବଂ ପ୍ରାକ୍ ସଂକ୍ରମଣ ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବାରେ ଅବହେଳା ହେତୁ ଆଜି ଆମେରିକା ଏହି ଭାଇରସ୍ ତାଣ୍ଡବ ଅଧିକ ଦେଖୁଛି । ଭାଇରସ୍ ସଂକ୍ରମଣର ପ୍ରଥମ ଅବସ୍ଥାରେ ଅଧିକରୁ ଅଧିକ ସଂଖ୍ୟାରେ ପରୀକ୍ଷଣ ଦ୍ଵାରା ଏହାର ବ୍ୟାପକତାକୁ ରୋକାଯାଇପାରିଥାଆନ୍ତା ।

ଏହି ପଦକ୍ଷେପ ଦକ୍ଷିଣ କୋରିଆରେ ସ୍ପଷ୍ଟ ହୋଇଛି । ଅଧିକ ସଂଖ୍ୟାରେ ଟେଷ୍ଟିଂ ଆପଣାଇ ପାରିଥିବା ହେତୁ କୋରିଆ କୋରୋନା ସଂକ୍ରମଣକୁ ରୋକିବାରେ ସମର୍ଥ ହୋଇପାରିଛି । ଯେତେବେଳେ କୋରୋନା ଭୂତାଣୁ ଆମେରିକାରେ ସଂକ୍ରମିତ ହେବା ଆରମ୍ଭ କରୁଥିଲା ସେତେବେଳେ ସେଠାର ଲୋକଙ୍କୁ ସାମ୍ପଲ୍ ପରୀକ୍ଷଣ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇନଥିଲା । ଯାହାଫଳରେ କୋରୋନା ଏକ ଯନ୍ତ୍ରଣା ଭାବେ ବିସ୍ଫୋରିତ ହେଲା । ବିଭିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀକୁ ଏହା ବ୍ୟାପିଲା ।

ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍(ସିଡିସି)ଙ୍କ ତଥ୍ୟ ଅନୁସାରେ ଫେବୃୟାରୀ ମାସରେ ସରକାରୀ ଲ୍ୟାବଗୁଡିକରେ ମାତ୍ର ୩୫୨ଟି କୋଭିଡ୍ ୧୯ ପରୀକ୍ଷଣ ହୋଇଥିଲା । ଅର୍ଥାତ୍ ଦିନକୁ ମାତ୍ର ୧୨ଟି ଟେଷ୍ଟ କରାଯାଉଥିଲା । ଏହାଦ୍ଵାରା ଯେଉଁ ଅବହେଳା ତଥା ହାଲୁକା ମନୋବୃତ୍ତି ତାହା ସ୍ପଷ୍ଟ ହୋଇଛି । ଏହି ହାଲୁକା ଆଚରଣ ହେତୁ ଆମେରିକାରେ ଦିନକୁ ଦିନ ଭୂତାଣୁ ତାହାର ଚେରକୁ ଶକ୍ତ କରି ଚାଲିଲା ଆଉ ଆକ୍ରାନ୍ତଙ୍କ ସଂଖ୍ୟା ବିସ୍ଫୋରିତ ହୋଇ ଚାଲିଲା ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟଙ୍କୁ ଆଶ୍ଵାସନା ଦେଲେ ଯେ ସିଡିସି ଦ୍ଵାରା ବିକଶିତ କୋଭିଡ୍-୧୯ ଟେଷ୍ଟ ସମ୍ପୂର୍ଣ୍ଣ ଭାବେ ଠିକ୍ । ଆଉ ଯେକୌଣସି ଲୋକ ଏହି ପରୀକ୍ଷା କରିପାରିବେ । କିନ୍ତୁ ଏହି ସାମ୍ପଲ୍ ପରୀକ୍ଷଣ ପାଇଁ ଯେଉଁସବୁ ଏଜେନ୍ସିଙ୍କ ଟେଷ୍ଟ କିଟସକୁ ସରକାର ବ୍ୟବହାର କଲେ ସେଥିରୁ ଅନେକ ଭାଇରସକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଲେ ନାହିଁ । ଅର୍ଥାତ୍ ଯେଉଁ ବ୍ୟାପକ ଟେଷ୍ଟ ପାଇଁ ଟ୍ରମ୍ପ ପ୍ରତିଶୃତି ଦେଲେ ତାହା ଏହି କୋରୋନା ମହାମାରୀକୁ ରୋକିବାରେ ବିଫଳ ହୋଇଥିଲା । ୟୁଏସର ଏହି ଅବହେଳା ରୋଗକୁ ଦୃତ ଗତିରେ ମାଡିବା ଲାଗି ସୁଯୋଗ ଦେଲା ।

