ETV Bharat / bharat

ନିଷ୍ପତ୍ତିରେ ଅଟଳ ଚାଷୀ, 26 ଜାନୁଆରୀରେ କରିବେ କିସାନ ଗଣତନ୍ତ୍ର ପରେଡ

author img

By

Published : Jan 19, 2021, 5:37 PM IST

ପୋଲିସ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ପୂନର୍ବାର ବୈଠକ । କିସାନ ଗଣତନ୍ତ୍ର ପରେଡ 26 ଜାନୁଆରୀରେ ହେବ ବୋଲି ଚାଷୀଙ୍କ ଜିଦ । ଅଧିକ ପଢନ୍ତୁ...

ନିଷ୍ପତ୍ତିରେ ଅଟଳ ଚାଷୀ, 26 ଜାନୁଆରୀରେ କରିବେ କିସାନ ଗଣତନ୍ତ୍ର ପରେଡ
ନିଷ୍ପତ୍ତିରେ ଅଟଳ ଚାଷୀ, 26 ଜାନୁଆରୀରେ କରିବେ କିସାନ ଗଣତନ୍ତ୍ର ପରେଡ

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ । ଏହା ପୂର୍ବରୁ ପୋଲିସ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ପୂନର୍ବାର ବୈଠକ ହୋଇଛି । ଏହି ବୈଠକ 26 ଜାନୁଆରୀ ପରେଡକୁ ନେଇ ହୋଇଛି । ଏହାପୂର୍ବରୁ ସୋମବାର ମଧ୍ୟ ଘଣ୍ଟାଏ କାଳ ବୈଠକ ଚାଲିଥିଲା ।

ମଙ୍ଗଳବାର ହୋଇଥିବା ବୈଠକରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଏସପି ର୍ୟାଙ୍କ୍‌ ଅଧିକାରୀ ଉପସ୍ଥିତ ଥିଲେ । ଏହା ସହ ଉତ୍ତରପ୍ରଦେଶ ଓ ହରିୟାଣା ପୋଲିସ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ବହୁ ସମୟ ଏହି ବୈଠକ ଚାଲିବା ପରେ ଚାଷୀ ନେତା ଯୋଗେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି ଯେ ଗଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ ହେବ କିସାନ ପରେଡ । ତେବେ ଏହା କିପରି ହେବ ତାହା ପ୍ରଶାସନ ନିଷ୍ପତ୍ତି ନେଉ ବୋଲି କହିଛନ୍ତି ଯୋଗେନ୍ଦ୍ର ।

ଯୋଗେନ୍ଦ୍ର ଯାଦବ କହିଛନ୍ତି, ଦିଲ୍ଲୀ ହରିୟାଣା, ଉତ୍ତରପ୍ରଦେଶର ଟପ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ତିନୋଟି କଥାରେ କୌଣସି ଚୁକ୍ତି ହେବନାହିଁ । ପ୍ରଥମରେ କିସାନ ଗଣତନ୍ତ୍ର ପରେଡ 26 ଜାନୁଆରୀରେ ହେବ । ଦ୍ବିତୀୟରେ ଏହି ପରେଡ ଦିଲ୍ଲୀ ଭିତରେ ହେବ । ତୃତୀୟରେ ସାରା ଦେଶର ଚାଷୀ ଏଥିରେ ସାମିଲ ହେବେ । ତେବେ ଏହି ପରେଡ ସମ୍ପୂର୍ଣ୍ଣ ରୂପେ ଶାନ୍ତିପୂର୍ଣ୍ଣ ହେବ ଏବଂ ତ୍ରିରଙ୍ଗାର ସର୍ବୋଚ୍ଚରେ ରହିବ ବୋଲି ସେ କହିଛନ୍ତି ।

ତେବେ ଚାଷୀ ନେତା ସ୍ପଷ୍ଟ କରିଛନ୍ତି ଯେ ଏହା ପୋଲିସ ଅଧିକାରୀଙ୍କ ସହ ଚୂଡାନ୍ତ ବୈଠକ ନଥିଲା । ଏବେ ଆଉ ଏକ ବୈଠକ ବାକି ଅଛି । ତେବେ କିସାନ ପରେଡର ଅନୁମତି ପୋଲିସ ପକ୍ଷରୁ ମିଳିବ କି ନାହିଁ ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ହେଲେ ଚାଷୀ ନିଜ ନିଷ୍ପତ୍ତିରୁ ପଛକୁ ହଟିବେନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.