ETV Bharat / bharat

ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ, 2ଯବାନ ଆହତ - ଜମ୍ମୁକାଶ୍ମୀର

ଗତ କିଛି ଦିନ ଧରି ଅଶାନ୍ତ ରହିଆସୁଛି ଜମ୍ମୁକାଶ୍ମୀର । ସୋପିଆନ ଜିଲ୍ଲାରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 2, 2019, 8:54 AM IST

Updated : Aug 2, 2019, 10:06 AM IST

ଶ୍ରୀନଗର: ଏଠାକାର ସୋପିଆନ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଏଥିରେ 2 ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଥିବାବେଳେ ଜୈଶ-ମହମ୍ମଦର 2ରୁ 3 ଜଣ ଆତଙ୍କୀଙ୍କୁ ଘେରାବନ୍ଦୀ କରିଛନ୍ତି ସୁରକ୍ଷାକର୍ମୀ । 34 ରାଷ୍ଟ୍ରୀୟ ରାଇଫଲ୍ସ, ଏସଓଜି ଓ ସିଆରପିଏଫର ସଂଯୁକ୍ତ ଟିମ ପକ୍ଷରୁ ସୋପିଆନ ଜିଲ୍ଲାର ପଣ୍ଡୁଶନ ଅଞ୍ଚଳରେ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଜମ୍ମୁ-କାଶ୍ମୀର ଅଶାନ୍ତ ରହିଆସୁଛି । ଲଗାତାର ଉଭୟ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଉଛି । ତେବେ ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏଥିସହିତ ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରର ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରୁଥିବା 3 ଆତଙ୍କବାଦୀଙ୍କୁ ଗତ ମଙ୍ଗଳବାର ସୁରକ୍ଷାବଳ ନିପାତ କରିଛି ।

ଏହା ପୂର୍ବରୁ ବିଜବେହଡା ଅଞ୍ଚଳରେ ଜୈଶ-ମହମ୍ମଦର 2 ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିପାତ କରିଛନ୍ତି । ଯେଉଁଥିରେ ଜୈସ-ମହମ୍ମଦର କମାଣ୍ଡର ଫୟାଜ ଫଞ୍ଜୁ ସାମିଲ ଥିଲା । ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହଙ୍କ ସୁଚନାକ୍ରମେ ଏହି ଅପରେସନ ଆରମ୍ଭ ହୋଇଥିଲା ।

ଫୟାଜ ଫଞ୍ଜୁ ପୁଲୱାମା ଆକ୍ରମଣର ଷଡଯନ୍ତ୍ରକାରୀ ଥିବାବେଳେ ଅନନ୍ତନାଗରେ ଆତଙ୍କୀ ମହଲାରେ 5 ସିଆରଫିଏଫ ଯବାନ ଶହୀଦ ହୋଇଥିଲେ। ସେପଟେ, ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଗତକାଲି 25000 ଅର୍ଦ୍ଧ ସାମରିକ ଯବାନ ମୁତୟନ ହୋଇଥିବା ବେଳେ 1 ସପ୍ତାହ ପୂର୍ବରୁ 10000 ହଜାର ସେନାଙ୍କୁ ନିୟୋଜିତ କରିଥିଲେ କେନ୍ଦ୍ର ସରକାର ।

Intro:Body:

BLANK FOR LINK 

Conclusion:
Last Updated : Aug 2, 2019, 10:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.