ETV Bharat / bharat

ନକଲି ସାର୍ଟିଫିକେଟ ଜାଲରେ ନ୍ୟୁ ଇଣ୍ଡିଆ - ନକଲି ଡିଗ୍ରୀ

ଭାରତରେ ଶିକ୍ଷା ଏକ ଲାଭଦାୟକ ବ୍ୟବସାୟ ପାଲଟିଗଲାଣି । ଦେଶରେ ନକଲି ଡିଗ୍ରୀ ମଧ୍ୟ ଅତିସାଧାରଣରେ ଉପଲବ୍ଧ ହେଉଛି ।  ଦଶମଠାରୁ ଆରମ୍ଭ କରି ପିଏଚଡି ଡିଗ୍ରୀ ପର୍ଯ୍ୟନ୍ତ ସମସ୍ତ ନକଲି ଡିଗ୍ରୀ ଯୋଗାଇ ଦେଉଥିବା ଜାଲ ସଂସ୍ଥା ଦେଶର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳୁଛି ।

ଫାଇଲ ଫଟୋ
author img

By

Published : Oct 22, 2019, 11:49 PM IST

ହାଇଦ୍ରାବାଦ: ଏକ ଡିଗ୍ରୀ ବା ସାର୍ଟିଫିକେଟ ହାସଲ କରିବା ପାଇଁ ଦିନ ରାତି ଏକ କରି ପରିଶ୍ରମ କରିଥାଏ ଜଣେ ଛାତ୍ର । କିନ୍ତୁ ଏଭଳି ବି ଛାତ୍ର ଅଛନ୍ତି ଯିଏ ସଟକଟ ରାସ୍ତା ଆପଣାଇଥାନ୍ତି । ପରିଶ୍ରମ କରି ଡିଗ୍ରୀ ହାସଲ କରିବା ବଦଳରେ କରିଥାନ୍ତି ଡିଗ୍ରୀର ସୌଦାବାଜୀ । କିଣିଥାନ୍ତି ନକଲି ଡିଗ୍ରୀ । ଏହା ଏକ ସ୍ବଳ୍ପ ସମୟ ପ୍ରକ୍ରିୟା । ଏକ ଡିଗ୍ରୀ ହାସଲ କରିବା ପାଇଁ ସାଧାରଣତଃ ଏକ ନିଷ୍ଠାପର ଛାତ୍ର ଭାବରେ ଅଧ୍ୟୟନ କରିବାକୁ ପଡିଥାଏ, ଶ୍ରେଣୀ ଗୃହରେ ଉପସ୍ଥିତ ରହିବାକୁ ପଡିଥାଏ ଏବଂ ପ୍ରତି ବର୍ଷ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ଏହି କାର୍ଯ୍ୟକଳାପରେ ଭାଗ ନେବାପାଇଁ ଧୈର୍ଯ୍ୟ ନଥାଏ । ପରିଶ୍ରମ ବଦଳରେ ସେମାନେ ନକଲି ଡିଗ୍ରୀ କିଣିବାକୁ ପସନ୍ଦ କରିଥାନ୍ତି ।

ତେବେ ବର୍ତ୍ତମାନ ଯୁଗରେ ଭାରତରେ ଶିକ୍ଷା ଏକ ଲାଭଦାୟକ ବ୍ୟବସାୟ ପାଲଟିଗଲାଣି । ଏହି ବ୍ୟବସାୟ ଦିନକୁ ଦିନ ବଢିବା ସହ ଉପଭୋକ୍ତା ଏବଂ ବ୍ୟାପାରିଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପରିଣାମ ସ୍ବରୂପ ଦେଶରେ ନକଲି ଡିଗ୍ରୀ ମଧ୍ୟ ଚାହା ଭଳି ଅତିସାଧାରଣରେ ଉପଲବ୍ଧ ହେଉଛି । ଦଶମଠାରୁ ଆରମ୍ଭ କରି ପିଏଚଡି ଡିଗ୍ରୀ ପର୍ଯ୍ୟନ୍ତ ସମସ୍ତ ନକଲି ଡିଗ୍ରୀ ଯୋଗାଇ ଦେଉଥିବା ଜାଲ ସଂସ୍ଥା ଦେଶର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳୁଛି । ମାତ୍ର 10 ହଜାରରୁ 15 ହଜାର ମଧ୍ୟରେ ଘରେ ବସି ସମୟସୀମା ମଧ୍ୟରେ ଯେକୌଣସି ଡିଗ୍ରୀ ପାଇପାରୁଛନ୍ତି ଉପଭୋକ୍ତା । ସ୍ନାତ୍ତକ, ସ୍ନାତ୍ତକତ୍ତୋର, ଇଞ୍ଜିନିୟର ଏବଂ ପିଏଚଡି ଭଳି ବଡ ବଡ ଡିଗ୍ରୀ ମଧ୍ୟ 20-75 ହଜାର ଟଙ୍କାରେ ମିଳିଯାଉଛି । ତାହା ମଧ୍ୟ ନିଜ ମନପସନ୍ଦ ବିଶ୍ବବିଦ୍ୟାଳୟଠାରୁ। ତେବେ ଏହାକୁ ଯୋଗାଇବାରେ କିଛି ଘରୋଇ ବିଶ୍ବ ବିଦ୍ୟାଳୟର ଅଧ୍ୟାପକ ସାହାଯ୍ୟ କରନ୍ତି ଏହି ସଂସ୍ଥାଗୁଡିକୁ ।

