ETV Bharat / bharat

ସିଡ଼ ଆକ୍ଟ-2019ରେ ପରିବର୍ତ୍ତନ ଚାହୁଁଛନ୍ତି ଚାଷୀ ! - ସିଡ଼ ଆକ୍ଟ

କିଛି ବେସରକାରୀ ଅନୁଷ୍ଠାନ ମାନଙ୍କ ଲାଇସେନ୍ସକୁ ମଧ୍ୟ ବାତିଲ କରିଦିଆଯାଉଛି । ତେବେ ଲାଇସେନ୍ସ ବାତିଲ କରିବା ସତ୍ତ୍ବେ ଏବେ ମଧ୍ୟ କିଛି କମ୍ପାନୀ ଏବଂ ବ୍ରାଣ୍ଡକୁ ଆଧାର କରି ନକଲି ବିହନ ବଜାରରେ ବିକ୍ରି କରିବାରୁ ଉଦ୍ୟମ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ସିଡ଼ ଆକ୍ଟ
author img

By

Published : Nov 20, 2019, 5:24 PM IST

ହାଇଦ୍ରାବାଦ: ଭାରତ ଏକ କୃଷିପ୍ରଧାନ ଦେଶ । କୃଷକମାନଙ୍କ ଜୀବନଜୀବିକାର ଏକମାତ୍ର ମାଧ୍ୟମ କୃଷି । ସବୁଠାରୁ ଦୁଃଖର କଥା ହେଉଛି ଯେ, ବିଭିନ୍ନ କାରଣରୁ କୃଷକମାନଙ୍କୁ ବିଭିନ୍ନ ସମୟରେ ସମସ୍ୟା, ସଂକଟ ଏବଂ ନିରାଶାର ସାମ୍ନା କରିବାକୁ ପଡ଼ିଥାଏ । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଚାଷୀର ପ୍ରତିଟି ଚାଷ ଉପରେ ଦଲାଲ ଏବଂ ଅନ୍ୟ ଛୋଟ ବ୍ୟବସାୟୀ ମାନଙ୍କର ନଜର ରହିଥାଏ । ତେବେ ଏହି ଚାଷରୁ ଅନ୍ୟମାନେ ବେଶ ଭଲ ଲାଭ ଉଠାଉଥିବା ବେଳେ ଖୋଦ ଚାଷୀକୁ ନିରାଶ ହେବାକୁ ପଡ଼ିଥାଏ । ଅଳ୍ପମାତ୍ର ଲାଭ ପାଇଥାଏ ପରିଶ୍ରମ କରୁଥିବା ଚାଷୀ ।

ବିହନ କିଣିବା ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନରେ ସେପରି କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ । ତେବେ ସିଡ଼ ଆକ୍ଟ(ବିହନ ନିୟମ) ଏହାର ଏକ ଉଦାହରଣ ଭାବେ ନିଆଯାଇପାରେ । ଯେତେବେଳେ ସରକାରଙ୍କ ଦ୍ବାରା ବିହନ ସଞ୍ଚାଳନ ଅନୁଷ୍ଠାନ ଜାରି ରହିଥିଲା, ସେହି ସମୟରେ ଏହି ନିୟମକୁ ଲାଗୁ କରାଯାଇଥିଲା । ଫଳରେ ଏହି ନିୟମ ଆଧାରରେ ବେସରକାରୀ ବିହନ ଅନୁଷ୍ଠାନ ଗୁଡ଼ିକର ସଂଖ୍ୟା ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ଏହି ବିହନ ନିୟମ କୃଷି ଏବଂ ଗରିବ ଚାଷୀଙ୍କ ଉନ୍ନତି ଉଦ୍ଦେଶ୍ୟରେ କରାଯାଇଥିଲା । କିଛି ବେସରକାରୀ ସଂସ୍ଥା ଏବଂ ଦଲାଲମାନଙ୍କ ପାଇଁ ଏହି ନିୟମକୁ ବ୍ୟାନ କରି ଦିଆଯାଇଥିଲା । ଫଳରେ କୃଷକମାନଙ୍କ ଅଧିକାର ନଷ୍ଟ ହୋଇଥିଲା । ଦଶନ୍ଧି ଦଶନ୍ଧି ଧରି ସତ୍ତାରୁଢ ବିଭିନ୍ନ ସରକାରୀ କଳର ରାଜନେତାଙ୍କ ଦ୍ବାରା କୃଷକମାନଙ୍କ ପ୍ରତି ଅଣଦେଖା କରାଯାଉଛି । ତେବେ ବର୍ତ୍ତମାନ ମୋଦି ସରକାରଙ୍କ ଦ୍ବାରା ବିଧେୟକ ଆଗତ କରିବାକୁ ପ୍ରସ୍ତାବ ରହିଛି । ଏହି ସମୟରେ ବିଭିନ୍ନ ପ୍ରକାର ଶୋଷଣ, କୃଷକମାନଙ୍କୁ ଲାଭାନ୍ବିତ କରିବାକୁ ଏହା ଏକ ସୁନ୍ଦର ଅବସର ବୋଲି ଚାଷୀମାନେ ଅନୁଭବ କରୁଛନ୍ତି । ବର୍ତ୍ତମାନ ପ୍ରଚଳିତ ବିହନ ନିୟମ ଅନୁଯାୟୀ କୃଷକମାନେ ସେମାନଙ୍କର ଅଭିଯୋଗ କରିପାରିବେ ।

