ETV Bharat / bharat

ଚାଷୀଙ୍କୁ ଅଧିକାର ପାଇଁ ଲଢେଇ କରିବାକୁ ବାଧ୍ୟ କରାଯାଉଛି: କଂଗ୍ରେସ ସାଂସଦ

କୃଷକ ଆନ୍ଦୋଳନକୁ ନେଇ ସଂସଦରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା । ଅଧିକ ପଢନ୍ତୁ...

କଂଗ୍ରେସ ସାଂସଦ
କଂଗ୍ରେସ ସାଂସଦ
author img

By

Published : Feb 5, 2021, 12:59 PM IST

ନୂଆଦିଲ୍ଲୀ: ଚାଷୀଙ୍କୁ ନିଜର ଅଧିକାର ପାଇଁ ଲଢେଇ କରିବାକୁ ବାଧ୍ୟ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ ବୋଲି କହିଛନ୍ତି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା । ଶୁକ୍ରବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ଏପରି କହିଛନ୍ତି ।

ସେହିପରି ସେ ଜାନୁଆରୀ 26 ତାରିଖରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାରେ ଆହତ ହୋଇଥିବା ପୋଲିସ ଅଧିକାରୀଙ୍କ ପ୍ରତି ନିଜର ସମବେଦନା ଜଣାଇଛନ୍ତି । ତେବେ ଚାଷୀଙ୍କୁ ସେମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ବାଧ୍ୟ କରାଯାଉଛି । ସରକାର ଏଥିପାଇଁ ଦାୟୀ । ମୁଁ 194 ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଛନ୍ତି ବୋଲି ଆନନ୍ଦ ଶର୍ମା କହିଛନ୍ତି ।

ସେହିପରି ଆହତ ହୋଇଥିବା ପୋଲିସ ଅଧିକାରୀଙ୍କ ପ୍ରତି ମୋର ସମବେଦନା ରହିଛି ବୋଲି ସେ କହିଛନ୍ତି । ଏହାସହ ଲାଲକିଲ୍ଲାରେ ଘଟିଥିବା ଘଟଣା ଉପରେ ତଦନ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି । ସୂଚନାଥାଉକି, ନୂଆ କୃଷି ଆଇନକୁ ବିରୋଧ କରି ନଭେମ୍ବର 26 ତାରିଖରୁ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.