ETV Bharat / bharat

ପରୀକ୍ଷା ବାତିଲ ବିରୋଧରେ ସୁପ୍ରମିକୋର୍ଟଙ୍କୁ ୟୁଜିସିର ଜବାବ, ଶୁକ୍ରବାର ହେବ ଶୁଣାଣି - ସୁପ୍ରମିକୋର୍ଟ

ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଦେଶର ଉଚ୍ଚଶିକ୍ଷାର ସ୍ତରକୁ ସିଧାସଳଖ ପ୍ରଭାବିତ କରିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଛି ୟୁଜିସି । ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ। ଅଧିକ ପଢନ୍ତୁ...

ପରୀକ୍ଷା ବାତିଲ ବିରୋଧରେ ସୁପ୍ରମିକୋର୍ଟଙ୍କୁ ୟୁଜିସିର ଜବାବ, ଶୁକ୍ରବାର ହେବ ଶୁଣାଣି

author img

By

Published : Aug 13, 2020, 10:26 PM IST

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଅନ୍ତିମ ବର୍ଷର ସେମିଷ୍ଟାର ପରୀକ୍ଷା ବାତିଲ କରିବା ନେଇ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଦେଶର ଉଚ୍ଚଶିକ୍ଷାର ସ୍ତରକୁ ସିଧାସଳଖ ପ୍ରଭାବିତ କରିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଛି ୟୁଜିସି । ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।

କୋରୋନା ମହାମାରୀ ସମୟରେ ବିଶ୍ବବିଦ୍ୟାଳୟରେ ଚୂଡ଼ାନ୍ତ ବର୍ଷ ପରୀକ୍ଷା କରିବା ପାଇଁ ୟୁଜିସିର ଜୁଲାଇ 6 ନିର୍ଦ୍ଦେଶନାମା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ। ୟୁଜିସିର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ସେପ୍ଟେମ୍ବର 30 ସୁଦ୍ଧା ୟୁଜି ଏବଂ ପିଜି ପାଠ୍ୟକ୍ରମ ଅନ୍ତିମ ବର୍ଷ ସେମିଷ୍ଟାର ପରୀକ୍ଷା କରିବା ବାଧ୍ୟତାମୂଳକ ଅଟେ | ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାର ଏହାକୁ ବାତିଲ କରି ରାଜ୍ୟ ବିଶ୍ବବିଦ୍ୟାଳୟଗୁଡିକରେ ପରୀକ୍ଷା ଆୟୋଜନ ନେଇ ଅସମର୍ଥତା ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ଅଗଷ୍ଟ 10ରେ ହୋଇଥିବା ଶୁଣାଣି ସମୟରେ ୟୁଜିସି ଦିଲ୍ଲୀ ଏବଂ ମହାରାଷ୍ଟ୍ରର ରାଜ୍ୟ ବିଶ୍ବବିଦ୍ୟାଳୟରେ ଶେଷ ବର୍ଷର ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇ ପ୍ରଶ୍ନ କରିଥିଲା। ପରୀକ୍ଷା ବାତିଲ କରିବାକୁ ରାଜ୍ୟମାନଙ୍କର କୌଣସି ଅଧିକାର ନାହିଁ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ୟୁଜିସି ବିଜ୍ଞପ୍ତି ଏବଂ ନିର୍ଦ୍ଦେଶାବଳୀ ବାତିଲ ହୋଇପାରିବ କି ନାହିଁ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି । ତେବେ ୟୁଜିସି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାର ଜବାବ ପାଇଁ କିଛି ସମୟ ମାଗିଥିଲେ ଏବଂ ବେଞ୍ଚ ଶୁଣାଣିକୁ 14 ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ଶୁଣାଣି କରୁଥିବା ଏହି ଖଣ୍ଡପୀଠ ସାମ୍ନାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ରାଜ୍ୟ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗର ନିୟମ ପରିବର୍ତ୍ତନ କରାଯାଇପାରିବ ନାହିଁ । କାରଣ ଡିଗ୍ରୀ ପ୍ରଦାନ ପାଇଁ କେବଳ ୟୁଜିସିର ଅଧିକାର ରହିଛି। ମାମଲାର ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି ବେଳେ ମେହେଟ୍ଟା କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ପରୀକ୍ଷା ନଦେବା ହିତରେ ନୁହେଁ ଏବଂ ଯଦି ରାଜ୍ୟମାନେ ନିଜ ମନଇଚ୍ଛା ପଦକ୍ଷେପ ଗ୍ରହଣ କରନ୍ତି ତେବେ ଏହା ସମ୍ଭବ ଯେ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ବୈଧ ନହୋଇପାରେ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.