ETV Bharat / bharat

‘ଦିଲ୍ଲୀ ଚାଲୋ’ ଆନ୍ଦୋଳନ; ବ୍ୟାରିକେଡ ଭାଙ୍ଗିଲେ ଚାଷୀ, ପାଣି ମାଡ ସହ ଲାଠିଚାର୍ଜ କଲା ପୋଲିସ

author img

By

Published : Nov 26, 2020, 9:27 PM IST

ସଂଶୋଧିତ କୃଷି ବିଲ ବିରୋଧରେ ପଞ୍ଜାବ ଓ ହରିଆନାର କୃଷକ ଦିଲ୍ଲୀ ଚାଲୋ ଆନ୍ଦୋଳନ କରିଛନ୍ତି। ଏଥିପାଇଁ ଏହି ଦୁଇ ରାଜ୍ୟର କୃଷକମାନେ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ହରିଆଣା କର୍ଣାଲ ଜିଲ୍ଲାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି । ଅଧିକ ପଢ଼ନ୍ତୁ...

ହରିଆଣାରେ ତେଜିଲା ଦିଲ୍ଲୀ ଚାଲ ଆନ୍ଦୋଳନ, କର୍ଣ୍ଣାଲରେ ବାରିକେଡ ଭାଙ୍ଗିଲେ କୃଷକ

ଚଣ୍ଡିଗଡ଼: ସଂଶୋଧିତ କୃଷି ବିଲ ବିରୋଧରେ ପଞ୍ଜାବ ଓ ହରିଆଣାର କୃଷକ ‘ଦିଲ୍ଲୀ ଚାଲୋ’ ଆନ୍ଦୋଳନ କରିଛନ୍ତି । ପଞ୍ଜାବ ଓ ହରିଆଣାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କୃଷକ ଏକତ୍ରିତ ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହରିଆନାରେ କୃଷକମାନଙ୍କୁ ରୋକିବାକୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ତେବେ କର୍ଣାଲ ଜିଲ୍ଲାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି ଚାଷୀ ।

କର୍ଣ୍ଣାଲରେ ହଜାର ହଜାର କୃଷକ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ କୃଷକଙ୍କ ଉପରକୁ ପାଣି ମାଡ କରିଥିଲା । ତେବେ ଏସବୁ ଆନ୍ଦୋଲନରତ କୃଷକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । କର୍ଣ୍ଣାଲରେ ଥିବା ବାରିକେଡକୁ ଭାଙ୍ଗିବା ପରେ ଦିଲ୍ଲୀର କୁଚ ଅଞ୍ଚଳ ଅଭିମୁଖେ ବାହାରି ଯାଇଛନ୍ତି ଚାଷୀ । କୃଷକ ନେତା ଗୁରୁନାମ ସିଂଙ୍କ ନେତୃତ୍ବରେ ଏହି କୃଷକମାନେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।

ଏହାକୁ ନେଇ କୃଷକ ନେତା ଗୁରୁନାମ ସିଂହ କହିଛନ୍ତି ଯେ, "ଏହି କୃଷି ବିରୋଧି ବିଲକୁ ଆମେ ପ୍ରଶୟ ଦେବୁନାହିଁ। ଏଥିପାଇଁ ଆମେ ଦିଲ୍ଲୀ ଅଭିମୁଖେ ବାହାରିଛୁ। ଆମକୁ ରୋକିବାକୁ ହରିଆନା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତେବେ ହରିଆଣାର ବାହାଦୁର କୃଷକମାନେ ଏହାର ଉଚିତ ଜବାବ ଦେଇଛନ୍ତି। କର୍ଣ୍ଣାଲରେ ହୋଇଥିବା ବାରିକେଡକୁ ଭାଙ୍ଗି ଆନ୍ଦୋଳନ ଜାରି ରଖିଛନ୍ତି ।"

କୃଷକମାନଙ୍କୁ ରୋକିବାକୁ ହରିଆଣା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଇଛି। କେତେକ ସ୍ଥାନରେ କୃଷକଙ୍କ ଉପରେ ଥଣ୍ଡା ପାଣି ପକାଯାଇଥିଲା। ଏହାସହ ସେମାନଙ୍କ ଉପରେ ଲୁହ ଗ୍ୟାସ ପ୍ରୟୋଗ ହୋଇଥିଲା । ସ୍ଥାନେ ସ୍ଥାନେ ଭାରି ଯାନ ଦ୍ବାରା ରାସ୍ତ ବନ୍ଦ କରାଯାଇଥିଲା। ତେବେ ଏହି ତମାମ ପ୍ରୟାସ ସତ୍ତ୍ବେ କୃଷକଙ୍କୁ ରୋକିବାରେ ଫେଲ ମାରିଛନ୍ତି ହରିଆନା ସରକାର ।

ସେପଟେ କୃଷକ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ସୀମାନ୍ତ ଗାଜିପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୃଷକଙ୍କୁ ରୋକିବାକୁ ପୋଲିସ ଓ ସିଆରପିଏଫ ଯବାନମାନେ ରହିଛନ୍ତି। ଏହି ଅଞ୍ଚଳରେ ସମସ୍ତ ଗାଡ଼ିକୁ ଯାଞ୍ଚ ପରେ ଛଡ଼ା ଯାଉଛି। ଯାଞ୍ଚ ପରେ ହିଁ ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଦିଲ୍ଲୀ ପୋଲିସର ବରିଷ୍ଠି ଅଧିକାରୀମାନେ ଲଗାତାର ସମସ୍ତ ସ୍ଥିତି ଉପରେ ନଜର ରଖୁଛନ୍ତି। ଆଜି(ଗୁରୁବାର) ରାତ୍ର ସୁଦ୍ଧା କୃଷକମାନେ ଏଠାରେ ପହଞ୍ଚି ପାରନ୍ତି ବୋଲି ଆଶଙ୍କା କରିଛି ପୋଲିସ। ଏଥିପାଇଁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି କରାଯାଇଛି।

ସଂଶୋଧିତ କୃଷି ବିଲକୁ ନେଇ ଗତ ଦୁଇ ମାସ ହେଲା ପଞ୍ଜାବ ଓ ହରିଆନାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ବିଲ କୃଷି ବିରୋଧି ବୋଲି ଅଭିଯୋଗ କରିଛନ୍ତି କୃଷକ। ଏହାକୁ ନେଇ ବିଭିନ୍ନ ସଂଗଠନମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.