ETV Bharat / bharat

ଜଳ ସଂରକ୍ଷଣ କରି ଉଦାହରଣ ପାଲଟିଛନ୍ତି ଗୋବିନ୍ଦ - water harvesting technology

ଜଳ ସଂକଟ ସମୟରେ ଜଳ ସଂରକ୍ଷଣ କରି ଉଦାହରଣ ପାଲଟିଛନ୍ତି ଗୁଜୁରାଟର ଗୋବିନ୍ଦଭାଇ ପଟେଲ । ନିଜ ଜମିରେ ସେ ଏକ ବୃହତ ପୋଖରୀ ଖୋଳି ସେଥିଲେ 50 ଲକ୍ଷ ଲିଟର ଜଳ ସଂରକ୍ଷଣ କରିପାରିଛନ୍ତି । ଏହା ସହିତ ସେ ଉକ୍ତ ଜଳ ନିୟନ୍ତ୍ରଣ କରି ଚାଷ କାର୍ଯ୍ୟ ସହିତ ବିଭିନ୍ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 29, 2019, 5:11 PM IST

Updated : Jul 29, 2019, 6:25 PM IST

ଅହମ୍ମଦାବାଦ: ଦେଶର ବିଭିନ୍ନ ସ୍ଥାନରେ ଜଳ ଜନିତ ସମସ୍ୟା ଏବେ ଦେଖାଦେଉଛି । କେଉଁଠାରେ ଜଳ ସଂକଟର ସମସ୍ୟା ସରକାରଙ୍କ ମୁଣ୍ଡ ବିନ୍ଧାଉଛି ତ କେଉଁଠାରେ ବନ୍ୟା ଜନିତ ସମସ୍ୟାକୁ ଦ୍ବିଗୁଣିତ କରୁଛି । ତେବେ ଏପରି କ୍ଷେତ୍ରରେ ଗୁଜୁରାଟର ଜଣେ ଚାଷୀଙ୍କ ନିଆରା ପ୍ରୟାସ ଫଳରେ ପାଖାପାଖି 50 ଲକ୍ଷ ଲିଟର ବର୍ଷା ଜଣକୁ ସଞ୍ଚୟ କରିପାରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅଧିକ ପଢନ୍ତୁ: ରସଗୋଲା ବିବାଦରେ ବିଜୟୀ ଓଡିଶା, ମିଳିଲା 'ଓଡିଶା ରସଗୋଲା'କୁ ଜିଆଇ ଟ୍ୟାଗ୍

ମେହସାଣ ଜିଲ୍ଲାର ବିଜାପୁର ପଞ୍ଚାୟତର ତିନତୋଡନ ଗ୍ରାମର ଗୋବିନ୍ଦଭାଇ ପଟେଲ । ଗୋବିନ୍ଦ ଗୁଜୁରାଟର ରାଜଧାନୀ ଅହମଦାବାଦରେ ଦୀର୍ଘ 14 ବର୍ଷ ଚାକିରି କାଳ ମଧ୍ୟରେ ସୌଖୀନ ଜୀବନ ବିତାଇଥିଲେ । ମାତ୍ର ଏହି ସମୟରେ ଜଳ ସମସ୍ୟା ତାଙ୍କ ଦୃଷ୍ଟି ଗୋଚର ହୋଇଥିଲା । ଫଳରେ ଏହାର ସମାଧାନ ପାଇଁ ସେ ଅହମ୍ମଦାବାଦ ଛାଡ଼ି ନିଜ ଗାଁ ତିନତୋଡ଼ନକୁ ଫେରିଯାଇଥିଲେ ।

ଗାଁକୁ ଫେରିବା ଜଳ ସଂରକ୍ଷଣର ଉପାୟ ବାହାର କରିବା ସହିତ ଚାଷରେ ମନୋନିବେଶ କରିଥିଲେ । ଫଳରେ ସେ 16 ବିଘା ଜମି କିଣିଥିଲେ । ଉକ୍ତ ଜମିରେ ଏକ ବୃହତ୍ତ ପୋଖରୀ ଖୋଳିଥିଲେ । ସେଠାରେ ବର୍ଷାଜଳକୁ ସଂରକ୍ଷଣ କରିବା ସହିତ ଉକ୍ତ ଜଳକୁ ଚାଷ କାର୍ଯ୍ୟରେ ଲଗାଇଥିଲେ । ବର୍ତ୍ତମାନ ସମୟରେ ଯେଉଁଠାରେ ପାଣିପାଇଁ ଗ୍ରାମବାସୀମାନେ ଅପେକ୍ଷା କରୁଛନ୍ତି, ସେଠାରେ ଗୋବିନ୍ଦ 50 ଲକ୍ଷ ଲିଟର ପାଣି ଜମା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ତେବେ ଉକ୍ତ ପୋଖରୀରୁ କିପରି ଗୋଟିଏ ବୁନ୍ଦା ଜଳ ନଷ୍ଟ ନ ହେବ ସେଥିପାଇଁ ସେ ଅନେକ ଆଧୁନିକ ଉପାୟରେ ଜଳ ସିଞ୍ଚନ ପ୍ରକ୍ରିୟାକୁ ଆପଣାଇଛନ୍ତି । ଫଳରେ ଅଳ୍ପ ପାଣିରେ କିପରି ଭଲ ଫସଲ ହେବ ତାହାର ଉପାୟ ମଧ୍ୟ ଆପଣେଇଛନ୍ତି ଗୋବିନ୍ଦ ।
ଗୋବିନ୍ଦ ଚାଷ କରିଥିବା ସମସ୍ତ ଅଞ୍ଚଳରେ ବେଶ ସବୁଜିମା ହୋଇ ଉଠିଛି । ତାଙ୍କର ଏହି ଉପାୟକୁ ଦେଖି ପାଖ ପଡ଼ୋଶୀ ଓ ଗ୍ରାମବାସୀ ତାଙ୍କର ଅନେକ ପ୍ରଶଂସା କରୁଛନ୍ତି । ତେବେ ତାଙ୍କ ଦ୍ବାରା ଆପଣାଯାଇଥିବା ସବୁ ଉପାୟକୁ ବର୍ତ୍ତମାନ ଅନ୍ୟ ଚାଷୀମାନେ ଅନୁକରଣ କରିବା ଆରମ୍ଭ କରିଦେଇଛନ୍ତି ।

Intro:Body:

prabhu

Conclusion:
Last Updated : Jul 29, 2019, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.