ମୁମ୍ବାଇ: 2019ରେ ସାରାଦେଶ ପାଳନ କରୁଛି ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ । ଏଥର ସ୍ବାଧୀନତା ଦିବସ ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ବିଶ୍ବରେ ଗାନ୍ଧୀ ଓ ତାଙ୍କ ଚିନ୍ତାଧାରା, ବିଚାରଧାରାକୁ କି ଭଳି ଭାବରେ ଦେଖାଯାଉଛି ଓ ଏହାର ଭିବଷ୍ୟତ ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷତାକାର ।
ମହାତ୍ମା ଗାନ୍ଧୀ ପାଉଣ୍ଡେସର ସଭାପତି ତଥା ବାପୁଙ୍କ ଅଣନାତି ତୁଷାର ଗାନ୍ଧୀ ଗାନ୍ଧୀ ବିଚାରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ସେ ଆଲୋକପାତ କରିଛନ୍ତି । ଗାନ୍ଧୀ ବିଚାର , ଆଦର୍ଶ ବିଶ୍ବକୁ ଏକ ନୂତନ ଆଶାର କିରଣ ପ୍ରଦାନ କରୁଥିବା ସେ କହିଛନ୍ତି ।
ଗାନ୍ଧୀଙ୍କ ଗୋଟିଏ ହିଁ ବିଚାର ଥିଲା ସତ୍ୟ ଓ ଅହିଂସାକୁ ବ୍ୟବହାରିତ ଜୀବନରେ ପ୍ରୟୋଗ କରିବା । ଏହି ଗୋଟିଏ ବିଚାର ଅହିଂସାଚରଣ ଦ୍ବାରା ବ୍ୟକ୍ତିଗତ ଭାବରେ ଅନ୍ୟର ହୃଦୟ ପରିବର୍ତ୍ତନ କିରବା ସମ୍ଭବ ବୋଲି ବାପୁ ଶିଖାଇଥିବା ସେ କହିଛନ୍ତି ।
ବାପୁଙ୍କ ବିଚାର ଚିର ଅମର ବୋଲି କହିଛନ୍ତି ତୁଷାର ଗାନ୍ଧୀ ।
ବନ୍ଧୁତ୍ବ, ଭାତୃତ୍ୟ ଓ ଏକ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟରେ ବାପୁଙ୍କ ବିଚାରଧାରାର ବିକଳ୍ପ ଅନ୍ୟ କିଛି ନଥିବା ସେ କହିଛନ୍ତି ।