ସେହିପରି ଉକ୍ତ ନିୟମ ଅନୁସାରେ କୃଷକମାନେ ବିହନର ଗୁଣବତ୍ତା ଓ ବିହନକୁ ନେଇ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । କେନ୍ଦ୍ରୀୟ ବିହନ ସମିତି ଏହି ସମସ୍ୟାର ଯାଞ୍ଚ କରିବ ଏବଂ ତାହା ଅନୁସାରେ କାର୍ଯ୍ୟ କରାଯିବ । ସେ ଯାହାବି ହେଉ, ଏହି ନିୟମ ସେ କଡ଼ାକଡ଼ି ଭାବେ ପାଳନ ମଧ୍ୟ କରାଯାଉନାହିଁ । ଫଳରେ ଅନେକ ସିଷ୍ଟମ ମଧ୍ୟ ନିୟମର ଗଳି ଦେଇ ଖସିଯିବାକୁ ଉଦ୍ୟମ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଅନ୍ୟ ମାନଙ୍କ ମୁଣ୍ଡରେ ଦୋଷ ଲଦିବାକୁ ମଧ୍ୟ ଅଧିକାଂଶ ସମୟରେ ଉଦ୍ୟମ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଆମେ କେବଳ ସେହି ଉଦାହରଣକୁ ନେଇ ପାରିବା, ଯେଉଁ ଘଟଣାରେ ଚାଷୀମାନେ ସାମିଲ ରହିଛନ୍ତି । ଏହି ଅଧିନିୟମ ବଳରେ ଅପରାଧୀମାନଙ୍କୁ କାର୍ଯ୍ୟରେ ସାମିଲ କରାଗଲେ ଚାଷୀମାନେ ଲାଭବାନ ହେବା ସହିତ ସେମାନଙ୍କୁ ସାହାଯ୍ୟ ମିଳିପାରିବ । ଏଭଳି ସ୍ଥଳେ କିଛି ବେସରକାରୀ ଅନୁଷ୍ଠାନ ମାନଙ୍କ ଲାଇସେନ୍ସକୁ ମଧ୍ୟ ବାତିଲ କରିଦିଆଯାଇପାରିବ । ତେବେ ଲାଇସେନ୍ସ ବାତିଲ କରିବା ସତ୍ତ୍ବେ ଏବେ ମଧ୍ୟ କିଛି କମ୍ପାନୀ ଏବଂ ବ୍ରାଣ୍ଡକୁ ଆଧାର କରି ନକଲି ବିହନ ବଜାରରେ ବିକ୍ରି କରିବାରୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏଭଳି ଅନୈତିକ ବ୍ରାଣ୍ଡକୁ ପୁଣି ଥରେ ଲାଇସେନ୍ସ ପ୍ରଦାନ କରାଯାଉଥିବା ଜଣାପଡ଼ିଛି । ତେବେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଥିବା ସ୍ବତନ୍ତ୍ର କ୍ଷମତା ଓ ବିଭିନ୍ନ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ଏହି ବେଆଇନ କମ୍ପାନୀଗୁଡ଼ିକ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ଏହିଭଳି କାର୍ଯ୍ୟ କାରଣରୁ ବିଭିନ୍ନ ସମୟରେ ଗରିବ ଏବଂ ଅସହାୟ କୃଷକମାନେ ଗରିବୀ ମଧ୍ୟକୁ ଆହୁରି ଠେଲି ହୋଇ ଯାଇଥାନ୍ତି ।

ଅନେକ କମ୍ପାନୀ ନିଜର ଗୁଣବତ୍ତା ଉତ୍ପାଦକୁ ଲୋକପ୍ରିୟ ବ୍ରାଣ୍ଡକୁ ଆଧାର କରି ବାହାରେ ବିକ୍ରି କରିଥାନ୍ତି । କେବଳ ନିଜର ବ୍ରାଣ୍ଡ ଅନ୍ୟାନ୍ୟ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି । ତେବେ ଏସବୁକୁ ସରକାରୀ ସ୍ତରରେ ସତର୍କତାମୂଳକ ପଦକ୍ଷେପ ମାଧ୍ୟମରେ ହିଁ ରୋକାଯାଇପାରିବ । ତେବେ ଏହା ପୂର୍ବରୁ ସଂସଦର ସ୍ଥାୟୀ କମିଟି 2004 ମସିହାରେ ବିହନ ଅଧିନିୟମ ଉପରେ କିଛି ସତର୍କତା ମୂଳକ ପ୍ରସ୍ତାବ ଦେଇଥିଲା । ଉକ୍ତ ପ୍ରସ୍ତାବକୁ ମଧ୍ୟ ନିରୀକ୍ଷଣ ମଧ୍ୟ କରାଯାଇଥିଲା । ସେହି ସମୟରେ ଦିଆଯାଇଥିବା ପ୍ରସ୍ତାବ ବର୍ତ୍ତମାନ ସରକାର ଆଣିବାକୁ ଥିବା ପ୍ରସ୍ତାବ ମଧ୍ୟରେ ପରିଲକ୍ଷିତ ହେଉନାହିଁ । ସରକାର ଏହି ବିଲ ଉପରେ ଦେଶଠାରୁ ଉପଦେଶ ମାଗୁଛନ୍ତି । ଧାରା 21 ଅନୁଯାୟୀ 2019 ବିଧେୟକ ଅନୁସାରେ ଏହା କୁହାଯାଇଛି ଯେ, କୌଣସି କୃଷକ ଏଭଳି କୁପ୍ରଥା କାରଣରୁ ମୃତ୍ୟୁବରଣ କରୁଛନ୍ତି, ସେମାନଙ୍କୁ ବିହନ ବିକ୍ରେତା କମ୍ପାନୀ ଠାରୁ କ୍ଷତିପୁରଣ ଆଦାୟ କରାଯିବ । 1986 ଉପଭୋକ୍ତା ଅଧିନିୟମରେ ମଧ୍ୟ ଏହା ଉଲ୍ଲେଖ ରହିଥିବା ଜଣାପଡ଼ିଛି ।

