ETV Bharat / bharat

'ଶିଶୁମୃତ୍ୟୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ' - bihar

AES ବା ମସ୍ତିଷ୍କ ଜ୍ୱରରେ ବିହାରରେ ପ୍ରତ୍ୟେକ ଦିନ ଜୀବନ ହାରୁଛନ୍ତି କୋମଳମତି ଶିଶୁ । ଅନ୍ୟପଟେ ରାଜ୍ୟରେ ଏତେ ସଂଖ୍ୟାରେ ଶିଶୁମୃତ୍ୟୁକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଟାର୍ଗେଟ କରିଛନ୍ତି ଏଲଜେଡି ମୁଖ୍ୟ ଶରଦ ଯାଦବ ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Jun 20, 2019, 9:23 PM IST

ପାଟନା: ଏବେ ସାରା ଦେଶରେ ନଜର ବିହାର ଉପରେ । କାରଣ ବିହାରର ମୁଜାଫରପୁରରେ ଚାଲିଛି ମୃତ୍ୟୁର ତାଣ୍ଡବ । AES ବା ମସ୍ତିଷ୍କ ଜ୍ୱରରେ ପ୍ରତ୍ୟେକ ଦିନ ଜୀବନ ହାରୁଛନ୍ତି କୋମଳମତି ଶିଶୁ । ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ଥିଲେ ମଧ୍ୟ ମୃତ୍ୟୁ ହାର କିନ୍ତୁ ନିୟନ୍ତ୍ରଣାଧୀନ ହୋଇପାରୁନାହିଁ । ଅନ୍ୟପଟେ ରାଜ୍ୟରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି ।

ରାଜ୍ୟରେ ଶିଶୁଙ୍କ ମୃତ୍ୟୁକୁ ନେଇ ପୁରା ରାଜ୍ୟ କଣ ଦେଶ ବି ସ୍ତବ୍ଧ ହୋଇଗଲାଣି । ଏହି ଭୟଙ୍କର ଜ୍ୱର ଏବେ ପ୍ରାୟ 168 ଶିଶୁଙ୍କ ଜୀବନ ନେଇଥିବା ସୂଚନା ରହିଛି । ଅନ୍ୟପଟେ ଅନେକ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ଅଛନ୍ତି । ତେବେ ଡାକ୍ତର ବା ତାଙ୍କ ଟିମ ପୁରା ଚେଷ୍ଟା କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରୁନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରିଛି ବିପକ୍ଷ ଦଳ ।

ତେବେ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ପରିଦର୍ଶନରେ ଯାଇଥିବା ଲୋକତାନ୍ତ୍ରିକ ଜନତାଦଳ ବା ଏଲଜେଡି ମୁଖ୍ୟ ଶରଦ ଯାଦବ ସିଧାସଳଖ ନୀତିଶ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଶିଶୁଙ୍କ ପାଇଁ ସେମିତି କୌଣସି ଆଖିଦୃଶିଆ ବ୍ୟବସ୍ଥା କରାଯାଇନାହିଁ । ଯଦି ସେମିତି ବ୍ୟବସ୍ଥା କରାଯାଇଥାନ୍ତା ତେବେ ଶିଶୁ ମୃତ୍ୟୁ ରୋକାଯାଇ ପାରନ୍ତା ।

ହେଲେ ରାଜ୍ୟରେ ଏହି ଶିଶୁ ମୃତ୍ୟୁ ପାଇଁ ସରକାର ଦାୟୀ ବୋଲି ସେ କହିଛନ୍ତି । ଡାକ୍ତର ନିଜ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ସରକାର ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି ।

Intro:କେନ୍ଦ୍ରାପଡ଼ା SDJMଙ୍କ କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଟିଟୋର ତିନି ସହଯୋଗୀ।ତିନି ଅଭିଯୁକ୍ତଙ୍କ ନାମରେ STFରେ ଜମିଜମା ସଂକ୍ରାନ୍ତୀୟ ମାମଲାରେ କେଶନମ୍ବର ୧୦/୧୮ରେ ମାମଲା ରୁଜ୍ଜୁ ହୋଇଥିଲା।ଆଜି SDJM କୋର୍ଟରେ ହାଜର ହେବା ପରେ ମାନ୍ୟବର ବିଚାରପତି ଅଭିଯୁକ୍ତ ମାନଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିବାରୁ ତିନି ଅଭିଯୁକ୍ତ ଜି.ବାବୁ,ଚିତ୍ତୋ ଓ ଅମଜାଦ ଖାଁ କୁ କେନ୍ଦ୍ରାପଡ଼ା ଉପ-କାରଗାରକୁ ପଠାଯାଇଛି।ସୂଚନାଯୋଗ୍ୟ,କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୋପ ଛକ ନିକଟରେ ଏକ ସ୍ଥିତିବାନ ଜମିର ମାଲିକଙ୍କୁ ଭୟଭୀତ କରାଇ ଟିଟୋ ଓ ତା'ର ସହଯୋଗୀ ମାନେ ଜମି ହାତେଇବା ପାଇଁ ଧମକ ଦେଇଥିବା ଗତବର୍ଷ ଜୁଲାଇ ମାସରେ STF ନିକଟରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା।

Body:Breaking

Conclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.