ETV Bharat / bharat

ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ହଟିଲା ମାସ୍କ ଓ ସାନିଟାଇଜର - ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର

ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ମାସ୍କ ଏବଂ ସାନିଟାଇଜରକୁ ବାଦ ଦେଇଛନ୍ତି । ମାସ୍କ ଏବଂ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ହଟିଲା ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର

author img

By

Published : Jul 7, 2020, 6:02 PM IST

ନୂଆଦିଲ୍ଲୀ: ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ମାସ୍କ ଏବଂ ସାନିଟାଇଜରକୁ ବାଦ ଦେଇଛନ୍ତି । ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ ଏସେନସିଆଲ୍ କମୋଡିଟିସ୍ ଆକ୍ଟରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି । ଏବେ ଉଭୟ ଜରୁରୀ ଦ୍ରବ୍ୟକୁ ତାଲିକାରୁ ବାହାର କରାଯାଇଛି । ମାସ୍କ ଏବଂ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ତେବେ ଅତ୍ୟାବଶ୍ୟକ ତାଲିକାରୁ ଉତ୍ପାଦଗୁଡିକୁ ସରକାର ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ ଥିବା କମ୍ପାନୀଗୁଡିକ ଏବେ ନିଜ ହିସାବରେ ମାସ୍କ ଏବଂ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ । ଫେସ୍ ମାସ୍କ ଏବଂ ସାନିଟାଇଜର ତିଆରି କରିବା ପାଇଁ କମ୍ପାନୀମାନେ ବ୍ୟବହାର କରୁଥିବା ଉପାଦାନ ହିସାବ‌ରେ ଏହାର ମୂଲ୍ୟ କମ ବା ବଢ଼ାଇ ପାରିବେ । ଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫ରେ ସମସ୍ତ ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ କଠୋର ବ୍ୟବସ୍ଥା ରହିଛି, ଯାହା ଆଇନ ଅନୁଯାୟୀ “ଜରୁରୀ” ଭାବରେ ତାଲିକାଭୁକ୍ତ ।

ମାର୍ଚ୍ଚ ମାସରେ ଦେଶରେ କୋଭିଡ-୧୯ ମାମଲା ବଢ଼ିବା ଆରମ୍ଭ ହେବାପରେ ବଜାରରେ ମାସ୍କ ଏବଂ ସାନିଟାଇଜର ଅଭାବ ଦେଖାଯାଇଥିଲା । ଏହାକୁ ନଜରରେ ରଖି ସରକାର ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ ମାସ୍କ ଏବଂ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ସାମିଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.