ETV Bharat / bharat

ନକଲି ବାଘଛାଲ ଜବତ କଲା ହାଇଦ୍ରାବାଦ ପୋଲିସ, 2 ଗିରଫ

author img

By

Published : Feb 23, 2020, 12:21 PM IST

ନକଲି ବାଘଛାଲ ଜବତ କଲା ପୋଲିସ । ହାଇଦ୍ରାବାଦ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା ବେଳେ ସେମାନଙ୍କ ନିକଟରୁ ନକଲି ନଖ,ଦାନ୍ତ ମଧ୍ୟ ଜବତ କରିଛି । ଅଧିକ ପଢନ୍ତୁ...

fake tiger skin seller arrested in hydrabad
ନକଲି ବାଘଛାଲ,ନଖ ଓ ଦାନ୍ତ ଜବତ କଲା ହାଇଦ୍ରାବାଦ ପୋଲିସ,2 ଗିରଫ

ହାଇଦ୍ରାବାଦ: ନକଲି ବାଘଛାଲ ଜବତ କଲା ପୋଲିସ । ହାଇଦ୍ରାବାଦ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା ବେଳେ ସେମାନଙ୍କ ନିକଟରୁ ନକଲି ନଖ,ଦାନ୍ତ ମଧ୍ୟ ଜବତ କରିଛି ।

ହାଇଦ୍ରାବାଦରେ ନକଲି ବାଘଛାଲ କାରବାରରେ ହାଇଦ୍ରାବାଦ ଦକ୍ଷିଣ ଜୋନର କାଞ୍ଚନବାଗ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଛେଳି ଛାଲକୁ ନେଇ ନକଲି ବାଘ ଛାଲ ତିଆରି କରି ବିକିବା ପାଇଁ ଚେଷ୍ଟା କରୁଥିବାବେଳେ ଜଣେ ସହଯୋଗୀଙ୍କ ସହିତ ଗିରଫ କରାଯାଇଛି । ଏହା ସହ ସେମାନେ ନକଲି ବାଘ ନଖ ଓ ଦାନ୍ତକୁ ନେଇ ବ୍ୟବସାୟ କାରବାର କରୁଥିବା ଜଣାପଡିଛି ।

ଗିରଫ ଦୁଇ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଶେଖ ମହମ୍ମଦ ମୁସ୍ତଫା ପୂର୍ବରୁ ପର୍ଫ୍ୟୁମ ଷ୍ଟୋରରେ ମାର୍କେଟିଂ ଏକ୍ସୁକିଟିଭ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ପ୍ଲାଷ୍ଟିକ ଫୁଲ ବ୍ୟବସାୟ କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତ ପୂର୍ବରୁ ବିଭିନ୍ନ ଅପରାଧରେ ସଂପୃକ୍ତ ରହିଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.