ETV Bharat / bharat

ଚାଷୀ ଆନ୍ଦୋଳନ: ସିଂଘୁ ସୀମାରେ କୃଷକଙ୍କ ହୃଦଘାତରେ ମୃତ୍ୟୁ - ଦିଲ୍ଲୀ ସିଙ୍ଘୁ ବର୍ଡର ନିକଟରେ କୃଷକଙ୍କ ମୃତ୍ୟୁ

କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସିଂଘୁ ବର୍ଡର ନିକଟରେ ଆନ୍ଦୋଳନରତ ଜଣେ କୃଷକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କ ହୃଦଘାତରେ ମୃତ୍ୟୁ

author img

By

Published : Dec 15, 2020, 4:18 PM IST

Updated : Dec 15, 2020, 4:47 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଗତ 20 ଦିନ ଧରି ଶୀତ କାକର ସହି କୃଷକମାନେ ଦିଲ୍ଲୀ ସିଂଘୁ ବର୍ଡର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଉଷା ଟାଓ୍ବାର ସମ୍ମୁଖରେ ଜଣେ କୃଷକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ଜଣକ ମୋହାଲି ନିବାସୀ 70 ବର୍ଷୀୟ ଗୁରମିତ ଏବଂ ସେ ଗତ 6 ତାରିଖ ଦିନ ସିଂଘୁ ବର୍ଡର ନିକଟରେ ଚାଲୁଥିବା ଆନ୍ଦୋଳରେ ସାମିଲ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଚାଷୀ ଆନ୍ଦୋଳନ: ସିଂଘୁ ସୀମାରେ କୃଷକଙ୍କ ହୃଦଘାତରେ ମୃତ୍ୟୁ

ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ପଟିଆଲା ଜିଲ୍ଲାର ସଫେଦ ଗାଁରେ ଦୁଇ ଆନ୍ଦୋଳନରତ କୃଷକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । କୃଷକମାନେ ଦିଲ୍ଲୀରୁ ବିକ୍ଷୋଭ ପ୍ରଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ତିନି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ତୀବ୍ର ଆନ୍ଦୋଳନ କରାଯାଉଛି । ତେବେ ଦିଲ୍ଲୀ ସିଂଘୁ ବର୍ଡର ନିକଟରେ ଆଜି ସୁଦ୍ଧା 4 ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟି ସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 15, 2020, 4:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.