ETV Bharat / bharat

ଏନଡିଏ ବୈଠକ ଶେଷ, ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ - ନୀତିଶ କୁମାର

ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ମଙ୍ଗ ଧରିବେ ନୀତିଶ କୁମାର । ପାଟନାରେ ହୋଇଥିବା ଏନଡିଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

ଏନଡିଏ ବୈଠକ ଶେଷ, ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ

author img

By

Published : Nov 15, 2020, 3:32 PM IST

Updated : Nov 15, 2020, 8:27 PM IST

ପାଟନା: ଶେଷ ହେଲା ଏନଡିଏ ବିଧାୟକଙ୍କ ବୈଠକ । ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ମଙ୍ଗ ଧରିବେ ନୀତିଶ କୁମାର । ନବ ନିର୍ବାଚିତ ଏନଡିଏ ବିଧାୟକଙ୍କୁ ନେଇ ନୀତିଶ କୁମାରଙ୍କ ବାସଭବନରେ ବୈଠକ ଜାରି ରହିଥିଲା। ବୈଠକରେ ନୀତିଶ କୁମାରଙ୍କୁ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଏନଡିଏର ନବନିର୍ବାଚିତ ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ।

ଏନଡିଏ ବୈଠକ ଶେଷ, ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ

ଏନଡିଏ ବିଧାୟକଙ୍କ ବୈଠକ ପରେ ନୀତିଶ କୁମାର ରାଜଭବନରେ ପହଞ୍ଚିଥିଲେ। ଏହାପରେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିବା ସହ ବିହାରରେ ସରକାର ଗଢ଼ିବାକୁ ଦାବି ରଖିଥିଲେ। ଏହାପରେ ନୀତିଶ କୁମାରଙ୍କୁ ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳ ସହମତି ପ୍ରକାଶ କରିଛନ୍ତି। ଆସନ୍ତାକାଲି(ସୋମବାର) ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର। ରାଜ୍ୟପାଳଙ୍କୁ ଭେଟିବା ନେଇ ନୀତିଶ କୁମାର ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପିର 125 ବିଧାୟକ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ନୀତିଶ କୁମାରଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ସେ ଏହି ବୈଠକରେ ଯୋଗ ଦେଇଥିଲେ।

ବିଜେପି ନେତା ସୁଶୀଲ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ। ଏନଡିଏ ବିଧାୟକ ଦଳ ବୈଠକ ପୂର୍ବରୁ ପାଟନାରେ ଉଭୟ ବିଜେପି ଓ ଜେଡିୟୁ ପକ୍ଷରୁ ପୃଥକ ଭାବେ ଅନ୍ୟ ଏକ ବୈଠକ କରାଯାଇଥିଲା। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି।

ଗତ ଶୁକ୍ରବାର ବିହାର କ୍ୟାବିନେଟ ଭଙ୍ଗ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର। ଏହାପରେ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିହାର ରାଜ୍ୟପାଳ ଫାଗୁ ଚୌହାନ୍।

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ବିଜୟ ହାସଲ କରିଛି। ନିର୍ବାଚନରେ ବିଜେପି 74 ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ଜେଡିୟୁ 43ଟି ଆସନରୁ ବିଜୟୀ ହୋଇଛି। ସେହିଭଳି ଏନଡିଏର ଅନ୍ୟ ସହଯୋଗୀ ବାକି ଥିବା 8ଟି ଆସନରୁ ବଜୟୀ ହୋଇଥିଲେ।

@ani

Last Updated : Nov 15, 2020, 8:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.