ETV Bharat / bharat

କୋରୋନା ଗୁଜବ ହଟାଇବ ଫେସବୁକର ନୂଆ ସେକ୍ସନ

author img

By

Published : Jul 20, 2020, 6:11 AM IST

ଫେସବୁକରେ କୋରୋନା ଅପପ୍ରଚାର ଓ ଗୁଜବ ହଟାଇବା ପାଇଁ କମ୍ପାନୀ ଆଣିଛି ଏକ ନୂଆ ସେକ୍ସନ । ଏହି ନୂଆ ସେକ୍ସନ ବା ବିଭାଗଟି ସ୍ବତନ୍ତ୍ର ଭାବେ କୋଭିଡ-19 ପାଇଁ ଉତ୍ସର୍ଗୀକୃତ ରହିବ । ଏହି ସେକ୍ସନଟି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଗୁଜବ ପ୍ରମାଣିତ ହୋଇଥିବା ସାଧାରଣ ତଥ୍ୟକୁ ଡିଲିଟ କରିବ ।

facebook latest news, corona myths on facebook, corona information on facebook, corona section on facebook, latest technology news,ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଫେସବୁକରେ କୋରୋନା ଗୁଜବ, ଫେସବୁକରେ କୋରୋନା ତଥ୍ୟ, ଫେସବୁକରେ କୋରୋନା ସେକ୍ସନ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
କୋରୋନା ଗୁଜବ ହଟାଇବ ଫେସବୁକର ନୂଆ ସେକ୍ସନ

ନୂଆଦିଲ୍ଲୀ: କୋରୋନା ମହାମାରୀ ବିଶ୍ବରେ ଉତ୍କଟ ରୂପ ଧାରଣ କରିଥିବା ବେଳେ ଏହାର ମୁକାବିଲା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଗବେଷକ ଓ ବୈଜ୍ଞାନିକ । ଗୋଟିଏ ପଟେ ସଂକ୍ରମଣ ରୋକିବା ପାଇଁ ସ୍ବାସ୍ଥ୍ୟକର୍ମୀମାନେ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟେ ଏହାର ପ୍ରତିଷେଧକ ପାଇଁ ଚାଲିଛି ଚେଷ୍ଟା । ହେଲେ ଏସବୁ ଭିତରେ ବିଶ୍ବବାସୀଙ୍କ ମନରେ କୋରୋନା ମହାମାରୀକୁ ନେଇ ଗୁଜବ ସୃଷ୍ଟି କରିବାରେ ଏହି ପ୍ରମୁଖ ଭୂମିକା ବହନ କରିଛି ସୋସିଆଲ ମିଡିଆ ।

ଏମିତିରେ ଫେସବୁକରେ ଏହି କୋରୋନା ଅପପ୍ରଚାର ଓ ଗୁଜବ ହଟାଇବା ପାଇଁ କମ୍ପାନୀ ଆଣିଛି ଏକ ନୂଆ ସେକ୍ସନ । ଏହି ନୂଆ ସେକ୍ସନ ବା ବିଭାଗଟି ସ୍ବତନ୍ତ୍ର ଭାବେ କୋଭିଡ-19 ପାଇଁ ଉତ୍ସର୍ଗୀକୃତ ରହିବ । ଏହି ସେକ୍ସନଟି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଗୁଜବ ପ୍ରମାଣିତ ହୋଇଥିବା ସାଧାରଣ ତଥ୍ୟକୁ ଡିଲିଟ କରିବ । ଚଳିତ ସପ୍ତାହ ଏହି ସେକ୍ସନ ଲଞ୍ଚ ହେବାକୁ ଥିବା ବେଳେ ଏହାର ନାମ ‘କୋଭିଡ-19 ଇନଫର୍ମେସନ ସେଣ୍ଟର’ ରଖାଯିବା ନେଇ ଫେସବୁକ ସ୍ପଷ୍ଟ କରିଛି ।

ବର୍ତ୍ତମାନ ପରିସ୍ଥିତିରେ ୟୁଜର୍ସଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ ସହ ସଚେତନ କରାଇବା ପାଇଁ ଏହା କମ୍ପାନୀର ଲାଟେଷ୍ଟ ପଦକ୍ଷେପ ହେବ ବୋଲି ଜଣା ପଡିଛି । ଏନେଇ ଫେସବୁକ ଓ ଅଧିକୃତ ଆପ୍‌ ଇନଷ୍ଟାଗ୍ରାମର ସବୁଠାରୁ ଉପରେ କୋରୋନା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି । ଯେପରିକି ସାମାଜିକ ଦୂରତ୍ବ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଆଦି ବାର୍ତ୍ତା କମ୍ପାନୀ ଲଗାତାର ନିଜ ୟୁଜର୍ସଙ୍କ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀ ପ୍ରାୟ 2 ବିଲିୟନ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରିଥିବା ସୂଚନା ଦେଇଛି । ଏଥିସହ ଜାନୁଆରୀ ମାସରୁ କୋରୋନା ଚିକିତ୍ସା ପାଇଁ ଆରମ୍ଭ ହୋଇଥିବା ଫଣ୍ଡରେ ୟୁଜର୍ସ 100ମିଲିୟନ ଡଲାର ସଂଗ୍ରହ କରିଥିବା କମ୍ପାନୀ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.