ETV Bharat / bharat

ଭୁଲ କାଢିବା ପାଇଁ ଫେସବୁକ ଲଞ୍ଚ କରିବ ‘WES’

author img

By

Published : Apr 18, 2020, 12:39 AM IST

ସୋସିଆଲ ମିଡିଆରେ ବଢୁଥିବା ଅପରାଧକୁ ନେଇ ସଚେତନତା ପଦକ୍ଷେପ ସ୍ବରୂପ ଫେସବୁକ ଲଞ୍ଚ କରୁଛି ‘WES’ ବା ୱେବ ଏନାବୁଲ୍ଡ ସିମୁଲେସନ । ଏହି ପ୍ରୋଗ୍ରାମକୁ ପରୀକ୍ଷାମୂଳକ ଭାବେ ଲଞ୍ଜ କରାଯିବ ଯେଉଁଥିରେ ୟୁଜର୍ସ ସିଧାସଳଖ ଭାଗ ନେଇ ପାରିବେ । ଅଧିକ ପଢ଼ନ୍ତୁ...

facebook, facebook latest news, latest technology, new feature on facebook, technology news, ଫେସବୁକ, ଲାଟେଷ୍ଟ ଟେକ୍ନୋଲୋଜି, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଫେସବୁକର ନୂଆ ଫିଚର, ଟେକ୍ନୋଲୋଜି ନ୍ୟୁଜ୍‌
ଭୁଲ କାଢିବା ପାଇଁ ଫେସବୁକ ଲଞ୍ଚ କରିବ ‘WES’

ହାଇଦ୍ରାବାଦ: ଦିନକୁ ଦିନ ନୂଆ ନୂଆ ପ୍ରୋଗ୍ରାମ ସହ ଫେସବୁକ ଲଞ୍ଚ କରୁଛି ନୂଆ ଫିଚର । ହେଲେ ଏହି ଫିଚର ଯେ କେତେ ୟୁଜର ଫ୍ରେଣ୍ଡଲି ତାହା ଜାଣିବାରେ ଅକ୍ଷମ ଫେସବୁକ । ସେପଟେ ସୋସିଆଲ ମିଡିଆରେ ବଢୁଥିବା ଅପରାଧକୁ ନେଇ ସଚେତନତା ପଦକ୍ଷେପ ସ୍ବରୂପ ଫେସବୁକ ଲଞ୍ଚ କରୁଛି ‘WES’ ବା ୱେବ ଏନାବୁଲ୍ଡ ସିମୁଲେସନ । ଏହି ପ୍ରୋଗ୍ରାମକୁ ପରୀକ୍ଷାମୂଳକ ଭାବେ ଲଞ୍ଜ କରାଯିବ ଯେଉଁଥିରେ ୟୁଜର୍ସ ସିଧାସଳଖ ଭାଗ ନେଇ ପାରିବେ ।

ଏହି ପ୍ରୋଗ୍ରାମକୁ ଫେସବୁକ ପରି ହିଁ ଡିଜାଇନ କରାଯାଇଛି । ଏହା ଦେଖିବାକୁ ଫେସବୁକ ପରି ହିଁ ହେବ କିନ୍ତୁ ଏହା ଫେସବୁକ ନୁହେଁ । ଏହା ଏକ ସୋସିଆଲ ପ୍ଲାଟଫର୍ମ ବୋଲି ମଧ୍ୟ କୁହାଯାଇପାରେ । ଏଠାରେ ଲୋକେ ବିଭିନ୍ନ ସାମାଜିକ ବିଷୟକୁ ନେଇ ତର୍କ କରିପାରନ୍ତି । ଏହା ଏକ ଇଣ୍ଟରାକ୍ସନ ପ୍ଲାଟଫର୍ମ ଯେଉଁଥିରେ ଏକ ବିଷୟ ବା ଫିଚରକୁ ନେଇ ସମାଜର ପ୍ରତିକ୍ରିୟା ଗ୍ରହଣ କରାଯାଇପାରେ ।

ତେବେ ବେଳେବେଳେ ଏହା ୟୁଜର୍ସଙ୍କୁ କିଛି ଫେସବୁକ ଆକାଉଣ୍ଟକୁ ରିଡାଇରେକ୍ଟ କରିପାରେ କିନ୍ତୁ ଏହା କେବଳ ରିଡ ଓନଲି (read only) ଫର୍ମାଟରେ ହିଁ ରହିବ । ଯେଉଁଥିରେ ଆପଣ କେବଳ ଦେଖିପାରିବେ, ଆକ୍ସେସ କରିପାରିବେ ନାହିଁ । ଏହା ସୋସିଆଲ ମିଡିଆ ପରି ଦେଖାଗଲେ ବି ଏହାର କାର୍ଯ୍ୟକଳାପ ସୋସିଆଲ ମିଡିଆ ପରି ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.