ETV Bharat / bharat

ପୋଲିସ ସହ ସଂଘର୍ଷ ପରେ ହାଜତରେ ବାପ-ପୁଅଙ୍କ ମୃତ୍ୟୁ

ସ୍ଥାନୀୟ ଟୁଟୁକୁଡି ଜିଲ୍ଲାରେ କିଛି ଦିନ ତଳେ ଲକଡାଉନ ନିୟମ ଉଲଙ୍ଘନ ନେଇ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ବାପ-ପୁଅ ଯୁଗଳ । ଉଭୟ ପକ୍ଷରେ ବାକ ଯୁଦ୍ଧ ହେବା ପରେ ପୋଲିସ ବାପ-ପୁଅଙ୍କୁ ଗିରଫ କରିଥିଲା । ହେଲେ ଗିରଫ କରିବା ପରେ ପୋଲିସର ମାଡ ଓ ଜୁଲମରେ ବାପ-ପୁଅ କ୍ଷତାକ୍ତ ହେଇ ଶେଷରେ ଆଖି ବୁଜିଥିଲେ ।

author img

By

Published : Jun 23, 2020, 7:16 PM IST

father, son duo died in judicial custody, police torture in tamilnadu, father, son duo died being beaten up by police, tamilnadu latest news, ପୋଲିସ ହେପାଜତରେ ବାପ-ପୁଅ ମୃତ, ତାମିଲନାଡୁରେ ପୋଲିସର ଜୁଲମ, ତାମିଲନାଡୁରେ ପୋଲିସ ମାଡରେ ବାପ-ପୁଅ ମୃତ, ତାମିଲନାଡୁ ଲାଟେଷ୍ଟ ନ୍ୟୁଜ୍‌
ପୋଲିସ ସହ ସଂଘର୍ଷ ପରେ ହେପାଜତରେ ବାପ-ପୁଅଙ୍କ ମୃତ୍ୟୁ

ଚେନ୍ନାଇ: ସ୍ଥାନୀୟ ଟୁଟୁକୁଡି ଜିଲ୍ଲାରେ କିଛି ଦିନ ତଳେ ଲକଡାଉନ ନିୟମ ଉଲଙ୍ଘନ ନେଇ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ବାପ-ପୁଅ ଯୁଗଳ । ଉଭୟ ପକ୍ଷରେ ବାକ ଯୁଦ୍ଧ ହେବା ପରେ ପୋଲିସ ବାପ-ପୁଅଙ୍କୁ ଗିରଫ କରିଥିଲା । ହେଲେ ଗିରଫ କରିବା ପରେ ପୋଲିସର ମାଡ ଓ ଜୁଲମରେ ବାପ-ପୁଅ କ୍ଷତାକ୍ତ ହେଇ ଶେଷରେ ଆଖି ବୁଜିଥିଲେ । ଯାହା ରାଜ୍ୟରେ ଏଭଳି ପରିସ୍ଥିତି ନିୟନ୍ତ୍ରଣରେ ପୋଲିସର ସକ୍ଷମତା ଉପରେ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ ।

ସୂଚନା ଅନୁଯାୟୀ ଜୁନ 19ରେ ସତଙ୍କୁଲମଠାରେ ଥିବା ପୁଅ ଫେନିକ୍ସ(32)ର ମୋବାଇଲ ଦୋକାନରେ କିଛି କାମ କରୁଥିଲେ ବାପା ଜୟରାଜ (56) । ସନ୍ଧ୍ୟା 7ଟା ସୁଦ୍ଧା ଦୋକାନ ବନ୍ଦର ନିୟମ ରହିଥିବା ବେଳେ ପ୍ରାୟ 7.30 ପର୍ଯ୍ୟନ୍ତ ଦୋକାନ ଖୋଲି ବସି ରହଥିଲେ ଜୟରାଜ । ସ୍ଥାନୀୟ ପୋଲିସ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ଓ ଜୟରାଜଙ୍କ ଦ୍ବାରା ଖରାପ ଭାଷାର ପ୍ରୟୋଗକୁ କେନ୍ଦ୍ର କରି ପୋଲିସ ତାଙ୍କୁ ଗିରଫ କରିଥିଲା । ଖବର ପାଇ ପୁଅ ଫେନିକ୍ସ ସତଙ୍କୁଲମ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ।