ତେବେ ଖରାପ ବିହନକୁ ଯଦି ଚାଷୀ ନଷ୍ଟ କରୁଛି, ତେବେ ତାହାର କ୍ଷତିପୁରଣ ମଧ୍ୟ ବିକ୍ରେତା ଠାରୁ ଆଦାୟ କରାଯିବ ବୋଲି 1986 ଉପଭୋକ୍ତା ଅଧିନିୟମ ଅନୁଯାୟୀ ହୋଇପାରିବ । ତେବେ ଖରାପ ବିହନ ଚାଷ ନଷ୍ଟ କରିବାର ଏକ ମାତ୍ର କାରଣ ନୁହେଁ । ଏହି ଖରାପ ବିହନ କାରଣରୁ ଚାଷୀର ସମୟ ଓ ପରିଶ୍ରମ ମଧ୍ୟ ନଷ୍ଟ ହୋଇଥାଏ । ଏହା ସହିତ ଚାଷ କାର୍ଯ୍ୟରେ ଲାଗୁଥିବା ଅନ୍ୟାନ୍ୟ ଜିନିଷ ମଧ୍ୟ ନଷ୍ଟ ହୋଇଥାଏ ।

ଏଭଳି ସମସ୍ୟା ପାଇଁ ଚାଷୀକୁ ଅନେକ ସମୟରେ ଖରାପ ଅବସ୍ଥା ଦେଇ ଗତି କରିବାକୁ ହୋଇଥାଏ । ଏଥିପାଇଁ ଉପଭୋକ୍ତା ଫୋରମକୁ ଚାଷୀମାନଙ୍କ ଏଭଳି ସମୟରେ ସହଯୋଗ କରିବା ସହିତ ଖରାପ ସମୟରେ ଚାଷୀ ସହିତ ଛିଡ଼ା ହେବାର ଆବଶ୍ୟକତା ରହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି, ଉପଭୋକ୍ତା ଫୋରମକୁ ନକଲି ବିହନକୁ ବିକ୍ରି କରୁଥିବା କମ୍ପାନୀ ଗୁଡ଼ିକ ବିରୋଧରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତେବେ ଏଭଳି ପଦକ୍ଷେପ ଆସିବାକୁ ଥିବା ବିଧେୟକ ପାଇଁ ନୂଆ ପ୍ରସ୍ତାବ ଭାବେ ଉପସ୍ଥାପିତ କରାଯାଇପାରିବ ।

ଚାଷୀ ସଂଘକୁ ଏହା ମଧ୍ୟ ଲାଗେ କି, ଏଭଳି ମଞ୍ଚ ଏବଂ ସମିତି କୃଷି ସମୁଦାୟଙ୍କ ପାଇଁ ଆବଶ୍ୟକତା ରହିଛି । ଚାଷୀଙ୍କ ସମସ୍ୟା ସମୟରେ ଚାଷୀଙ୍କ ସହିତ ଛିଡ଼ା ହେଉଥିବ । ଏହି ମଞ୍ଚ ନିକଟରେ ଚାଷୀ ତାର ସମସ୍ୟା ଉପସ୍ଥାପିତ କରିପାରିବ । ଏଭଳି ହେବା ଦ୍ବାରା ଏକ ପାରଦର୍ଶିତା ମାପଦଣ୍ଡ ସୃଷ୍ଟି ହେବା ସହିତ ମାନବିକତାର ପରିଚୟ ସୃଷ୍ଟି ହୋଇପାରିବ । ଏହା ବ୍ୟତୀତ ଏହି ବିଧେୟକ ଆଧାରରେ ଉକ୍ତ ନକଲି ବିହନ ସୃଷ୍ଟି କରୁଥିବା କମ୍ପାନୀ ଗୁଡ଼ିକ ଉପରେ ବ୍ୟାନ ଲଗାଯାଇପାରିବ । ଏହି ପରିବର୍ତ୍ତନ କୃଷକ ସମୁଦାୟ ସ୍ବାଗତ କରିଛନ୍ତି । ଏହି ବିଲରେ କୁହାଯାଇଛି, ବ୍ୟବସାୟ ଭିତ୍ତିକ ଫସଲର ମୂଲ୍ୟ ନିୟନ୍ତ୍ରଣ କିଛିଟା କ୍ଷେତ୍ରରେ ନିର୍ଦ୍ଦିଷ୍ଟ କିଛି କମିଟିଙ୍କ ଅଧିନରେ ରହିଛି । ବ୍ୟବସାୟ ଭିତ୍ତିରେ ହେଉଥିବା ଫସଲର ଦର ଧାର୍ଯ୍ୟ କରିବାର କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ରହିବାର ଆବଶ୍ୟକତା ରହିଛି ।

