ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ନିଯୁକ୍ତ ହେବାର ମାତ୍ର 3 ଦିନ ଭିତରେ ମନୋଜ ସିହ୍ନାଙ୍କ ନାଁରେ ନକଲି ଟ୍ବିଟର ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି । ଏହି ନକଲି ଟ୍ବିଟର ଆକାଉଣ୍ଟରୁ କିଛି ପୋଲିସ ଅଧିକାରୀଙ୍କ ସମେତ ଅନେକ ଜଣଙ୍କୁ ଟ୍ବିଟ କରାଯାଇଛି ।
ଘଟଣା ସାମ୍ନାକୁ ଆସିବା ପରେ ଆମେ ଅଭିଯୋଗ ପାଇବା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଉପରାଜ୍ୟପାଳଙ୍କ ନାଁରେ ଥିବା ଏହି ଟ୍ବିଟର ଆକାଉଣ୍ଟଟି ନକଲି ବୋଲି ସୂଚନା ଦେଇଛନ୍ତି ସାଇବର ପୋଲିସ ଏସପି ତାହିର ଅସରଫ । ତେବେ ଅଧିକ ତଦନ୍ତ ଜାରି ରହିବା ସହ ଏହି ଘଟଣାରେ ଏତଲା ଦାଏର ହୋଇଥିବା ଅସରଫ କହିଛନ୍ତି ।
ମହାମାରୀ ମଧ୍ୟରେ ଏପରି ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଆକାଉଣ୍ଟ ହ୍ୟାକିଂ ଗୁଜବ ତଥା ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବିଷୟବସ୍ତୁକୁ ଅନ୍ଧ ଭାବରେ ବିଶ୍ବାସ ନକରିବାକୁ ପରାମର୍ଶ ଦିଆଯାଇଛି ।