ETV Bharat / bharat

ମଣ୍ଡି ଯିବାକୁ ନାହିଁ ଅର୍ଥ: କ୍ଷେତ କଡରେ ପରିବା ବିକୁଛନ୍ତି ଚାଷୀ - ଲକ ଡାଉନ

କ୍ଷେତ କଡରେ ପରିବା ବିକ୍ରି ପାଇଁ ବାଧ୍ୟ ଚାଷୀ । ଗାଡିରେ ଯିବାକୁ ପାଖରେ ନାହିଁ ଟଙ୍କା । ଅଧିକ ପଢନ୍ତୁ...

farmers in moradabad forced to sell vegetables outside their fields
କ୍ଷେତ କଡରେ ପରିବା ବିକ୍ରି ପାଇଁ ବାଧ୍ଯ ଚାଷୀ
author img

By

Published : Jun 14, 2020, 6:18 PM IST

ଲକ୍ଷ୍ନୌ: ଲକ ଡାଉନ୍ ପ୍ରଭାବ ଯୋଗୁଁ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ । ପରିବହନ ଖର୍ଚ୍ଚ ବହନ କରିପାରୁ ନ ଥିବାରୁ ମୋରଦାବାଦ ସୁରଜ ନଗର ଅଞ୍ଚଳର ଚାଷୀମାନେ ନିଜ କ୍ଷେତ ନିକଟ ରାସ୍ତାରେ ପନିପରିବା ବିକ୍ରି କରୁଥିବା ଦେଖାଯାଇଛି । ପରିବା ବିକାଳୀ ଜାହାଙ୍ଗୀରଙ୍କ କହିବା ଅନୁସାରେ "ଆମେ କ୍ଷେତରୁ ସିଧାସଳଖ ପନିପରିବା କିଣୁଛୁ। ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ। ଚାଷୀମାନେ ଏଠାରେ ପନିପରିବା ବିକ୍ରି କରୁଛନ୍ତି।"

ଅନ୍ୟ ଜଣେ ବେପାରୀ କହିଛନ୍ତି, "ବର୍ତ୍ତମାନ ସ୍ଥିତିରେ ମଣ୍ଡି ଯିବାରେ ଅନେକ ଅସୁବିଧା ହେଉଛି । ଯଦି ଆମେ ସେଠାକୁ ଯାଆନ୍ତୁ ତେବେ ପରିବହନ ଖର୍ଚ୍ଚ ମଧ୍ୟ ଦେଇ ପାରିବୁ ନାହିଁ । ତେଣୁ ଆମେ ଏଠାରେ କେବଳ ପନିପରିବା ବିକ୍ରି କରୁଛୁ । ପ୍ରାୟ କମ ଲୋକ କିଣିବାକୁ ଆସୁଛନ୍ତି । ତଥାପି ଆମେ ଗ୍ରାହକଙ୍କ ଅପେକ୍ଷାରେ ଖରାବର୍ଷାରେ ସେମିତି ବସି ରହୁଛୁ"। ଚାଷୀ ମଧ୍ୟ ସମାନ କଥା କହିଛନ୍ତି । ଯେ ଯଦି ସେମାନେ ବଜାରକୁ ଯାଆନ୍ତି, ତେବେ ପରିବହନ ଖର୍ଚ୍ଚ ବହନ କରିପାରିବେ ନାହିଁ ।

"ଆମେ ମଣ୍ଡିରେ ପନିପରିବା ବିକ୍ରୟ କରିବାରେ ବର୍ତ୍ତମାନ ଅସମର୍ଥ। ସେଥିପାଇଁ ଆମେ ରାସ୍ତାରେ ପନିପରିବା ବିକ୍ରି କରୁଛୁ। ଲୋକମାନେ କେବଳ ପନିପରିବା କିଣିବାକୁ ଏଠାକୁ ଆସୁଛନ୍ତି" ବୋଲି ବଲବୀର ନାମକ ଜଣେ କୃଷକ କହିଛନ୍ତି । ଜଣେ ମହିଳା ଚାଷୀ କହିଛନ୍ତି, "ଆମେ ଏଠାରେ ପନିପରିବା କେବଳ କ୍ଷେତ ବାହାରେ ବିକ୍ରି କରିଥାଉ । ଯଦି ଆମେ ମଣ୍ଡି ଯିବା ତେବେ ଅଧିକ ଟଙ୍କା ଖର୍ଚ୍ଚ ହେବ । ଲୋକମାନେ ବର୍ତ୍ତମାନ ଏଠାକୁ ଆସି ଆମଠାରୁ କିଣୁଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.