ଏହାକୁ ବିଧେୟକରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେବାର ଆବଶ୍ୟକତା ରହିଛି । ଧାରା 40 ଅନୁଯାୟୀ ପରିବେଶ ସଂରକ୍ଷଣ ନିୟମ ଅନୁଯାୟୀ ବିଦେଶୀ ପରିବାର ବିହନର ଦର ପରିବେଶ ସୁରକ୍ଷା ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବାର ଆବଶ୍ୟକ ରହିଛି । ତେବେ ବିଦେଶରୁ ଆସୁଥିବା ବିହନ ଗୁଡ଼ିକ 21 ଦିନ ମଧ୍ୟରେ ଅଲଗା ଅଲଗା ରଖାଯିବାର ଆବଶ୍ୟକତା ରହିଛି ଏବଂ ତାହା ଫସଲ ଉପଯୋଗୀ କି ନୁହେଁ ତାହା ଉପରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଅନୁଧ୍ୟାନ ପରେ ତାହାକୁ ବଜାରରେ ବିକ୍ରି ପାଇଁ ରଖାଯିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଶ୍ରମିକଙ୍କ ଦ୍ବାରା ଦିଆଯାଉଥିବା ପ୍ରସ୍ତାବ ଗୁଡ଼ିକୁ ମଧ୍ୟ ବିଧେୟକରେ ସାମିଲ କରିବାର ଆବଶ୍ୟକ ରହିଛି ।

ସାଧାରଣତଃ ଫସଲର ଗୁଣବତ୍ତା 80 ପ୍ରତିଶତ ପର୍ଯ୍ୟନ୍ତ ରହୁଥିବା ବେଳେ ବିହନର ଗୁଣବତ୍ତା ଶତ ପ୍ରତିଶତ ରହିବାର ଆବଶ୍ୟକ ରହିଛି । ଏହି ନିର୍ଦ୍ଧାରିତ ଗୁଣବତ୍ତାଠାରୁ କମ ରହିଲେ ତାହା ଅତ୍ୟନ୍ତ ନିମ୍ନମାନର ବୋଲି ପରିଗଣିତ ହୋଇଥାଏ । ଏହି ଗୁଣବତାର ଆଶ୍ବାସନାର ପ୍ରସ୍ତାବକୁ ବିଧେୟକରେ ଉଲ୍ଲେଖ କରାଯିବାର ଆବଶ୍ୟକତା ରହିଛି । ଧାରା 23 ଅନୁସାରେ ବିହନ ବିକ୍ରିର ଅନୁମତି କେବଳ କୃଷିକ୍ଷେତ୍ରରେ ଡିଗ୍ରୀ ହାସଲ କରିଥିବା ଲୋକମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଏହା ସହିତ ବିଧେୟକରେ ନକଲି ବିହନ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବାର ଆବଶ୍ୟକ ମଧ୍ୟ ରହିଛି । କମ ଶୁଦ୍ଧତା ବିଶିଷ୍ଟ ବିହନ, କମ ଗୁଣବତ୍ତା ବିଶିଷ୍ଟ ବିହନ, ଚାଷୀମାନଙ୍କୁ ଠକୁଥିବା ବିକ୍ରେତାମାନଙ୍କୁ ଅତି କମରେ ବର୍ଷେ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ନେଇ ବିଧେୟକରେ ଉଲ୍ଲେଖ ରହିଥିବା ଦର୍ଶାଇଥିଲେ । ଠକ ଦୋକାନୀଙ୍କୁ 25 ହଜାରରୁ 5 ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ କରିବାର ଉଲ୍ଲେଖ କରିବାର ଆବଶ୍ୟକ ରହିଛି ।

