ଶ୍ରୀନଗର: ନ୍ୟାଶନାଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଦେଲେ ବଡ ମନ୍ତବ୍ୟ । ସେ କହିଛନ୍ତି କି ଭାରତ-ପାକ ମଧ୍ୟରେ ଚାଲିଥିବା ବିବାଦକୁ ଆପୋସ ବୁଝାମଣା ଜରିଆରେ ସମାଧାନ କରି ହେବ । ସେନାଙ୍କ ଶକ୍ତି ପ୍ରଦର୍ଶନ ହେଉ କିମ୍ବା ଏନଆଇଏର ବଳ ପ୍ରୟୋଗ ଦ୍ବାରା କୌଣସି ପ୍ରକାର ସମାଧନ ହୋଇପାରିବ ନାହିଁ ।
ସେପଟେ ଶ୍ରୀନଗର ସାଂସଦ ଅବଦୁଲା କହିଛନ୍ତି, 'ଦୁଇ ଦେଶ ମଧ୍ୟରେ ବିବାଦର ମୁଖ୍ୟ କାରଣ ହେଉଛି କାଶ୍ମୀର । ଏହି ମୁଦ୍ଦା ଏବେ ବି ଯୁକ୍ତରାଷ୍ଟ୍ର ଆମେରିକାରେ ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ପର୍ଯ୍ୟବେକ୍ଷକ ଏବେ ବି ଏଠାରେ ଏବଂ ପାକିସ୍ତାନର କବଜାରେ ଥିବା କାଶ୍ମୀରରେ ଉପସ୍ଥିତ ଅଛନ୍ତି । ଏହି ମୁଦ୍ଦାକୁ ସମାଧାନ କରିହେବ । ଏହା ସେତେବେଳେ ସମାଧାନ ହେବ ଯେତେବେଳେ ଦୁଇ ଦେଶ ପରସ୍ପର ଆଲୋଚନା କରିବେ । ଭାରତର କାଶ୍ମୀର ଏବଂ ପାକିସ୍ତାନର ଆଜାଦ କାଶ୍ମୀର ଲୋକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ । '
ସୂଚନା ଥାଉ କି ଭାରତ ସବୁବେଳେ କହିଛି, କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟସ୍ଥି କରିବା ପସନ୍ଦ ନୁହେଁ । ଅବଦୁଲା ନିଜ ମା’ ବେଗମ ଆରାଙ୍କ 19 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରିବାକୁ ଯାଇ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ସେ ନିଜର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାକୁ ଯାଇ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।