ETV Bharat / bharat

ଦେଶରେ ଚାଲିଛି ‘ସୁପର ଏମରଜେନ୍ସି’: ମମତା - tmc

ଜରୁରୀକାଳୀନ ପରିସ୍ଥିତିକୁ ଆଜକୁ 44 ବର୍ଷ । 1975 ମସିହା ଜୁନ 25 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଘୋଷଣା କରିଥିଲେ ଜରୁରୀକାଳୀନ ପରିସ୍ଥିତି । ମୋଦି ସରକାର ଏହା ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ଲୋକତନ୍ତ୍ରର ହତ୍ୟାର ଅଭିଯୋଗ ଆଣିଛନ୍ତି ।

ଫାଇଲ ଫଟୋ
author img

By

Published : Jun 25, 2019, 2:27 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଘୋଷଣା କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ପୁରିଲା 44 ବର୍ଷ । 1975 ମସିହା ଜୁନ 25 ତାରିଖରେ ହୋଇଥିଲା ଏହି ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିକୁ ଦେଶରେ ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କୁହାଯାଏ । ତେବେ ଏହି ଦିନକୁ ନେଇ ବିଜେପିର ତମାମ ବରିଷ୍ଠ ନେତା ନିଜର ପ୍ରତିକ୍ରିୟା ରଖିଥିବା ବେଳେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।

@narendramodi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@narendramodi

ମମତା ବାନାର୍ଜୀ ମୋଦି ସରକାରଙ୍କ ଉପରେ ଲୋକତନ୍ତ୍ରର ହତ୍ୟାର ଅଭିଯୋଗ ଆଣିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ଭିଡ଼ିଓ ଜାରି କରି ଆଜିର ଦିନକୁ ମନେ ପକାଇଛନ୍ତି । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ ଜରିଆରେ ରାଜନୈତିକ ହିତ ପାଇଁ ଦେଶର ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଦେଶବାସୀଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା ।

ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ କରି ଏହି ଜରୁରୀକାଳୀନ ପରିସ୍ଥିତିକୁ ଭାରତ ଇତିହାସର ଏକ କଳା ଅଧ୍ୟାୟ ବୋଲି କହିଛନ୍ତି । ମୋଦି ଟ୍ବିଟ କରିଥିବା ଏହି ଭିଡ଼ିଓରେ ସେ ଲେଖିଛନ୍ତି ଯେ, ଭାରତର ସେହି ମହାନ ବ୍ୟକ୍ତିଙ୍କୁ ପ୍ରଣାମ କରୁଛି ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ । ଏହା ଭାରତର ଲୋକତନ୍ତ୍ରର ଏକ ସଫଳ ନିଦର୍ଶନ । ।

ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, 1975 ମସିହାରେ ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତର ଆଜି 44ତମ ବର୍ଷ । ମୋଦିଙ୍କୁ ଆକ୍ଷେପ କରି ମମତା କହିଛନ୍ତି, ଗତ 5 ବର୍ଷରେ ଦେଶରେ ‘ସୁପର ଏମରଜେନ୍ସି’ ଚାଲିଛି । ଆମକୁ ଅତୀତରୁ କିଛି ଶିକ୍ଷା ପାଇବା ଉଚିତ ଓ ଦେଶକୁ ଲୋକତାନ୍ତ୍ରିକ ସୁରକ୍ଷା ପାଇଁ ଲଢିବାକୁ ପଡ଼ିବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.