ଏହା ପୂର୍ବରୁ 2004 ମସିହାରେ ଏହି ବିଧେୟକରେ ଦଣ୍ଡସ୍ବରୁପ 50 ହଜାରରୁ 5 ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଥିଲା । ଏହା ସହିତ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି 10 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଥିଲା । ତେବେ 2019 ପରେ ବିଧେୟକକୁ ରୁଢିବାଦୀ ଲୋକେମାନେ ଦଣ୍ଡକୁ କୋହଳ କରିଦେଇଛନ୍ତି । ସଂସଦର ସ୍ଥାୟୀ କମିଟିର ଉପଦେଶ ଅନୁସାରେ ଏହାର ପୁନର୍ବିଚାର କରିବାର ଆବଶ୍ୟକ ରହିଛି । ତେବେ ଏହି କୋହଳ ନିୟମ ଫଳରେ ଅନେକ ଆସାଧୁ ବ୍ୟବସାୟୀ ଫାଙ୍କା ଗଳିଦେଇ ଖସି ଯାଉଥିବା ଦେଖିବାକୁ ମିଳିଛି । ଏଭଳି ବ୍ୟବସାୟୀଙ୍କ ଲାଇସେନ୍ସକୁ ବାତିଲ କରିଦେବାର ଯଥେଷ୍ଟ ଆବଶ୍ୟକ ରହିଥିବା ଜଣାପଡ଼ିଛି । ଏଭଳି କମ୍ପାନୀକୁ ମଧ୍ୟ ପିଡ଼ି ଆକ୍ଟରେ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି ।

କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟର କାର୍ଯ୍ୟକର୍ତ୍ତା ରାୟଥୁ ସ୍ବରାଜ୍ୟ ବେଦିକା ଏବଂ ଅଖିଳ ଭରତ ରାୟଥୁ ସଂଘ ଦ୍ବାରା ଅନେକ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଯାହା କୃଷି ସମୁଦାୟଙ୍କ ପ୍ରତି ଏକ ବଡ଼ ସାହାଯ୍ୟ ହୋଇ ପାରିବ । ଯଦି ସଂସଦରେ ଏହି ବିଧେୟକ ଅନ୍ତିମ ରୂପ ଦିଆଯିବାକୁ ପ୍ରଚେଷ୍ଟା କରାଯାଏ ଏବଂ ପାରିତ କରାଯାଏ ତେବେ ତାହା ଏକ କୃଷିମାନଙ୍କ ପାଇଁ ବେଶ ସହାୟକ ହୋଇ ପାରିବ ।

ତେବେ 1966 ମସିହାରେ ଅଣାଯାଇଥିବା ଏହି ବିହନ ନିୟମ ଆଜି ମଧ୍ୟ ଲାଗୁ କରାଯାଇଛି । ଫଳରେ ବେସରକାରୀ କମ୍ପାନୀ ଗୁଡ଼ିକଙ୍କ କାର୍ଯ୍ୟରେ ସ୍ବଚ୍ଛତା ପରିପ୍ରକାଶ ପାଉନାହିଁ । ବିହନ ଉତ୍ପାଦନ ଠାରୁ ଆରମ୍ଭ କରି ବଜାରରେ ବିକ୍ରି ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ବଚ୍ଛତା କମ୍ପାନୀ ଗୁଡ଼ିକ କାର୍ଯ୍ୟରେ ପରିଲକ୍ଷିତ ହେଉ ନଥିବା ଦେଖିବାକୁ ମିଳିଛି । ଏପରିକି ଏହି କମ୍ପାନୀ ଗୁଡ଼ିକ କାର୍ଯ୍ୟ ସମ୍ପର୍କରେ ହେଉ ଅବା ବିହନ ବିଶୋଧନ ସମ୍ପର୍କରେ ହେଉ, ସରକାରୀ ବିଭାଗ ନିକଟରେ ଏ ନେଇ କୌଣସି ସୂଚନା ରହିନଥିବା ଜଣାପଡ଼ିଛି । ଏହିଭଳି ଉପାୟରେ କମ୍ପାନୀ ଗୁଡିକ ଦଲାଲମାନଙ୍କ ସହାୟତାରେ ବିହନ ବିକ୍ରି କରୁଛନ୍ତି । ଫଳରେ ଚାଷୀ ସମୁଦାୟଙ୍କୁ ଏହି ନକଲି କମ ଗୁଣବତ୍ତା ବିଶିଷ୍ଟ ବିହନ କିଣିବାକୁ ପଡ଼ୁଛି ।

ଫଳରେ ଏହି ନକଲି ବିହନ ଫଳରେ ଚାଷକାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥାଏ । ଫସଲ ଉଜୁଡ଼ିଗଲେ ତାହାର କ୍ଷତିପୂରଣ ଦାବି କରିଥାଏ ଚାଷୀ । ସେତେବେଳେ ଏହି କମ୍ପାନୀଗୁଡିକ କ୍ଷତିପୂରଣ ଦେବା ଭୟରେ ପଛଘୁଞ୍ଚା ଦେଇଥାନ୍ତି । ଏହି ଦୁର୍ନିତୀରୁ ନିଜକୁ ଦୁରେଇ ରଖିବା ସହିତ ଚାଷୀମାନେ ସେମାନଙ୍କ ଠାରୁ ସିଧାସଳଖ ଭାବେ ବିହନ କିଣିନଥାନ୍ତି । ଏଭଳି ସଂକଟରେ ପଡ଼ିଥାନ୍ତି ଚାଷୀମାନେ । ଚାଷୀ ସମୁଦାୟର କହିବା ମୁତାବକ କୃଷି ବିଭାଗ ମାଧ୍ୟମରେ ସରକାର ଏହି ସମସ୍ୟା ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକ ରହିଛି । ଏଭଳି ସମସ୍ୟାକୁ ଦୁରେଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯିବାର ଆବଶ୍ୟକ ରହିଛି ବୋଲି ଚାଷୀମାନେ ମତ ଦେଉଛନ୍ତି ।

