ETV Bharat / bharat

କୋରୋନା ଆତଙ୍କ: ଅଶୁଭ ମାର୍ଚ୍ଚରେ ଅଧିକ ସେଲିବ୍ରିଟି ଆକ୍ରାନ୍ତ

author img

By

Published : Mar 27, 2020, 9:41 PM IST

ଶୁକ୍ରବାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ରୋଗର ଶିକାର ହୋଇଛନ୍ତି । ନିଜ ଟ୍ବିଟରରେ ସେ ଏହି ବିଷୟରେ ସୂଚନା ଦେବା ସହ ନିଜକୁ ଆଇସୋଲେସନରେ ରଖିଥିବା କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ଅଶୁଭ ମାର୍ଚ୍ଚରେ ଅଧିକ ସେଲିବ୍ରିଟି ଆକ୍ରାନ୍ତ
କୋରୋନା ଆତଙ୍କ: ଅଶୁଭ ମାର୍ଚ୍ଚରେ ଅଧିକ ସେଲିବ୍ରିଟି ଆକ୍ରାନ୍ତ

ହାଇଦ୍ରାବାଦ: କୋରୋନା ଯୋଗୁଁ ଗତ 3 ମାସରେ ବିଶ୍ବରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଲକ୍ଷାଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ତେବେ ସବୁଠାରୁ ଅଶୁଭ ପାଲଟିଛି ଚଳିତ ମାର୍ଚ୍ଚ ମାସ । ଏମାସରେ ବିଶ୍ବର ଅନେକ ସେଲିବ୍ରିଟି ଏହି ରୋଗ କବଳରେ ପଡିଛନ୍ତି । ଏମାନଙ୍କ ମଧ୍ୟରେ ଖେଳାଳି ଠାରୁ ରାଜନେତା ରହିଛନ୍ତି । ବିଶ୍ବର କିଛି ଶକ୍ତିଶାଳୀ ନେତା ମଧ୍ୟ ଏହି ରୋଗର ଜାଲରୁ ନିଜକୁ ରକ୍ଷା କରିପାରିନାହାନ୍ତି ।

ଶୁକ୍ରବାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ରୋଗର ଶିକାର ହୋଇଛନ୍ତି । ନିଜ ଟ୍ବିଟରରେ ସେ ଏହି ବିଷୟରେ ସୂଚନା ଦେବା ସହ ନିଜକୁ ଆଇସୋଲେସନରେ ରଖିଥିବା କହିଛନ୍ତି । ତେବେ ଭିଡିଓ କନଫରେନ୍ସିଂ ଦ୍ବାରା ସେ ସରକାର ଚଳାଇବା ନେଇ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ଲଣ୍ଡନ ରାଜପରିବାରର ପ୍ରିନ୍ସ ଚାର୍ଲସ ମଧ୍ୟ ଏହି ରୋଗରେ ପଜିଟିଭ ଥିବାର ଖବର ସ୍ପଷ୍ଟ ହୋଇଥିଲା । ସେହିପରି କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ମଧ୍ୟ କିଛି ଦିନ ତଳେ ଏହି ମହାମାରୀ ରୋଗ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ପତ୍ନୀଙ୍କ ପଜିଟିଭ ପରେ ଖୋଦ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ନିଜକୁ ଆଇସୋଲେସନରେ ରଖିଛନ୍ତି ।

ମାର୍ଚ୍ଚ 12ରେ ଏକାଡେମୀ ପୁରସ୍କାର ବିଜେତା ହଲିଉଡ ଆକ୍ଟର ଟମ ହାଙ୍କସ ଓ ତାଙ୍କ ପତ୍ନୀ କୋରୋନା ଆକ୍ରାନ୍ତ ନେଇ ଟ୍ବିଟରରେ ସୂଚନା ଦେଇଥିଲେ । ଅଷ୍ଟ୍ରେଲିଆରେ ଥିବାବେଳେ ସେ ଏହି ରୋଗର ଶିକାର ହୋଇଛନ୍ତି । କିଛି ଦିନ ପରେ ଅନ୍ୟତମ ଲୋକପ୍ରିୟ ଆକ୍ଟର ଇଡ୍ରିସ ଏଲବା ମଧ୍ୟ ଏହି ରୋଗରେ ପଜିଟିଭ ଥିବାର ଖବର ଆସିଥିଲା । ଗେମ ଅଫ ଥ୍ରୋନ୍ସ ଆକ୍ଟର ଖ୍ରୀଷ୍ଟଫେର ହିଭଜୁ ଏହି ରୋଗରେ ପୀଡିତ ହେବା ପରେ ଏକୁଟିଆ ରହିବାର ନିଷ୍ପତ୍ତି ନେଇଛନ୍ତି । ହଲିଉଡ ପରେ ବଲିଉଡକୁ ମଧ୍ୟ ଏହି ମହାମାରୀ ଗ୍ରାସ କରିଥିଲା । ସିଙ୍ଗର କନିକା କପୁର ଏହି ରୋଗରେ ପଜିଟିଭ ପାଇବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କାରଣ ସେ ଏକ ପାର୍ଟିରେ ବିଭିନ୍ନ ରାଜନେତାଙ୍କ ସହ ମିଶିଥିଲେ ପରେ ଯେଉଁମାନେ ନେଗେଟିଭ ଥିବା ଜଣାପଡିଥିଲା ।

ସେହିପରି ଖେଳ ଦୁନିଆରେ ମଧ୍ୟ ଏହି ରୋଗ ନିଜ କାୟା ବିସ୍ତାର କରିଥିଲା । ଫୁଟବଲ କ୍ଲବ ଆର୍ସେନଲର ମ୍ୟାନେଜର, ଚେଲସା ଓ ଭାଲେନସିଆର ଖେଳାଳିଙ୍କ ସହ ଏନବିଏ ଖେଳାଳିଙ୍କୁ ମଧ୍ୟ ଏହି ରୋଗ ହୋଇଥିବାର ଜଣାପଡିଥିଲା । ଯାହାକୁ ନେଇ ସାରା କ୍ରୀଡା ଜଗତ ଆତଙ୍କିତ ହେବା ସହ ଏନବିଏ ଖେଳାଳିଙ୍କୁ ବାସନ୍ଦ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.