ETV Bharat / bharat

ଶିଶୁ ଚାଲାଣରେ ପ୍ରଥମ ରାଜସ୍ଥାନ, ବିହାରରୁ ପ୍ରତିଦିନ ଜଣେ ଶିଶୁ ଉଦ୍ଧାର - child is rescued from smugglers in bihar

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ଏକ ରିପୋର୍ଟ ଅନୁଯାୟୀ, ବିହାରରେ ପ୍ରତିଦିନ ଜଣେ ଶିଶୁକୁ ମାନବ ଚାଲାଣକାରୀଙ୍କ କବଜାରୁ ଉଦ୍ଧାର କରାଯାଉଛି । 2017ରେ ରାଜ୍ୟରେ 395 ଶିଶୁ ଚାଲାଣ ବେଳେ ଉଦ୍ଧାର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

child trafficking
ଫାଇଲ ଫଟୋ
author img

By

Published : Dec 9, 2019, 11:59 AM IST

ହାଇଦ୍ରାବାଦ: ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚାଲାଣ ସମାଜରେ ଏକ ମୁଖ୍ୟ ସମସ୍ୟା ରୂପରେ ଉଭା ହୋଇଛି । ସରକାରୀ ସ୍ତରରେ ଶିଶୁ ଚାଲାଣ ସମସ୍ୟା ଉପରେ ଅନେକ ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରେ ନହିଁ । ଫଳରେ ଏହି ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ଏକ ରିପୋର୍ଟ ଅନୁଯାୟୀ, ବିହାରରେ ପ୍ରତିଦିନ ଜଣେ ଶିଶୁକୁ ମାନବ ଚାଲାଣକାରୀଙ୍କ କବଜାରୁ ଉଦ୍ଧାର କରାଯାଉଛି । 2017ରେ ରାଜ୍ୟରେ 395 ଶିଶୁ ଚାଲାଣ ବେଳେ ଉଦ୍ଧାର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଶିଶୁ ଚାଲାଣ ଅପରାଧରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପରେ ବିହାର ତୃତୀୟ ସ୍ଥାନରେ ରହିଛି । ଏଠାରେ 2017ରେ ସର୍ବାଧିକ 395 ଶିଶୁଙ୍କୁ ଚାଲାଣ ବେଳେ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ 362 ଶିଶୁକନ୍ୟା ଥିବା ବେଳେ 33 ବାଳକ ଥିବା ବେଳେ ସମସ୍ତେ ନାବାଳକ ଥିଲେ । ତେବେ ଏହି 395 ଶିଶୁଙ୍କୁ ଜୋର ଜବରଦସ୍ତି ଶ୍ରମିକ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ବିହାର ପୋଲିସ 2017ରେ ମାନବ ଚାଲାଣ ବିରୋଧରେ 121ଟି ମାମଲା ରୁଜୁକରିଥିଲା । କିନ୍ତୁ ଗୋଟିଏ ବି ମାମଲାରେ ଚାର୍ଜସିଟ ଦାଖଲ କରିନାହିଁ ପୋଲିସ । ସେହିପରି ରାଜସ୍ଥାନରେ ଶିଶୁ ଚାଲାଣର ସର୍ବାଧିକ 886 ମାମଲା ରୁଜୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ 450 ମାମଲା ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.