ETV Bharat / bharat

ଚନ୍ଦ୍ରଯାନ-2: ଇସ୍ରୋ ଅଧ୍ୟକ୍ଷଙ୍କ ମନ୍ତବ୍ୟକୁ ବୈଜ୍ଞାନିକଙ୍କ ପରିହାସ

author img

By

Published : Sep 23, 2019, 3:48 PM IST

ଇସ୍ରୋ ଅଧ୍ୟକ୍ଷଙ୍କ ମନ୍ତବ୍ୟ ପରିହାସ ସହ ସମାନ । ବିକ୍ରମ ସହ ଯୋଗାଯୋଗ ସମ୍ଭବ ନଥିବାବେଳେ ମିଶନ ଚନ୍ଦ୍ରକୁ କିଭଳି 98 ପ୍ରତିଶତ ସଫଳତା ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ବୈଜ୍ଞାନିକ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-2, ସମ୍ପୂର୍ଣ୍ଣ ସଫଳ ନୁହେଁ କି ବିଫଳ ବି ନୁହେଁ । ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ଫେଲ ମାରିଛି ସତ, କିନ୍ତୁ ଆଗାମୀ 7ବର୍ଷ ଯାଏ ଚନ୍ଦ୍ର ବିଷୟରେ ତଥ୍ୟ ପ୍ରଦାନ କରିବ ଅର୍ବିଟର । ତେଣୁ ଏହାକୁ ପ୍ରଥମେ ଭାରତୀୟ ବୈଜ୍ଞାନିକ 95 ପ୍ରତିଶତ ସଫଳ ହୋଇଥିବା କହିଥିଲେ । କିନ୍ତୁ ପରେ ଏହି ମିଶନ 98 ପ୍ରତିଶତ ସଫଳ ହୋଇଛି ବୋଲି କହିଛନ୍ତି । କିନ୍ତୁ ଇସ୍ରୋ ଅଧ୍ୟକ୍ଷଙ୍କ ଏହି ଆକଳନକୁ ନେଇ ଦେଶର ବିଭିନ୍ନ ବୈଜ୍ଞାନିକ ଏବେ ପରିହାସ କରିଛନ୍ତି ।

ସୋସିଆଲ ମିଡିଆରେ ଇସ୍ରୋ ନେତୃତ୍ବ ଓ ରକେଟ ସାଇନ୍ସ ଉପରେ ଲେଖି ଜଣେ ବୈଜ୍ଞାନିକଙ୍କ କହିଛନ୍ତି, ‘ବର୍ତ୍ତମାନ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ନ କରି ବାଡେଇ ହୋଇ ପଡିଛି । ଆଉ ଏହାସହ ଯୋଗଯୋଗ କରିବା ମଧ୍ୟ ସମ୍ଭବ ନୁହେଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ତେଣୁ ବିନା କୌଣସି ଗମ୍ଭୀର ଆତ୍ମନୀରିକ୍ଷଣରେ ଏପରି ବୟାନ ଦେବା ଦୁନିଆ ଆଗରେ ଲୋକହସା ହେବା ସହ ସମାନ ବୋଲି ସେ କହିଛନ୍ତି ।

ସେପଟେ, ଇସ୍ରୋ ଅଧ୍ୟକ୍ଷଙ୍କ ପରାମର୍ଶଦାତା ତପନ ମିଶ୍ର ମଧ୍ୟ ଏହି 98 ପ୍ରତିଶତ ସଫଳତା କେଉଁ ଆଧାରରେ ବୋଲି ପ୍ରଶ୍ନ କରିଛନ୍ତି । ଇସ୍ରୋ ଅଧ୍ୟକ୍ଷଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ତପନ । ଯିଏ ନେତୃତ୍ବ ନେଇଥାଏ ସେ ପ୍ରେରଣା ଯୋଗାଇଥାଏ, ପ୍ରବନ୍ଧନ କରେ ନାହିଁ । ଏଥିସହ ସେ କହିଛନ୍ତି, ଅନ୍ତରୀକ୍ଷ ମିଶନ ପଠାଇବା ଆଗରୁ ସମ୍ଭାବିତ ସମସ୍ୟାକୁ ପରୀକ୍ଷଣ କରିବାକୁ ପଡିଥାଏ ବୋଲି ବୈଜ୍ଞାନିକ ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ, କେ ଶିବନଙ୍କୁ ଇସ୍ରୋ ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିବା ପରେ ତପନ ମିଶ୍ରଙ୍କୁ ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମ୍ମଦାବାଦର ନିର୍ଦ୍ଦେଶକ ପଦରୁ ବିଦା କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.