ETV Bharat / bharat

ହାଇଦ୍ରାବାଦରେ କୋରୋନା ସନ୍ଦିଗ୍ଧ, ଅଫିସ ଛାଡିଲେ ସମସ୍ତ କର୍ମଚାରୀ - person identified with corona symptoms

ହାଇଦ୍ରାବାଦରେ ଆଉ ଜଣେ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ତାଙ୍କ ସମେତ ତାଙ୍କ ଅଫିସର ସମସ୍ତ କର୍ମଚାରୀଙ୍କୁ ଘରକୁ ପଠାଯାଇଛି ।

corona virus
କୋରୋନା ଭାଇରସ
author img

By

Published : Mar 4, 2020, 2:01 PM IST

Updated : Mar 4, 2020, 3:14 PM IST

ହାଇଦ୍ରାବାଦ: ଭାରତରେ କୋରୋନା ଭାଇରସର ସଂକ୍ରମଣ ମାମଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କୋରୋନା ଭାଇରସର ପ୍ରବେଶ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏବେସୁଦ୍ଧା 28 ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଅଛନ୍ତି । ସେଥିମଧ୍ୟରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଜଣେ ବ୍ୟକ୍ତି ରହିଛନ୍ତି । ତେବେ ହାଇଦ୍ରାବାଦରେ ଆଉ ଜଣେ ବ୍ୟକ୍ତି ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ତାଙ୍କ ସମେତ ତାଙ୍କ ଅଫିସର ସମସ୍ତ କର୍ମଚାରୀଙ୍କୁ ଘରକୁ ପଠାଯାଇଛି ।

ହାଇଦ୍ରାବାଦ

ହାଇଦ୍ରାବାଦ ସ୍ଥିତ ରାହେଜା ଆଇଟି ପାର୍କର ଜଣେ କର୍ମଚାରୀଙ୍କ ନିକଟରେ କୋରୋନା ଭାଇରସର ଲକ୍ଷଣ ଦେଖାଦେଇଛି । ଯାହା ଫଳରେ ଉକ୍ତ କମ୍ପାନୀ(ମାଇଣ୍ଡସ୍ପେସ)ର ସମସ୍ତ କର୍ମଚାରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ପ୍ରତିକାର ସ୍ବରୂପ ହାଇଦ୍ରାବାଦ ପୋଲିସ ସମସ୍ତଙ୍କୁ ଘରେ ପଠାଇଦେଇଛି ।

ସୂଚନାଯୋଗ୍ୟ ଯେ, କୋରୋନା ଭାଇରସ ଏବେ ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଚୀନ୍‌ ପରେ ବର୍ତ୍ତମାନ ଏହା ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଛି । ଭାଇରସ ୩୧୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୯୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 4, 2020, 3:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.