ଏବେ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା । ଏହା କୋରୋନା ଭୂତାଣୁକୁ ରୋକିବା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ । ଯଦିଓ ଆମେରିକା ୩୬୦୦ ରୋଗ ଚିହ୍ନଟକାରୀକୁ ରୋଗୀ ଦେଇଥିବା ତଥ୍ୟ ଏବଂ ଉପଲବ୍ଧ ଟେକ୍ନୋଲୋଜିକୁ ବ୍ୟବହାର କରି ସେମାନଙ୍କ ଗତିବିଧିର ଇତିହାସ, ସମ୍ପର୍କ ଖୋଜିବା ଲାଗି ବ୍ୟବହାର କରୁଥିଲା, କିନ୍ତୁ ସେମାନେ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇପାରିଲେ ନାହିଁ । ଯାହାଦ୍ଵାରା ଆଗୁଆ ଟେଷ୍ଟିଂର କୌଣସି ସଫଳତା ମିଳିଲା ନାହିଁ ।

ଏଭଳି ଏକ ବିପତ୍ତି ସମୟରେ ପ୍ରଶାସନର ଦାୟିତ୍ଵ ନିର୍ବାହ ପ୍ରକ୍ରିୟାକୁ ଟ୍ରମ୍ପ ସର୍ବୋତ୍ତମ ବୋଲି ଦର୍ଶାଇବା ସହ ୧୦ରୁ ୧୦ ମାର୍କ ଦେଇଛନ୍ତି । କିନ୍ତୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଆଲର୍ଜୀ ଆଣ୍ଡ ଇନ୍ଫେକ୍ସିଅସ୍ ଡିଜିଜ ନିର୍ଦ୍ଦେଶକ ଡ. ଆନ୍ଥୋନୀ ଫୌସି କହିଛନ୍ତି ଯେ ଯେଉଁ ଢାଞ୍ଚା ସିଡିସି ଲାଗୁ କରିଥିଲେ ତାହା ଏକ ମହାମାରୀକୁ ଟ୍ରାକ୍ କରିବା ଲାଗି ସକ୍ଷମ ନଥିଲା । ଏଣୁ ଏହା ଏକ ବିଫଳତା ବୋଲି ସେ ଦର୍ଶାଇଛନ୍ତି ।

ସ୍ଵାସ୍ଥ୍ୟ ଓ ମାନବ ସେବା ବିଭାଗ ଏନେଇ ଏକ ଆଭ୍ୟନ୍ତରୀଣ ସମୀକ୍ଷା ଆରମ୍ଭ କରିଛନ୍ତି । ଏହି ସମୀକ୍ଷାରେ ସିଡିସି ବି ଆସୁଛି । ଏଥିରେ ଭୁଲ୍ କେଉଁଠି ରହିଛି ତାହାକୁ ଅନୁଶୀଳନ କରାଯାଉଛି । କିନ୍ତୁ ବାହାରେ ଥିବା ପର୍ଯ୍ୟବେକ୍ଷକ ଏବଂ ଫେଡେରାଲ୍ ସ୍ଵାସ୍ଥ୍ୟ ଅଧିକାରୀମାନେ ଏ ପରିପ୍ରେକ୍ଷୀରେ ୪ଟି ମୁଖ୍ୟ କାରଣକୁ ଚିହ୍ନଟ କରିଛନ୍ତି ।

ସେମାନଙ୍କ ମତରେ ଏହି ୪ଟି କାରଣ ଯୋଗୁଁ କୋରୋନା ଭୂତାଣୁ ଆମେରିକାରେ ଏତେ ପରିମାଣରେ କ୍ରିୟାଶୀଳ ହୋଇପାରିଥିଲା । ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ଗ୍ରହଣ କରାଯାଇଥିବା ଟେଷ୍ଟକୁ ଆଗୁଆ ଗ୍ରହଣ କରାନଯିବା ଆଉ ସିଡିସି ଦ୍ଵାରା ବିକଶିତ ଟେଷ୍ଟ ପ୍ରକ୍ରିୟାରେ ତ୍ରୁଟି ରହିବା, କେଉଁମାନଙ୍କର ପରୀକ୍ଷା ହେବ ସେଥିନେଇ ନିୟମାବଳୀ ନିର୍ଦ୍ଧାରଣ କରାଯିବା, ଘରୋଇ କ୍ଷେତ୍ରକୁ ଏହି ପ୍ରକ୍ରିୟାରେ ସାମିଲ୍ କରିବାରେ ବିଳମ୍ବ କରିବା ପ୍ରଭୃତି ଏହି କାରଣଗୁଡ଼ିକ ଭିତରେ ଗୁରୁତ୍ଵପୂର୍ଣ୍ଣ । ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହି ପ୍ରକାର ଦାୟିତ୍ଵହୀନ କାର୍ଯ୍ୟକଳାପ ଏବଂ ବ୍ୟାପକ ବିଫଳତା ପରେ ଆମେ ବିଶ୍ଵର ଏହି ସର୍ବଶକ୍ତିମାନ ଦେଶ ମହାମାରୀ ସରିବା ପରେ ସେହିଭଳି ସର୍ବଶକ୍ତିମାନ ରହିବ ବୋଲି କହିବା ମୁସ୍କିଲ୍ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.