ETV Bharat / bharat

ଦୀର୍ଘ ସମୟ ମାସ୍କ ପିନ୍ଧିବା ମୁହଁ ପାଇଁ ବିପଦ

author img

By

Published : Apr 6, 2020, 10:19 PM IST

କେବଳ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ଅଧିକାରୀ, ପୋଲିସ, ସଫେଇ କର୍ମଚାରୀ ନୁହନ୍ତି ସବୁ ଲୋକ ଏହି ମାସ୍କ ପିନ୍ଧିବା ଜରୁରୀ । ଏହା ଉପରେ ସାରା ବିଶ୍ବର କୋଟି କୋଟି ଲୋକ ନିର୍ଭରଶୀଳ । ବିଶେଷ କରି ଏନ95 ମାସ୍କର ଏବେ ବହୁଳ ବ୍ୟବହାର ହେଉଛି । ହେଲେ ଜାଣିଛନ୍ତି କି ଏହି ମାସ୍କକୁ ବେଶୀ ସମୟ ବ୍ୟବହାର କଲେ ଆପଣଙ୍କ ପାଇଁ ଏହା ବିପଦଜନ୍ନକ ପ୍ରମାଣିତ ହୋଇପାରେ । ଅଧିକ ପଢନ୍ତୁ...

ଦୀର୍ଘ ସମୟ ମାସ୍କ ପିନ୍ଧିବା ମୁହଁ ପାଇଁ ବିପଦ
ଦୀର୍ଘ ସମୟ ମାସ୍କ ପିନ୍ଧିବା ମୁହଁ ପାଇଁ ବିପଦ

ହାଇଦ୍ରାବାଦ: ବର୍ତ୍ତମାନ ସାରା ବିଶ୍ବରେ କୋରୋନା ପ୍ରଭାବ ଦେଖିବାକୁ ମିଳିଛି । ମହାମାରୀର ଆତଙ୍କରେ ସମଗ୍ର ବିଶ୍ବ ଭୟଭୀତ । ଏଥିରେ ମୃତ୍ୟୁ ସଂଖ୍ୟା ଲକ୍ଷେ ପାର କରିଯିବାର ଆଶଙ୍କା ରହିଛି । ଲକ୍ଷାଧିକ ଲୋକଙ୍କ ଚିକିତ୍ସାରେ ଲାଗିଛନ୍ତି ହଜାର ହଜାର ଡାକ୍ତର । ପ୍ରତିଷେଧକ ବ୍ୟବସ୍ଥା ନେବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । ଏହା ଭିତରେ ଗୋଟିଏ ହେଉଛି ମାସ୍କ ପିନ୍ଧିବା ।

କେବଳ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ଅଧିକାରୀ, ପୋଲିସ, ସଫେଇ କର୍ମଚାରୀ ନୁହନ୍ତି ସବୁ ଲୋକ ଏହି ମାସ୍କ ପିନ୍ଧିବା ଜରୁରୀ । ଏହା ଉପରେ ସାରା ବିଶ୍ବର କୋଟି କୋଟି ଲୋକ ନିର୍ଭରଶୀଳ । ବିଶେଷ କରି ଏନ95 ମାସ୍କର ଏବେ ବହୁଳ ବ୍ୟବହାର ହେଉଛି । 1910ରେ ଜଣେ ଡାକ୍ତର ବାହାର କରିଥିବା ଏହି ମାସ୍କ ଅଏଲ ପ୍ରୁଫ । ତେବେ ଏହି ମାସ୍କକୁ ନେଇ ସୋସିଆଲ ମିଡିଆ ଓ ନ୍ୟୁଜ ଚ୍ୟାନେଲରେ ମଧ୍ୟ ଆମେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖୁଛୁ । ଅନେକ ସମୟ ଧରି ଏହି ମାସ୍କ ପିନ୍ଧିବା ଦ୍ବାରା ଡାକ୍ତର ଓ ନର୍ସଙ୍କ ମୁହଁରେ କିଛି ଦାଗ ପଡିଯାଉଛି । ସମସ୍ତଙ୍କ ମୁହଁରେ ଏକପ୍ରକାର ଚିହ୍ନ ଦେଖାଯାଉଛି । ଏହା କୌଣସି ଆଲର୍ଜି ନୁହେଁ କେବଳ ଏହି ମାସ୍କ ପିନ୍ଧିବା ଯୋଗୁଁ ହେଉଛି ବୋଲି ଜଣାପଡିଛି ।

