ETV Bharat / bharat

ଚାଷୀ ଆନ୍ଦୋଳନ: ଫେବୃଆରୀ 6ରେ 3 ଘଣ୍ଟା ଚକା ଜାମ - ଭାରତୀୟ କିଶାନ ମୋର୍ଚ୍ଚା

ଫେବୃଆରୀ 6ରେ ଚକା ଜାମ କରିବେ କୃଷକ ସଙ୍ଗଠନ । ମଧ୍ୟାହ୍ନ 12ଟାରୁ ଅପରାହ୍ନ 3ଟା ଯାଏ ଜାତୀୟ ଓ ରାଜ୍ୟ ରାଜପଥ ବନ୍ଦ କରିବେ ଚାଷୀ । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ
author img

By

Published : Feb 2, 2021, 7:10 AM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଫେବୃଆରୀ 6ରେ ସାରାଦେଶରେ ଚକା ଜାମ କରିବେ ଚାଷୀ । ଏନେଇ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଉଭୟ ଜାତୀୟ ଓ ରାଜ୍ୟ ରାଜପଥ ଫେବୃଆରୀ 6 ତାରିଖରେ ବନ୍ଦ କରାଯିବ ବୋଲି କୃଷକ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏନେଇ ସୋମବାର ଭାରତୀୟ କିଶାନ ମୋର୍ଚ୍ଚାର ସଭାପତି ବଲବୀର ସିଂ ରାଜେୱାଲ କହିଛନ୍ତି ।

କୃଷକ ଆନ୍ଦୋଳନ

ଫେବୃଆରୀ 6 ତାରିଖରେ ମଧ୍ୟାହ୍ନ 12ଟାରୁ ଅପରାହ୍ନ 3ଟା ଯାଏ ଜାତୀୟ ଓ ରାଜ୍ୟ ରାଜପଥକୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଆମେ ତିନୋଟି ଆଇନ ଫେରାଇ ନେବାକୁ ଏହି ଆନ୍ଦୋଳନ କରୁଛୁ ବୋଲି ସେ କହିଛନ୍ତି । ସେପଟେ ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଲୋଚନା ହେବ ।

ସୂଚନାଥାଉକି, କୃଷି ଆଇନକୁ ବିରୋଧ କରି ନଭେମ୍ବର 26 ତାରିଖରୁ ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ଅନ୍ୟପଟେ ଜାନୁଆରୀ 26 ତାରିଖରେ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ଗିରଫ ହୋଇଥିବା 128 ଜଣଙ୍କୁ ଆଇନଗତ ସୁବିଧା ଦେବାକୁ ସାମ୍ମୁଖ୍ୟ କିଶାନ ମୋର୍ଚ୍ଚା ପକ୍ଷରୁ ଏକ କମିଟି ଗଠନ କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.