ETV Bharat / bharat

ସିଂଘୁ ସୀମାରେ ଆନ୍ଦୋଳନରତ ହରିୟାଣା ଚାଷୀ ମୃତ - କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ମୃତ

ସିଂଘୁ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ହରିୟାଣା ଚାଷୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Farmer from panipat died at singhu border
ସିଘୁଂ ସୀମାରେ ଆନ୍ଦୋଳନରତ ହରିୟାଣା ଚାଷୀ ମୃତ
author img

By

Published : Feb 9, 2021, 6:00 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ରାଜଧାନୀରେ ଆନ୍ଦୋଳନ ଜାରି ରହିଥିବାବେଳେ ଚାଷୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ତେବେ ମଙ୍ଗଳବାର ସିଂଘୁ ସୀମାରେ ଜଣେ ହରିୟାଣା ଚାଷୀଙ୍କ ମୃତ୍ୟୁ ଘଟିଛି । ଚାଷୀଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ସିଘୁଂ ସୀମାରେ ଆନ୍ଦୋଳନରତ ହରିୟାଣା ଚାଷୀ ମୃତ

ସିଂଘୁ ସୀମାରେ ଗତ 75 ଦିନ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି । ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବିବାଦ ବଢୁଥିବାବେଳେ ଏହାରି ମଧ୍ୟରେ ଚାଷୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ମୃତ୍ୟୁବରଣ କରିଥିବା ଚାଷୀ ହରିୟାଣା ପାନିପତର ହରେନ୍ଦ୍ର(50) ବୋଲି ଜଣାପଡିଛି । ତେବେ ଏହି ଚାଷୀ ଜଣକ ରାତ୍ରିଭୋଜନ ଶେଷ କରି ଶୋଇଥିଲେ । ସକାଳେ ନ ଉଠିବାରୁ ସ୍ଥାନୀୟ ଚାଷୀମାନେ ପୋଲିସକୁ ଖବର ଦେଇଥିଲେ ।

ସୋନିପତ କୁଣ୍ଡଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହରେନ୍ଦ୍ରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାଷୀଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ଶମଶେର ସିଂହ କହିଛନ୍ତି । ତେବେ ହରେନ୍ଦ୍ର ଗତ 70 ଦିନ ଧରି ଚାଷୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ବୋଲି ତାଙ୍କ ଭାଇ ବୀରେନ୍ଦ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.