ETV Bharat / bharat

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି, ଦିଲ୍ଲୀ ସୀମାରେ ସୁରକ୍ଷା କଡାକଡି - କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

କୃଷି ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଜାରି । ସେପଟେ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ...

କୃଷି ଆଇନ
କୃଷି ଆଇନ
author img

By

Published : Nov 30, 2020, 10:23 AM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀ ଆସି ଆନ୍ଦୋଳନ କରିବାକୁ ସୀମାରେ ଡେରା ପକାଇଛନ୍ତି । ସେପଟେ ସୁରକ୍ଷା ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଗାଜିପୁର-ଗାଜିଆବାଦ(ଦିଲ୍ଲୀ-ୟୁପି) ସୀମାରେ ଅଧିକ ସଂଖ୍ୟକ କୃଷକ ରୁଣ୍ଡ ହୋଇଥିବାରୁ ସେଠାରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସେହିପରି ସିଙ୍ଘୁ (ଦିଲ୍ଲୀ-ହରିୟାଣା)ସୀମାରେ ମଧ୍ୟ କୃଷକ ମାନେ ଡେରା ପକାଇଛନ୍ତି । ସମସ୍ତ ଆନ୍ଦୋଳନ ଜନ୍ତରମନ୍ତରରେ ହେଉଥିବାବେଳେ କୃଷକମାନଙ୍କୁ କାହିଁକି ସେଠାକୁ ଛଡାଯାଉନି ବୋଲି କୃଷକ ନେତା ମାନେ ପ୍ରଶ୍ନ କରିଛନ୍ତି । ତେବେ ସେଠାକୁ ନ ଛଡା ଗଲେ ଦିଲ୍ଲୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ତେବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଅଧିକ ପୋଲିସ ମୁତୟନ କରାଯାଇଥିବା ଦିଲ୍ଲୀର ଉତ୍ତରାଞ୍ଚଳ ରେଞ୍ଜ ଯୁଗ୍ମ ସିପି ସୁରେନ୍ଦ୍ର ଯାଦବ କହିଛନ୍ତି । ସେପଟେ ସରକାର 32ଟି କୃଷକ ୟୁନିୟନକୁ ଆଲୋଚନା କରିବାକୁ ଦିଲ୍ଲୀର ବୁରାଡୀ ଅଞ୍ଚଳକୁ ଡକାଇଛନ୍ତି । ଏହାସହ କୃଷକମାନେ ଯେତେବେଳେ ବୁରାଡିକୁ ଆସିବେ ତା ପରଦିନ ହିଁ ସରକାର ସେମାନଙ୍କ ସହ ଆଲୋଚନା କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ସିଙ୍ଘୁ ସୀମାରେ ଆନ୍ଦୋଳନରତ ଚାଷୀମାନେ ବୈଠକ କରିଛନ୍ତି । ଏଥିରେ ଡିସେମ୍ବର 1ରୁ ହରିୟାଣା ରାଜ୍ୟ ସାରା ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାଇ ଦିଆଯାଇଛି । ଭୀଷଣ ଥଣ୍ଡାରେ ମଧ୍ୟ କୃଷକ ମାନେ ଧାରଣା ଦେଇଥିବାବେଳେ ପୋଲିସ ମଧ୍ୟ ସୀମାରେ ପହରା ଦେଇଛି ।ଅପରପକ୍ଷେ ଆନ୍ଦୋଳନ ନେଇ ଗତକାଲି କେନ୍ଦ୍ରଗୃହମନ୍ତ୍ରୀ ଅମିତ୍‌ ଶାହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.