ବର୍ଷେ ତଳେ ତେଲେଗୁ ରାଜ୍ୟର କେତେକ ଘରୋଇ ବିଶ୍ବବିଦ୍ୟାଳୟରେ ଏଭଳି ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା । ଡମି କନସଲଟାନ୍ସି ନାମକ ଏକ ସଂସ୍ଥା ଏହିସବୁ ବିଶ୍ବ ବିଦ୍ୟାଳୟର ଅଧ୍ୟାପକଙ୍କ ସାହାଯ୍ୟରେ ଛାତ୍ରଙ୍କୁ ନକଲି ପିଏଚଡି ଡିଗ୍ରୀ ଯୋଗାଇ ଦେଉଥିଲା । ତେବେ ଏହା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ପାଇଁ ଜେଏନଟିୟୁ(ଏଚ) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ନିକଟରେ ଇନାଡୁ ଗଣମାଧ୍ୟମ ପକ୍ଷରୁ ପିଏଚଡି ଡିଗ୍ରୀ ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଏକ ଅପରେସନ କରାଯାଇଥିଲା । ହାଇଦ୍ରାବାଦରେ ନକଲି ଡିଗ୍ରୀ ଯୋଗାଉଥିବା ଏଭଳି 10 ଟି ସଂସ୍ଥା ସମ୍ପର୍କରେ ଜାଣିବାକୁ ମିଳିଛି। ଏହି ସଂସ୍ଥା ବିଭିନ୍ନ ବିଶ୍ବ ବିଦ୍ୟାଳୟର ଅଧ୍ୟାପକଙ୍କ ଜରିଆରେ ଛାତ୍ରଙ୍କୁ ନକଲି ଡିଗ୍ରୀ ଯୋଗାଇ ଦେଉଥିବା ଜଣା ପଡିଛି ।

ନକଲି ଡିଗ୍ରୀ ଦୁର୍ନୀତି ସମ୍ପର୍କରେ ସେତେବେଳେ ଜଣା ପଡିଥିଲା ଯେତେବେଳେ ଉତ୍ତର ପ୍ରଦେଶର ଶ୍ରୀ ଭେଙ୍କେଟେଶ୍ବର ବିଶ୍ବବିଦ୍ୟାଳୟରେ ଜଣେ ଏମ.ଟେକ ଛାତ୍ରଙ୍କୁ ପିଏଚଡି ଡିଗ୍ରୀ ଦିଆଯାଇଥିଲା । ତେବେ 4 ଲକ୍ଷ ଟଙ୍କା ଜମା କଲେ ଏଭଳି ସଂସ୍ଥା 6 ମାସ ମଧ୍ୟରେ ଯେକୌଣସି ଛାତ୍ରଙ୍କୁ ପିଏଚଡିର ସିନୋପସିସ, ଡିଜାଟେସନ ଏବଂ ପିଏଚଡି ଡିଗ୍ରୀ ଯୋଗାଇ ଦିଅନ୍ତି । ଦେଶରେ ଏଭଳି ଅନେକ ଅବୈଧ ସଂସ୍ଥା ରହିଛନ୍ତି, ଯେଉଁମାନେ ଟଙ୍କା ଲୋଭରେ ଏଭଳି ନକଲି ଡିଗ୍ରୀ ଯୋଗାଇ ଦେଉଛନ୍ତି ।

ଅଧିକାରିକ ଜନଗଣନା ଅନୁଯାୟୀ, 2010-11 ବର୍ଷରେ ପିଏଚଡି ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଙ୍କ ସଂଖ୍ୟା 78 ହଜାର ଥିଲା । କିନ୍ତୁ ଆଗାମୀ 7 ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ବୃଦ୍ଧି ଘଟି 1 ଲକ୍ଷ 60 ହଜାର ହୋଇଥିବା ଜଣା ପଡିଛି ।

ନକଲି ପିଏଚଡି ଡିଗ୍ରୀ ପାଇବା ଆଜିକାଲି ଅତି ସହଜ ହୋଇଯାଇଛି । ରାଜସ୍ଥାନରେ ପିଏଚଡି ପ୍ରବେଶ ଏକ ବର୍ଷରେ 70 ପ୍ରତିଶତ ବୃଦ୍ଧି ପାଇଛି । ଅଲ ଇଣ୍ଡିଆ ସର୍ଭେ ଅନ ହାୟର ଏଜୁକେଶନ ଏହାର ତଦନ୍ତ କରିଥିଲା । ରାଜ୍ୟର 4 ଘରୋଇ ବିଶ୍ବବିଦ୍ୟାଳୟ ନକଲି ଡିଗ୍ରୀ ପ୍ରଦାନ କରୁଥିବା ତଦନ୍ତରୁ ଜାଣିବାକୁ ମିଳିଥିଲା । ସେହିପରି ଏକ ତଦନ୍ତ ସଂସ୍ଥା ଦୁର୍ନୀତି ସମ୍ବନ୍ଧରେ ଜାଣିବାକୁ ପାଇ ମଧ୍ୟ ପ୍ରଦେଶର ବରକତୁହ୍ଲା ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରାପ୍ତ 20 ଟି ପିଏଚଡି ଡିଗ୍ରୀରୁ ରଦ୍ଦ କଲା । ତେବେ ଏଭଳି ନକଲି ଡିଗ୍ରୀ ଏବଂ ଶିକ୍ଷା କ୍ଷେତ୍ରରେ ଅବହେଳା ଯୋଗୁଁ ଦେଶର ଛବି ଧୂଳିସାତ ହେବାରେ ଲାଗିଛି ।

Intro:Body:

The rebellion within Congress deepens after Navjot Kaur Sidhu, wife of Navjot Singh Sidhu stepped down from the Congress party. Navjot Kaur Sidhu has quit the primary membership of the Congress party in Punjab. Prior to the Lok Sabha 2019 elections in May, Navjot Singh Kaur had expressed his displeasure over the ticket distribution. I will now work as a social worker for the people of Punjab, says Navjot Kaur.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.