ETV Bharat / bharat

ନଷ୍ଟ ହେଉଛି ସେଓ, ଚାଷୀ ହନ୍ତସନ୍ତ - ଉତ୍ତରକାଶୀ

ଚଳିତ ବର୍ଷ ଉତ୍ତରକାଶୀ ଅଞ୍ଚଳରେ ପ୍ରଚୁର ମାତ୍ରାରେ ସେଓ ଚାଷ ହୋଇଛି । ମାତ୍ର ଏହାର ବିକ୍ରି ପାଇଁ ସରକାର କୌଣସି ପ୍ରକାର ବ୍ୟବସ୍ଥା କରିନାହାଁନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 14, 2019, 9:20 PM IST

ଡେରାଡୁନ: ଚଳିତ ବର୍ଷ ପ୍ରବଳ ବର୍ଷା ଏବଂ ତୁଷାରପାତ ସତ୍ତ୍ବେ ଉତ୍ତର ଭାରତର ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ସେଓ ଚାଷ ବେଶ ଭଲ ହୋଇଛି । ଏହା ସତ୍ତ୍ବେ ସେଓ ଚାଷୀମାନେ ଚିନ୍ତାରେ ରହିଥିବା ଜଣାପଡ଼ିଛି । ବିପର୍ଯ୍ୟସ୍ତ ରାସ୍ତା ଏବଂ ଠିକାଦାରମାନଙ୍କ ମନମୂଖୀ କାର୍ଯ୍ୟ ଚାଷୀମାନଙ୍କ ପାଇଁ ମହଙ୍ଗା ପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରଚୁର ମାତ୍ରାରେ ସେଓ ଚାଷ ହୋଇଛି । ଏହାକୁ ନେଇ ଚାଷୀମାନେ ବେଶ ଖୁସି ରହିଛନ୍ତି । ମାତ୍ର ମଣ୍ଡିକୁ ଯିବା ପାଇଁ ବିପର୍ଯ୍ୟସ୍ତ ରାସ୍ତା ଏବଂ ସେଓକୁ ନେବା ପାଇଁ ଠିକାଦାରମାନେ ଆସୁନଥିବା ଦେଖିବାକୁ ମିଳିଛି । ଫଳରେ ଏହି ସମସ୍ୟା କାରଣରୁ ଗଛରୁ ଚାଷୀମାନେ ସେଓକୁ ତୋଳୁନଥିବା ଦେଖିବାକୁ ମିଳିଛି । ଗଛରେ ସେଓ ଗୁଡ଼ିକ ପାକଳ ହୋଇ ତଳେ ପଡ଼ି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏଭଳି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏନେଇ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି।

ରାଜ୍ୟର ହର୍ଷିଲ ଏବଂ ଉପଲା ଅଞ୍ଚଳରେ ସାମାନ୍ୟ ଖରାପ ରହିଥିବା ବେଳେ ଅନ୍ୟସ୍ଥାନକୁ ସେଓ କିଣିବା ପାଇଁ ଠିକାଦାର ମାନେ ଯାଉନଥିବା ଅଭିଯୋଗ ହୋଇଛି । ହର୍ଷିଲର ଘାଟି ଅଞ୍ଚଳ ସୁକ୍କି, ଝାଲା, ଜସପୁର, ପୁରାଲୀ, ମୁଖଓ୍ବା, ବଗୌରୀ, ଏବଂ ଧରାଲୀ ଅଞ୍ଚଳରେ ପ୍ରଚୁର ମାତ୍ରାରେ ସେଓ ଚାଷ ହୋଇଛି । ଏହି ଅଞ୍ଚଳର ସେଓ ଗୁଡ଼ିକ ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚୟ ରହିଆସିଛି । ତେବେ ଏହା ସତ୍ତ୍ବେ ଏଠାରେ ସେଓ କିଣିବା ପାଇଁ ଠିକାଦାରମାନେ ଆସୁନଥିବେ ଦେଖିବାକୁ ମିଳିଛି ।

ସେପଟେ ଆସନ୍ତା 23 ଓ 24 ତାରିଖରେ ରାଜ୍ୟ ସରକାର ଆପଲ ଫେଷ୍ଟିଭାଲର ଆୟୋଜନ କରୁଛନ୍ତି । ଏପରି କରି ସରକାର ପ୍ରଶଂସା ସାଉଣ୍ଟିବାକୁ ପ୍ରୟାସ କରୁଛନ୍ତି ବୋଲି ସେଓଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ କହିଛନ୍ତି କି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ସେଓ ଫେଷ୍ଟିଭାଲର ଆୟୋଜନ କରୁଛନ୍ତି ।

ମାତ୍ର ସେଓ ଗୁଡ଼ିକର ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରୁନାହାଁନ୍ତି । ଏପରିକି ମଣ୍ଡିରୁ ଠିକାଦାରମାନେ କିପରି ସେଓ ନେବେ ସେ ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦି ଗଛରେ ସେଓ ଗୁଡିକ ପଚି ନଷ୍ଟ ହେବ, ତେବେ ଏହି ଫେଷ୍ଟିଭାଲର ଲାଭ କଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.