ଶ୍ରୀନଗର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ଓ ଭଉଣୀ ଅଟକ । ଜମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରୈୟା ଅବଦୁଲ୍ଲା ଏବଂ ଝିଅ ସାଫିଆ ଅବଦୁଲ୍ଲାଙ୍କୁ ଅଟକ ରଖିଛି ପୋଲିସ ।
ଧାରା 370 ଉଚ୍ଛେଦ ନେଇ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଶ୍ରୀନଗର ପୋଲିସ ତାଙ୍କୁ ଆନ୍ଦୋଳନସ୍ଥଳରୁ ଉଠାଇ ନେବା ସହ ଅଟକ ରଖିଛି । ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଉଚ୍ଛେଦ ହୋଇଥିଲା ବିବାଦୀୟ ଧାରା 370 । ଆନ୍ଦୋଳନ ଏବଂ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାରେ ବିଛିନ୍ନତାବାଦୀ ନେତାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ପୁଅ ଓମାର ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ କରିଥିଲା ଜମ୍ମୁ ପୋଲିସ ।