ETV Bharat / bharat

27 ଦିନରେ ଚାଷୀ ଆନ୍ଦୋଳନ; ଆଜି କୃଷକ ସଙ୍ଗଠନ କରିବ ବୈଠକ - ଚାଷୀ ଆନ୍ଦୋଳନ

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ 27 ଦିନରେ ପହଞ୍ଚିଛି । ଆଜି କୃଷକ ସଙ୍ଗଠନ ପକ୍ଷରୁ ପୁଣି ଏକ ବୈଠକ କରାଯିବ । ଅଧିକ ପଢନ୍ତୁ...

ଆଜି କୃଷି ସଙ୍ଗଠନ କରିବ ବୈଠକ
ଆଜି କୃଷି ସଙ୍ଗଠନ କରିବ ବୈଠକ
author img

By

Published : Dec 22, 2020, 10:08 AM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଆଜି 27 ଦିନରେ ପହଞ୍ଚିଛି କୃଷକଙ୍କ ଧାରଣା । ଆଲୋଚନା ପାଇଁ ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ରର ଚିଠିରେ କୌଣସି ନୂଆ କଥା ବୋଲି ଚାଷୀ ଦାବି କରିଛନ୍ତି । ସେପଟେ ଆଜି କୃଷକ ସଙ୍ଗଠନ ପୁଣି ଏକ ବୈଠକ କରିବେ।

ଗତ 4 ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ହରିଆଣା ଓ ଉତ୍ତରପ୍ରଦେଶର ଚାଷୀମାନେ ପ୍ରଦର୍ଶନ କରୁଛନ୍ତି । ସୋମବାର ଆଇନକୁ ରଦ୍ଦକୁ ଦାବି କରି ଅନଶନରେ ବସିଥିଲେ । ଏବେ ବିହାର ଭଳି ଅନ୍ୟ ରାଜ୍ୟର କୃଷକଙ୍କ ସମର୍ଥନ ଲାଗି ପ୍ରୟାସ କରିବେ କୃଷକ ନେତା ।

କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ 40 କିସାନ ସଙ୍ଗଠନର ନେତାଙ୍କୁ ଚିଠି ଲେଖି ଆଇନରେ ସଂଶୋଧନ ପାଇ ପୂର୍ବ ପ୍ରସ୍ତାବ ଉପରେ ସେମାନଙ୍କର ଆଶଙ୍କା ବିଷୟରେ ଜଣାଇଛନ୍ତି । ଏବଂ ଆନ୍ଦୋଳନକୁ ତୁରନ୍ତ ଶେଷ କରିବାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ପାଇଁ ଏକ ତାରିଖ ନିର୍ଦ୍ଧାରିତ କରିବାକୁ କହିଛନ୍ତି ।

କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 5 ରାଉଣ୍ଡ ଆଲୋଚନା ପରେ ଡିସେମ୍ବର 9 ରେ ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା । କାରଣ କେନ୍ଦ୍ର ସରକାର ଏମଏସପି ନ ହଟେଇବାକୁ ଲିଖିତ ଆଶ୍ବାସନା ଦେଇଥିଲେ ମଧ୍ୟ ଏହାକୁ ଖାରଜ କରିଥିଲେ କୃଷକ ସଙ୍ଗଠନ ।

ସୋମବାର ହରିଆଣାର କଂଗ୍ରେସ ପ୍ରମୁଖ କୁମାରୀ ଶୌଲଜା କୃଷି ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ସପ୍ତାହ ସପ୍ତାହ ଧରି ଚାଷୀ ଧାରଣାରତ ହୋଇଥିଲେ ମଧ୍ୟ ସେମାନଙ୍କ ଦୁଃଖ କାହା ଉପରେ ପ୍ରଭାବ ପକାଇନାହିଁ । ଆନ୍ଦୋ

ଶୌଲଜା ଦାବି କରି କହିଛନ୍ତି ଯେ, 30ରୁ ଅଧିକ ବିରୋଧୀ ଚାଷୀଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଏପରି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ତଥା କେନ୍ଦ୍ରସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ । ବିଜେପିର ଏହି କ୍ରୁର ଆଚରଣ ଇତିହାସରେ ଲିପିବଦ୍ଧ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.