ବିହନ ଉତ୍ପାଦନ ସମୟରେ ହାଇବ୍ରିଡ ବିହନ ଉତ୍ପାଦନର ପ୍ରତିଶ୍ରୁତି ଦେଇଥାନ୍ତି ବେସରକାରୀ କମ୍ପାନୀମାନେ । ଏହା ଫଳରେ ସରକାରଙ୍କ ଠାରୁ ଅନୁମତି ମଧ୍ୟ ହାସଲ କରିଥାନ୍ତି । ଫଳରେ ବିଭିନ୍ନ ଉପାୟରେ ବିଭିନ୍ନ ଅନୁନ୍ନତ ବିହନ ଉତ୍ପାଦନ କରିଥାନ୍ତି ଏହି କମ୍ପାନୀ ଗୁଡିକ । ତେବେ କିଛି ପ୍ରଜାତିର ବିହନକୁ ଏହି ଗରିବ କୃଷିଙ୍କ ଉପରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯାଇଥାଏ । ଫଳରେ ଏହି ବିହନର ଗୁଣବତ୍ତା ଅନୁନ୍ନତ ହୋଇଥିବା ବେଳେ ବିଚରା ଗରିବ ଚାଷୀଟି କ୍ଷତି ସହିଥାଏ ।

ଏଭଳି କ୍ଷେତ୍ରରେ ଅନେକ ନିୟମ ମଧ୍ୟ ଲାଗୁ କରାଯାଇଛି । ଅନେକ ସମୟରେ ବ୍ୟବସ୍ଥାର ବିଫଳତା କାରଣରୁ ଅନେକ କମ୍ପାନୀ ଦଣ୍ଡ ପାଇବାରୁ ବଞ୍ଚିତ ହୋଇଥାନ୍ତି । ଏପରି କ୍ଷତି ନ ସହିବା ପାଇଁ ବିଧେୟକରେ କଡ଼ାକଡ଼ି ଆଇନ ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି । ବେସରକାରୀ କମ୍ପାନୀ ଗୁ଼ଡ଼ିକ ଦ୍ବାରା ପ୍ରସ୍ତୁତ ହୋଇଥିବା ବିହନ ଗୁଡ଼ିକର ପରୀକ୍ଷା କରାଯାଇ ସରକାରୀ ସ୍ତରରେ ଉନ୍ନତ ତଥା ଗୁଣବତ୍ତା ବିଶିଷ୍ଟ ବିହନର ମାନ୍ୟତା ପାଇବାର ଆବଶ୍ୟକତା ରହିଛି । ଏଥିପାଇଁ ଏକ ନିୟମ ବିଧେୟକରେ ଉପସ୍ଥାପିତ କରାଯିବାର ଆବଶ୍ୟକତା ରହିଛି ।

ଏହି ମାନ୍ୟତାପ୍ରାପ୍ତ ବିହନ ଗୁ଼ଡ଼ିକ ଚାଷୀଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । କମ୍ପାନୀଗୁଡ଼ିକ ଯେତେବେଳେ ବିହନର ବିକ୍ରି ଆରମ୍ଭ କରିଥାନ୍ତି, ସେମାନେ ବିଭିନ୍ନ ପ୍ରକାର ପରୀକ୍ଷା ନିରିକ୍ଷା ମଧ୍ୟ କରିଥାନ୍ତି । ଚାଷୀ ଏହି ବିହନଗୁଡ଼ିକୁ ବଜାରରୁ କିଣି ଜମିରେ ବୁଣିବା ଆରମ୍ଭ କରିଥାଏ, ସେତେବେଳେ କମ୍ପାନୀ କୌଣସି ପ୍ରକାର ସର୍ତ୍ତାବଳୀ ପ୍ରଦାନ କରିନଥାଏ । ଫଳରେ ସରକାର ଉକ୍ତ କମ୍ପାନୀ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥାଏ । ସରକାର ଏଭଳି କମ୍ପାନୀ ଗୁଡ଼ିକ ବିରୋଧରେ କଡାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ସେହିପରି ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ସାଧାରଣ ବଜାରରେ ପ୍ରବେଶ କରିବାକୁ ଉଦ୍ୟମ କରୁଛି । ତେବେ ଉକ୍ତ କମ୍ପାନୀର ଉତ୍ପାଦ ଦ୍ବାରା ସ୍ଥାନୀୟ ଚାଷୀଟି ଲାଭାନ୍ବିତ ହେଉଛି ନା ନାହିଁ ତାହା ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଉକ୍ତ କମ୍ପାନୀଟି ଚାଷୀର ସାହାରା ନେଇ କୌଣସି ପ୍ରକାର ଲାଭଖୋର ଉଦ୍ଦେଶ୍ୟରେ ବଜାରରେ ପ୍ରବେଶ କରିବାକୁ ଚାହୁଁନାହିଁ ତ । ଏଭଳି ହୋଇଥିଲେ ସ୍ଥାନୀୟ ଚାଷୀଟି କ୍ଷତିର ସମ୍ମୁଖିନ ହୋଇଥାଏ । ତେବେ ଏଭଳି ସ୍ଥଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ସତର୍କତା ଅବଲମ୍ବନ କରିବାର ଆବଶ୍ୟକ ରହିଛି । ଉକ୍ତ କମ୍ପାନୀର ବିହନର ଗୁଣବତ୍ତାକୁ ଅନୁଧ୍ୟାନ କରିବା ସହିତ ବଜାରରେ ପ୍ରବେଶ କରିବା ଏବଂ ନିଜର ଉତ୍ପାଦକୁ ବିକ୍ରି କରିବା ଅନୁମତି ପ୍ରଦାନ କରିବାକୁ ହେବ ।

