ETV Bharat / bharat

ବାରମୁଲ୍ଲାରେ ଏନକାଉଣ୍ଟର, 3 ଆତଙ୍କବାଦୀ ନିପାତ - encounter

ଜମ୍ମୁ କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କବାଦୀ ନିପାତ

author img

By

Published : Sep 4, 2020, 8:25 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟ ସମୟରେ ସେନାର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବାରମୁଲା ଜିଲ୍ଲାର ୟାଦିପୋରା ପଟ୍ଟାନରେ ଏହି ଏନକାଉଣ୍ଟର ହୋଇଛି ।

ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କବାଦୀ ନିପାତ

ୟାଦିପୋରା ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ, ଜାମ୍ମୁ କାଶ୍ମୀର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର କର୍ମଚାରୀମାନେ ୟାଦିପୋରା ପଟ୍ଟାନରେ ମିଳିତ ଅପରେସନ ଆରମ୍ଭ କରିଥିଲେ। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିବାପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ବିନିମୟ ଆରମ୍ଭ କରିଥିଲେ। ଏହାପରେ ଉଭୟ ପଟୁ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

ଆତଙ୍କବାଦୀଙ୍କ ପ୍ରାରମ୍ଭିକ ଗୁଳିରେ ଜଣେ ସେନା ଅଧିକାରୀ ଆହତ ହୋଇଥିଲେ। ସେ 29 ରାଷ୍ଟ୍ରୀୟ ରାଇଫଲ୍ସର ମେଜର ରୋହିତ ମେହେରା ବୋଲି ଜଣା ପଡିଛି। ତାଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଶେଷ ଖବର ସୁଦ୍ଧା ଏନକାଉଣ୍ଟରରେ 3 ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.