ETV Bharat / bharat

ବାଂଲାଦେଶ ଗ୍ୟାସ ବିସ୍ଫୋରଣ ଘଟଣାରେ ଶୋକବ୍ୟକ୍ତ କଲେ ବୈଦେଶିକ ମନ୍ତ୍ରୀ - ବାଂଲାଦେଶ ଗ୍ୟାସ ବିସ୍ଫୋରଣ

ବାଇଟସ ସଲାହ ଜାମ ମସଜିଦରେ ହୋଇଥିବା ଗ୍ୟାସ ବିସ୍ଫୋରଣ ଘଟଣାରେ ଶୋକ ବ୍ୟକ୍ତ ସହ ସମବେଦନା ପ୍ରକଟ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ମସଜିଦରେ ଶୁକ୍ରବାର ଗ୍ୟାସ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ବାଂଲାଦେଶ ଗ୍ୟାସ ବିସ୍ଫୋରଣ ଘଟଣାରେ ଶୋକ ବ୍ୟକ୍ତ କଲେ ଭାରତର ବୈଦେଶିକ ମନ୍ତ୍ରୀ

author img

By

Published : Sep 8, 2020, 3:33 PM IST

ନୂଆଦିଲ୍ଲୀ: ବାଂଲାଦେଶ ବାଇଟସ ସଲାହ ଜାମ ମସଜିଦରେ ହୋଇଥିବା ଗ୍ୟାସ ବିସ୍ଫୋରଣ ଘଟଣାରେ ଶୋକ ବ୍ୟକ୍ତ ସହ ସମବେଦନା ପ୍ରକଟ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବାଂଲାଦେଶରେ ତାଙ୍କ ପ୍ରତିପକ୍ଷ ଡଃ. ଏକେଏ ମୋମେନଙ୍କୁ ଚିଠି ଲେଖି ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ।

ଜୟଶଙ୍କର ଲେଖିଛନ୍ତି ଯେ ଶୁକ୍ରବାର ବାଇଟସ ସଲାହ ଜାମ ମସଜିଦରେ ହୋଇଥିବା ଗ୍ୟାସ ବିସ୍ଫୋରଣ ଘଟଣାରେ ଜୀବନ ହାନୀ ଖବର ଆମେ ଦୁଃଖିତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ଭାରତବାସୀଙ୍କ ପକ୍ଷରୁ ସମବେଦନା ଜଣାଇଛନ୍ତି ଜୟଶଙ୍କର ।

ବାଂଲାଦେଶର ନାରାୟଣଗଞ୍ଜ ସ୍ଥିତ ବାଇଟସ ସଲାହ ଜାମ ମସଜିଦରେ ଶୁକ୍ରବାର ଗ୍ୟାସ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି । 12ରୁ ଅଧିକ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟାରେ ଲୋକମାନେ ମସଜିଦରେ ଏକାଠି ପ୍ରାର୍ଥନା କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.