ETV Bharat / bharat

ପୁଲୱାମାରେ ଏନକାଉଣ୍ଟର ଜାରି; ଜଣେ ଆତଙ୍କୀ ନିପାତ, ଯବାନ ଶହୀଦ - encounter between security forces and terrorists

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି । ସର୍ଚ୍ଚ ଅପରେସନ ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ପୁଲୱାମାରେ ଏନକାଣ୍ଟର ଜାରି
ପୁଲୱାମାରେ ଏନକାଣ୍ଟର ଜାରି
author img

By

Published : Aug 12, 2020, 9:33 AM IST

Updated : Aug 12, 2020, 9:38 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ । ଏଥିସହ ଜଣେ ଯବାନ ଶହୀଦ ହୋଇଛନ୍ତି । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, ଗୁପ୍ତଚର ଏଜେନ୍ସିଙ୍କୁ ପୁଲୱାମା ଜିଲ୍ଲାର କମରାଜିପୋରାର ଏକ ବଗିଚାରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ମିଳିଥିଲା । ଏହାର ସୂଚନା ମିଳିବା ପରେ ରାତି 02.30 ସମୟରେ ସୁରକ୍ଷାବଳ ସମ୍ପୃକ୍ତଙ୍କ ଅଞ୍ଚଳରୁ ଘେରି ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀ ମାନେ ଭାରତୀୟ ସେନାଙ୍କ ଦ୍ବାରା ଘେରାବନ୍ଦୀ ହେବାର ଜାଣି ଗୁଳିମାଡ କରିଥିଲେ । ଯାହାର ଜବାବ ଦେବାକୁ ସେନା ମଧ୍ୟ ଗୁଳି ଚଳାଇଥିଲା । ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ଏକେ-47, ଗ୍ରେନେଡ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର କରାଯାଇଥିଲା। ଯାହାକୁ ପୋଲିସ ଜବତ କରିନେଇଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ଉତ୍ତର କାଶ୍ମୀରର ସୀମାନ୍ତ ଜିଲ୍ଲା କୁପୱାରା ସୀମାରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ହିଜବୁଲ ମୁଜାହିଦ୍ଦିନ ମଡ୍ୟୁଲକୁ ଠାବ କରିଥିଲା। ଜଣେ ଆତଙ୍କବାଦୀ ଏବଂ ଚାରି ଜଣ OGW ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ AK 47 ରାଇଫଲ, ଦୁଇଟି 9 ମିଲିମିଟର ଚାଇନିଜ ପିସ୍ତଲ ଏବଂ ମାଗାଜିନ ଉଦ୍ଧାର କରାଯାଇଛି। ଏହି ଅସ୍ତ୍ରଗୁଡିକ ଉପତ୍ୟକାର ସକ୍ରିୟ ଆତଙ୍କବାଦୀଙ୍କୁ ପ୍ରଦାନ କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 12, 2020, 9:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.