ସମସ୍ତ ଚାଷୀ ସମୁଦାୟ ଏବଂ ସଂଘକୁ ଏକତ୍ରିତ ହୋଇ ଦାବି କରୁଛନ୍ତି କି, ଏହି ବିଧେୟକରେ ସେମାନଙ୍କୁ ମଧ୍ୟ ଏକ ଅଂଶ ଭାବେ ଗ୍ରହଣ କରାଯାଉ ଏବଂ ଏହି ବିଧେୟକକୁ ନିୟମରେ ପରିବର୍ତ୍ତନ କରାଯାଉ । ଏହା ହେବା ଦ୍ବାରା ଚାଷୀମାନଙ୍କୁ ସକରାତ୍ମକ ଭାବେ ସାହାଯ୍ୟ ମିଳିପାରିବ ।

ଏହା ବ୍ୟତୀତ ବିହନ ଦର ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । ତେବେ ଏହି ଦର ସୁହାଇଲା ଭଳି କମ୍ପାନୀ ଗୁଡିକ ଧାର୍ଯ୍ୟ କରିଥାନ୍ତି । ଫଳରେ ବେସରକାରୀ କମ୍ପାନୀ ଗୁଡ଼ିକ ଧାର୍ଯ୍ୟ କରିଥାନ୍ତି । ଏପରିକି କିଛି କମ୍ପାନୀ ଚାଷୀମାନଙ୍କୁ କମ ଗୁଣବତ୍ତା ବିଶିଷ୍ଟ ବିହନକୁ ବିକ୍ରି କରିଥାନ୍ତି । ଫଳରେ ଏହାକୁ ରୋକିବା ପାଇଁ ସରକାର ଏକ କଡ଼ା ଆଇନର ପ୍ରଣୟନ କରିବାର ଆବଶ୍ୟକତା ରହିଛି । ଏହା ସହିତ ଉକ୍ତ ଠକ କମ୍ପାନୀକୁ ଦଣ୍ଡିତ କରିବାର ଆବଶ୍ୟକତା ରହିଛି । ଏଭଳି କମ୍ପାନୀର ଲାଇସେନ୍ସକୁ ମଧ୍ୟ ରଦ୍ଦ କରିବାର ସରକାର ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି । ଏହା ସହିତ ଏହା ମଧ୍ୟ ନିଶ୍ଚିତ କରିବାର ଆବଶ୍ୟକତା ରହିଛି କି, ଉକ୍ତ କମ୍ପାନୀ ଯେପରି ଅନ୍ୟ କୌଣସି ନାମରେ ବଜାରରେ କୌଣସି ଉତ୍ପାଦକୁ ବିକ୍ରି ନ କରିପାରେ । ସରକାରଙ୍କ ତତ୍ତ୍ବାବଧାନରେ ଘରୋଇ ସଂସ୍ଥା କିମ୍ବା ବହୁରାଷ୍ଟ୍ରୀୟ ସଂସ୍ଥା ବିହନ ଉତ୍ପାଦନ କରିବା ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ତେବେ ଚାଷୀମାନଙ୍କ ମଧ୍ୟରେ ଏହା ଏକ ସାଧାରଣ କଥା ଯେ, ସେମାନେ ବିହନ କିଣିବା ସମୟରେ ବିହନର ଗୁଣବତ୍ତାକୁ ଅନୁଧ୍ୟାନ କରିବା ଏବଂ ସଂଗ୍ରହ କରିବାର ଆବଶ୍ୟକ ରହିଛି । ଆଉ ଏହି ବିହନକୁ ଆସନ୍ତା ଫସଲ ପର୍ଯ୍ୟନ୍ତ ସଂରକ୍ଷଣ କରନ୍ତୁ । ତେବେ ଏହି ବିହନକୁ କେବଳ ପର୍ଯାୟ କ୍ରମେ ଦୁଇଥର ହୋଇ ପାରୁଥିବା ଫସଲ ପାଇଁ ଉପଯୋଗ କରାଯାଇପାରେ । ଫସଲର ଶଙ୍କର କିସମ ନୂଆ ଫସଲ ପାଇଁ ବିଶେଷ ଭାବେ ବ୍ୟବହାର କରାଯାଇଥାଏ । ଫଳରେ ଏହା ଅନିର୍ବାର୍ଯ୍ୟ ହୋଇ ପଡ଼େ କି, ଚାଷୀକୁ ଏହି ବିହନ ଉତ୍ପାଦନ କରୁଥିବା କମ୍ପାନୀ ଉପରେ ନିର୍ଭର କରିବାକୁ ପଡ଼େ । ବିଶେଷ କରି ବ୍ୟବସାୟ ଭିତ୍ତିକ ଫସଲ ଉପରେ ସେ ଏହି ବିହନ ଉତ୍ପାଦନକାରୀ କମ୍ପାନୀ ଉପରେ ନିର୍ଭର କରିଥାଏ ।

