ETV Bharat / bharat

ଫାରୁକ ଅବଦୁଲ୍ଲାଙ୍କୁ EDର ପଚରାଉଚରା, 43 କୋଟି ହେରଫେର୍ ଅଭିଯୋଗ - farooq abdullah ed probe

ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟର ପଚରାଉଚରା । ଅଧିକ ପଢନ୍ତୁ...

ପୂର୍ବତନ ଉପମୁଖ୍ୟମନ୍ତ୍ରୀ
ପୂର୍ବତନ ଉପମୁଖ୍ୟମନ୍ତ୍ରୀ
author img

By

Published : Oct 19, 2020, 1:02 PM IST

Updated : Oct 20, 2020, 7:25 AM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟର ପଚରାଉଚରା । ଜାମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ପାଣ୍ଠିକୁ ନେଇ ଘୋଟାଲା ମାମଲାରେ ପଚରାଉଚରା କରୁଛି । ଏହା ପୂର୍ବରୁ ଫାରୁକ ଅବଦୁଲ୍ଲା ଏହି ମାମଲାରେ ପଚରାଉଚରା କରାଯାଇଥିଲା ।

ପ୍ରକାଶଥାଉକି, ଜାମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନରେ 113 କୋଟି ଟଙ୍କା କାରବାର ଅଭିଯୋଗ ବହୁ ପୁରୁଣା। ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ପୋଲିସ ଦ୍ବାରା ଏହି ଅନୁସନ୍ଧାନ କରାଯାଉଥିଲା ପରେ କୋର୍ଟ ଏହାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ପରେ ଏହି ମାମଲାରେ ଇଡି ସାମିଲ ହୋଇଥିଲା କାରଣ ଏହି ମାମଲା ଅର୍ଥ ହେରଫେର ସହ ଜଡିତ ଥିଲା।

ଏହାପୂର୍ବରୁ ମଧ୍ୟ ଗତ ବର୍ଷ ଏହି ମାମଲାରେ ଇଡି ଫାରୁକ୍ ଅବଦୁଲ୍ଲାଙ୍କୁ ପ୍ରଶ୍ନ କରିଥିଲା। ସିବିଆଇ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ 2002 ରୁ 2012 ମଧ୍ୟରେ ବିସିସିଆଇ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ JKCA କୁ 113 କୋଟି ଟଙ୍କା ଦେଇଥିଲା କିନ୍ତୁ ଏହି ପାଣ୍ଠି ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇନଥିଲା। ଅଭିଯୋଗ ହୋଇଛି ଯେ ଏଥିରୁ ସେ 43.69 କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି ଏବଂ ଏହି ଟଙ୍କା ଖେଳାଳିଙ୍କ ପାଇଁ ମଧ୍ୟ ଖର୍ଚ୍ଚ ହୋଇନାହିଁ।

ସୂଚନାଯୋଗ୍ୟ, ଫାରୁକ ଅବଦୁଲ୍ଲା ଗୃହବନ୍ଦୀରୁ ମୁକ୍ତ ହେବା ଦିନଠାରୁ ଖବରରେ ରହିଆସିଛନ୍ତି। ନିକଟରେ ଜାମ୍ମୁ କାଶ୍ମୀରରେ ତାଙ୍କ ନେତୃତ୍ବରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଧାରା 370 ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରାଯାଇଥିଲା।

Last Updated : Oct 20, 2020, 7:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.