ଏହି ସମୟରେ କିଛି ପୋଲିସ ଓ ହୋମଗାର୍ଡ ତାଙ୍କ ବାପାଙ୍କୁ ପିଟୁଥିବା ସେ ଦେଖିଥିଲେ । ଏହାକୁ ବିରୋଧ କରିବାରୁ ପୋଲିସ ଫେନିକ୍ସଙ୍କୁ ମଧ୍ୟ ଗିରଫ କରି ମାରପିଟ ଆରମ୍ଭ କରିଥିଲା । ଏନେଇ ପୋଲିସ କହିଥିଲା କି ଉଭୟଙ୍କୁ କୋର୍ଟରେ ହାଜିର କରିବା ପରେ ଜୁନ 21ରେ ସେମାନଙ୍କୁ ରିମାଣ୍ଡରେ କୋଭିଲପାଟି ସବ୍‌ଜେଲକୁ ପଠାଯାଇଥିଲା । ସେଠାରୁ ଜୁନ 22 ସନ୍ଧ୍ୟାରେ ଫେନିକ୍ସକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଖବର ପାଇ ଜୟରାଜଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ମଧ୍ୟ ସମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥାରେ ଲଗାତାର ଅବନତି ଘଟିବା ସହ ଶେଷରେ ସେ ମଧ୍ୟ ଆଖି ବୁଜିଥିଲେ । ଏନେଇ ଉତ୍ତ୍ୟକ୍ତ ପରିବାରବର୍ଗ ଓ ବନ୍ଧୁମାନେ ଡାକ୍ତରଖାନା ପରିସରରେ ହୋ ହାଲା ଆରମ୍ଭ କରିଦେଇଥିଲେ । ଉଭୟଙ୍କୁ ପୋଲିସକର୍ମୀମାନେ ହତ୍ୟା କରିଥିବାର ଅଭିଯୋଗ ମଧ୍ୟ ଆଣିଥିଲେ । ଏନେଇ ସମ୍ପୃକ୍ତ ସମସ୍ତ ପୋଲିସ ଓ ହୋମଗାର୍ଡଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନର ଦାବି ତେଜିବାରେ ଲାଗିଥିଲା ।

ତେବେ ଫେନିକ୍ସ ହେପାଜତରେ ଥିବା ସମୟରେ ତାଙ୍କୁ ଭେଟିଥିବା କିଛି ବନ୍ଧୁ ପ୍ରକାଶ କରିଥିଲେ କି ପୋଲିସର ଜୁଲମ ଯୋଗୁଁ ତାଙ୍କ ମଳଦ୍ବାରରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା । ଏ ଘଟଣାର ଚର୍ଚ୍ଚା ନିଆଁ ପରି ବ୍ୟାପିବା ପରେ ଏଥିରେ ସମ୍ପୃକ୍ତ ଦୁଇ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେପଟେ ପଡୋଶୀ ଜିଲ୍ଲାର ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।

ବିରୋଧୀ ଦଳ ନେତା ଏମକେ ଷ୍ଟାଲିନ, ଭାଇକୋ ଏମଡିଏମକେ ସାଂସଦ, ଟୁଟୁକୁଡି ସାଂସଦ କାଞ୍ଜୀମୋହି କରୁଣାନୀଧି, ମଣିଥାନେୟା ମକ୍କାଲ କାଟଚି(ଏମଏମକେ) ଅଧ୍ୟକ୍ଷ ପ୍ରୋଫେସର ଏମଏଚ ଜୱାହିରୁଲା ଓ ପରିବେଶବିତ୍‌ ଏସପି ଉଦୟକୁମାର ପୋଲିସର ବ୍ୟବହାରକୁ ନିନ୍ଦା କରିଛନ୍ତି । ତେବେ ସମ୍ପୃକ୍ତ ଘଟଣାରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଯାଇ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ସହ ପୋଲିସ କର୍ମୀଙ୍କୁ ମାନବ ଅଧିକାରର ଶିକ୍ଷା ଦେବା ପାଇଁ ମଧ୍ୟ ଏମାନେ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.