ଭାରତରେ ଏହି ବିହନ ଉତ୍ପାଦନ କରିବାରେ ବିଶ୍ବସ୍ତରୀୟ କମ୍ପାନୀ ନାହାନ୍ତି । ମାତ୍ର ବିଶ୍ବସ୍ତରୀୟ ଉନ୍ନତ ବିହନ ଭାରତୀୟ ଚାଷୀମାନଙ୍କୁ ଉପଲବ୍ଧ ହୋଇଥାଏ । ଫଳରେ ବଡ଼ ସମୁଦାୟ, କୃଷକଙ୍କୁ ବିହନ ବିକ୍ରି କରୁଥିବା ବିଶ୍ବସ୍ତରୀୟ କମ୍ପାନୀକୁ ଅକ୍ତିଆରକୁ ଆଣିବା ପାଇଁ ଅଧିକାରୀମାନେ ପ୍ରୟାସ ଜାରି ରଖିଛନ୍ତି । ଯଦି କୌଣସି ବେସରକାରୀ କମ୍ପାନୀ ଅନୁନ୍ନତ ତଥା କମ ଗୁଣବତ୍ତା ବିଶିଷ୍ଟ ବିହନ ଉତ୍ପାଦନ କରୁଥିବେ, ତେବେ ଉକ୍ତ କମ୍ପାନୀ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ 2002 ମସିହାରେ ତତ୍କାଳୀନ ୟୁପିଏ ସରକାର ନିର୍ଦ୍ଦେଶ ଦେଇଥିଲେ ।

ଏହା ବ୍ୟତୀତ 2004 ମସିହାରେ ମସିହାରେ ଆସିଥିବା ବିଧେୟକରେ ସାମାନ୍ୟ ରୁପେ ପରିବର୍ତ୍ତନ କରାଯାଇଥିଲା । ମାତ୍ର ସେହି ସମୟରେ ବିଭିନ୍ନ କାରଣରୁ ଏହି ବିଲଟି ପାରିତ ହୋଇ ପାରିନଥିଲା । ଫଳରେ ଆଂଶିକ ଭାବେ ଏହାକୁ ଆଇନରେ ପରିଣତ କରାଯାଇଥିଲା । ଫଳରେ ଏହି ବିଧେୟକରେ ଥିବା କିଛି ଗୁରୁତ୍ତ୍ବପୂର୍ଣ୍ଣ ପ୍ରସ୍ତାବ ଆଇନରେ ପରିଣତ ହୋଇ ପାରିନଥିବାରୁ ତାହା ଲାଗୁ କରାଯାଇ ପାରିନଥିଲା ।

ସେହିଭଳି ପୁନର୍ବାର 2010 ମସିହାରେ ସଂସଦୀୟ ସ୍ଥାୟୀ କମିଟି ଅନୁଧ୍ୟାନ କରିଥିଲା ଯାହାକୁ ରାଜ୍ୟସରକାରଙ୍କ ଅନୁମୋଦନ ପାଇଁ ପଠାଇ ଦିଆଯାଇଥିଲା । ତେବେ ମୋଟାମୋଟି ଭାବେ କିଛି ପ୍ରସ୍ତାବ ସହିତ ବିଧେୟକକୁ ଅନ୍ତିମ ରୁପ ଦିଆଯାଇଛି । ଦେଶର କିଛି ପ୍ରତିଷ୍ଠିତ ଚାଷୀ ସଂଘ ଏହି ବିଲକୁ ବିରୋଧ କରୁଥିବା ଜଣାପଡ଼ିଛି । ଏଥିରେ କୁହାଯାଇଛି କି, ଚାଷୀମାନଙ୍କର ଉନ୍ନତି ଅପେକ୍ଷା କମ୍ପାନୀ ଗୁଡ଼ିକୁ ଲାଭାନ୍ବିତ କରିବାକୁ ପ୍ରସ୍ତୁତ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା କି, ମୋଦି ସରକାର ଏହି ବିହନ ନୀତିରେ କମ ପରିବର୍ତ୍ତନ ଆଣୁଛନ୍ତି । 2019 ସିଡ ଆକ୍ଟରେ ମୋଦି ସରକାର ଚାଷୀମାନଙ୍କ ହିତକୁ ଲକ୍ଷ୍ୟ ରଖି ପରିବର୍ତ୍ତନ ଆଣିବେ ବୋଲି ଚାଷୀ ସମୁଦାୟ ଆଶାବାଦୀ ରହିଛନ୍ତି ।

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.