ୱଣ୍ଡ କେୟାର ଜର୍ଣ୍ଣାଲରେ ଏହି ମାସ୍କ ପିନ୍ଧିବାର ଭୟାବହତା ଉପରେ ଏକ ଅଧ୍ୟୟନ ପ୍ରକାଶ ପାଇଛି । ଚର୍ମ ରୋଗ ବିଶେଷଜ୍ଞ ଏହା ଉପରେ ଅନେକ ଗବେଷଣା ପରେ ମାସ୍କ ପିନ୍ଧିବାର ବିପଦ କଥା କହିଛନ୍ତି । ଏହା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏପରିକି ଏହି ମାସ୍କ ପ୍ରତିଷେଧକ ବ୍ୟବସ୍ଥାର ଏକ ଅମୂଲ୍ୟ ସାମଗ୍ରୀ । କିନ୍ତୁ ଅଧିକ ସମୟ ପିନ୍ଧିବା ଦ୍ବାରା ଏହା ମୁହଁ ଉପରେ ଅନେକ ବିପଦ ପକାଇବାର ସମ୍ଭାବନା ରହିଛି । ଝାଳ ଓ ମାସ୍କ ପିନ୍ଧି ନାକ କୁଣ୍ଢାଇ ହେବା ଦ୍ବାରା ମୁହଁରେ ଏହି ଦାଗ ପଡିଥାଏ । ଯାହା ପରବର୍ତ୍ତୀ ସମୟରେ ଚର୍ମ ରୋଗ ହେବାର ଆଶଙ୍କା ସୃଷ୍ଟି କରିଥାଏ ।

ଇଂଲଣ୍ଡର ହୁଡ୍ଡେର୍ସଫିଲ୍ଡ ବିଶ୍ବବିଦ୍ୟାଳୟର ଚର୍ମ ବିଶେଷଜ୍ଞ ଏହାର ବିପଦ ଓ ପ୍ରତିକାର ବିଷୟରେ ଚେତାବନୀ ଦେଇଛନ୍ତି । ଏହା ଉପରେ ଏକ ବିରାଟ ଗବେଷଣା ପରେ ଫେବୃୟାରୀରେ ସମସ୍ତ ରିପୋର୍ଟ ପ୍ରକାଶ ପାଇଥିଲା । ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ଏହି ମାସ୍କର ବହୁଳ ବ୍ୟବହାର ହେଉଛି । କିନ୍ତୁ ଏହାଦ୍ବାରା ମୁହଁରେ ହେବାକୁ ଥିବା ଦାଗ ଅନେକ ବର୍ଷ ଯାଏଁ ଲାଗିରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ମାସ୍କ ତଳେ ଝାଳ ବାହାରି ଗାଲ ଓ ନାକରେ ଦାଗ ସୃଷ୍ଟି କରିଥାଏ । ଏପରିକି ଏହା ମୁହଁରେ ଇନଫେକ୍ସନ ମଧ୍ୟ ସୃଷ୍ଟି କରିଥାଏ । ଏହା ମୁହଁ ସହ ପୁରା ଫିଟ ହୋଇ ରହିଥିବାରୁ ଏପରି ହୋଇପାରେ କିଛି ଦିନ ଲଗାତାର ପିନ୍ଧିବା ପରେ ଏହା ଢିଲା ହୋଇଯାଇପାରେ ।

ଏହାକୁ ଦୂରେଇବା ପାଇଁ ବିଶେଷଜ୍ଞ ମୁହଁକୁ ବିଶ୍ରାମ ଦେବାକୁ କହିଛନ୍ତି । ପ୍ରତି 2 ଘଣ୍ଟାରେ ଏହାକୁ ମୁହଁରୁ କାଢି ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି । ଏପରିକି ଯଦି ସମ୍ଭବ ହୁଏ ତେବେ ପ୍ରତି ରୋଗୀଙ୍କୁ ଦେଖିବା ପରେ ଏହାକୁ କାଢି ସଫା ଜାଗାରେ ରଖିଦେବା ଭଲ ହେବ ବୋଲି ସେମାନେ କହିଛନ୍ତି । ଏହାପରେ ଭଲ ପାଣିରେ ଧୋଇ ଏହାକୁ ପିନ୍ଧିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି । ମୁହଁକୁ ଝାଳରୁ ଦୂରେଇ ରଖିବା ସର୍ବୋତ୍ତମ ଉପାୟ । ଶୁଷ୍କ ଏବଂ ପରିଷ୍କାର ମୁହଁରେ ମାସ୍କ ବେଶୀ ବିପଦ ପକାଇବନି । ସମୟ ମିଳିବା ମାତ୍ରେ ଏହାକୁ କାଢି ପରିଷ୍କାର କରିବା ଦ୍ବାରା ମୁହଁ ଉପରେ ପ୍ରଭାବ ପଡିବନି ବୋଲି ସେମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.