ETV Bharat / bharat

ଏଣିକି ଯେ କୌଣସି ବିଷୟରେ ସମସ୍ତ ତଥ୍ୟ ଦେବ ଫେସବୁକ

author img

By

Published : Jun 13, 2020, 9:14 PM IST

ଫେସବୁକ୍ ୟୁଜର ବେଶକୁ ବଜାୟ ରଖିବା ଏବଂ ବଢାଇବା ପାଇଁ ନୂଆ ନୂଆ ଉପାୟ ଆପଣାଇ ଥାଏ । ବର୍ତ୍ତମାନ ଫେସବୁକ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହା ୟୁଜର ମାନଙ୍କୁ କୌଣସି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।

facebook
ୟୁଜରମାନଙ୍କୁ କୌଣସି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ଫେସବୁକ୍

ନୂଆଦିଲ୍ଲୀ: ଫେସବୁକ୍ ୟୁଜର ବେଶକୁ ବଜାୟ ରଖିବା ଏବଂ ବଢାଇବା ପାଇଁ ନୂଆ ନୂଆ ଉପାୟ ଆପଣାଇ ଥାଏ । ବର୍ତ୍ତମାନ ଫେସବୁକ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହା ୟୁଜର ମାନଙ୍କୁ କୌଣସି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।

ଗ୍ୟାଜେଟ୍ 360ର ରିପୋର୍ଟ ଅନୁଯାୟୀ, ସୂଚନା ଏବଂ ଜ୍ଞାନର ଭଣ୍ଡାର ଗୁଗୁଲକୁ ଟକ୍କର ଦେବାପାଇଁ ବର୍ତ୍ତମାନ ଫେସବୁକ ୱିକିପିଡିଆ ସହ ମିଶି ଏକ ନଲେଜ (ଜ୍ଞାନ) ବକ୍ସ ଆଣିବାକୁ ଯାଉଛି । ଯାହା ଦ୍ବାରା ୟୁଜର ଯେକୌଣସି ବିଷୟ, ବ୍ୟକ୍ତିତ୍ୱ, ସ୍ଥାନ ବିଷୟରେ ସୂଚନା ପାଇପାରିବେ। ଏହାର ଅର୍ଥ ଯଦି ୟୁଜର କୌଣସି ବିଷୟରେ ସୂଚନା ପାଇଁ ଫେସବୁକର ସର୍ଚ୍ଚ ବାରରେ ଟାଇପ୍ କରନ୍ତି ତେବେ ଏହା ସହିତ ୱିକିପିଡିଆ ସମ୍ବନ୍ଧୀୟ ସୂଚନା ପାର୍ଶ୍ୱରେ ଥିବା ଏକ ବକ୍ସରେ ଆସିବ ।

ଏଥିସହ ଉକ୍ତ ବିଷୟ ସହିତ ଜଡିତ ଯଦି ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଆକାଉଣ୍ଟ ଅଛି ତେବେ ତାହା ମଧ୍ୟ ଏହା ସହିତ ଦେଖାଯିବ । ଏଥିସହ ସେଥିରେ ‘ସି ଅଲ୍ସୋ’ ଲିଙ୍କ୍ ମଧ୍ୟ ଆସିବ । ଯାହା ଦ୍ବାରା ଏହା ସହିତ ଜଡିତ ଅନ୍ୟ ସୂଚନା ମଧ୍ୟ ମିଳିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.